ବୌଦ୍ଧ: ନକ୍ସଲ ବିରୋଧୀ ଅଭିଯାନରେ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ବଡ଼ ମାଓ ଡମ୍ପ ଠାବ କଲେ ସୁରକ୍ଷାକର୍ମୀ। ମନମୁଣ୍ଡା ଥାନା ଅନ୍ତର୍ଗତ କନାଗୁନ୍ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏହି ମାଓ ଡମ୍ପିଂ ଠାବ ହୋଇଛି। ଏସପିଙ୍କ ନେତୃତ୍ୱରେ ମାତାକୁପା ସଂରକ୍ଷିତ ଜଙ୍ଗଲରେ ଏସଓଜି, ଡିଭିଏଫ ଏବଂ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡର ମିଳିତ ସର୍ଚ୍ଚ ଅପରେସନ ଏହି ସୁଫଳ ମିଳିଛି। ସୁରକ୍ଷାବାହିନୀ ଦ୍ୱାରା ୩୬ ଡେଟୋନେଟର, ୩୩ ଜିଲେଟିନ, ନକ୍ସଲ ୟୁନିଫର୍ମ ସହ ଅନ୍ୟ ମାଓ ସାମଗ୍ରୀ ଜବତ।
ସୂଚନାଥାଉକି, ଦେଶରେ ଚାଲିଛି ବଡ଼ ଧରଣର ମାଓ ଦମନ ଅଭିଯାନ। କେନ୍ଦ୍ର ସରକାରଙ୍କ ମାଓ ବିରୋଧୀ ଅଭିଯାନ ପରେ ଲାଲ୍ ବାହିନୀ ଥରହର ହୋଇଛି। ନିକଟରେ ଆରମ୍ଭ ହୋଇଥିବା ଅପରେସନରେ ତେଲଙ୍ଗାନା ଓ ଛତିଶଗଡ଼ ସୀମାନ୍ତରେ ଦୁଇ ହଜାରରୁ ଅଧିକ ମାଓବାଦୀ ଠୁଳ ହୋଇଥିବା ବେଳେ ସେମାନଙ୍କୁ ଘେରିଛନ୍ତି ତିନି ରାଜ୍ୟର ସୁରକ୍ଷାବଳ। ଜଙ୍ଗଲ ସହ ପାଖାପାଖି ୫ଟି ଅଞ୍ଚଳକୁ ଘେରି ରହିଛନ୍ତି ତେଲଙ୍ଗାନା, ଛତିଶଗଡ଼ ଓ ମହାରାଷ୍ଟ୍ରର ୨୦ ହଜାର ଯବାନ ଅପରେସନରେ ସାମିଲ ହୋଇଛନ୍ତି । ଏହି ତିନି ରାଜ୍ୟରେ ଆରମ୍ଭ ହୋଇଛି ନକ୍ସଲ ନିପାତ ଅଭିଯାନ।