ତେଜିଲା ଯାତ୍ରା କଳାକାର- ପରିଚାଳକ ବିବାଦ, ପୁଣି ବାପିଙ୍କୁ ଟାର୍ଗେଟ କଲେ ଜଗତ ଜୀବନ ପଣ୍ଡା

Published By : Prameya-News7 Bureau | April 26, 2025 IST

ଭଦ୍ରକ: କିଛି ଦିନର ନୀରବତା ପରେ ଯାତ୍ରା କଳାକାର ବାପି ପଣ୍ଡା ଏବଂ ପାର୍ବତୀ ଓ ରାଜଧାନୀ ଅପେରା ପରିଚାଳକ ମଧ୍ୟରେ ପୁଣି ବିବାଦ ଘନେଇଛି। ପୁଣି ଗଣମାଧ୍ୟମରେ ଜଗତ ଜୀବନ ପଣ୍ଡା ବାପି ପଣ୍ଡାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ‘କେସ କଲେ କିଛି ଫରକ୍ ପଡ଼େ ନାହିଁ। ଯଦି ସତ୍ୟତା ଅଛି ପୋଲିସ ତଦନ୍ତ ପରେ ଆକ୍ସନ ନେଉ। ଆମେ କେହି ଆଇନରୁ ଉର୍ଦ୍ଧ୍ବରେ ନୁହଁ। ଯାହାବି ଅଭିଯୋଗ ହୋଇଥିବ ତାକୁ ସାମ୍ନା କରିବି ଓ ତଦନ୍ତରେ ସହଯୋଗ କରିବି। ଆମେ କଣ ଚୋର ? ଆମ ସିସିଆର ଦେଖନ୍ତୁ । ଏସବୁରେ କିଛିରେ ମୋତେ କିଛି ଫରକ ପଡ଼ିବନି। ବାପି ପଣ୍ଡା କହୁଛନ୍ତି ତାଙ୍କ ସହିତ କଳାକାର ଅଛନ୍ତି, କିନ୍ତୁ ମୁଁ ଗୁମର ଖୋଲିବି, ଟିକେ ଅପେକ୍ଷା କରନ୍ତୁ । ସେ କେତେ କଳାକାରଙ୍କ ଘର ଭାଙ୍ଗିଛନ୍ତି ତାହା ସମୟ କହିବ ଓ ସେ ସବୁ ତଥ୍ୟ ଖୁବଶୀଘ୍ର ଦେବି ।’’


ସୂଚନାଯୋଗ୍ୟ, ଯାତ୍ରାରେ ଦେଖାଦେଉଥିବା ବିବାଦ ସମ୍ପର୍କରେ କଳାକାର ମହାସଂଘ ଉପଦେଷ୍ଟା ବାପି ପଣ୍ଡା କହିଥିଲେ, ଯାତ୍ରା କାହାର ପୈତୃକ ସମ୍ପତ୍ତି ନୁହେଁ ଯେ କଳାକାରକୁ ବ୍ୟାନ୍ କରିଦେବେ। କଳାକାର ଚାହିଁଲେ ଯାତ୍ରା ଅନୁଷ୍ଠାନ ବନ୍ଦ ହୋଇଯିବ। ବିନା କାରଣ ଦର୍ଶାଅ ନୋଟିସରେ କେମିତି ବ୍ୟାନ୍ କରିଦେଲେ । ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କୁ ବ୍ୟାନ୍ କଲେ କେମିତି । ଆଜିର ଦିନରେ କଳାକାର ସୁରକ୍ଷିତ ନୁହଁନ୍ତି । ଆଇପିଏଲ୍‌‌ରେ ନିଲାମି ଭଳି ଯାତ୍ରା କଳାକାରଙ୍କ ନିଲାମି ହେଲେ ଫାଇଦା ହେବ । ନରି ପଣ୍ଡାଙ୍କୁ ମାଡ଼ ମାରିବା ଘଟଣା ପୋଲିସର ତଦନ୍ତ ନେଇ ସନ୍ଦେହ । ଏହାକୁ ଦେଖି ଘୃଣା ଆସିଗଲାଣି, ଯାତ୍ରା ଛାଡ଼ିବାକୁ ନିଷ୍ପତ୍ତି ନେବାକୁ ଭାବୁଛି ବୋଲି ସେ ପ୍ରକାଶ କରିଥିଲେ । ଆଉ ବାପିଙ୍କ ଏହି ବୟାନକୁ ନେଇ ଟାର୍ଗେଟ୍ କରିଥିଲେ ରାଜଧାନୀ ଓ ପାର୍ବତୀ ଗଣନାଟ୍ୟର ପରିଚାଳକ ଜଗତ ଜୀବନ ପଣ୍ଡା । ଯାହାପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ବାପି ପଣ୍ଡା ଏହି ମାମଲାରେ ଜଗତ ଜୀବନ ପଣ୍ଡାଙ୍କ ନାଁରେ ଏଫଆଇଆର ମଧ୍ୟ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.