ଧକ୍କା ଦେଲା ଅଜଣା ଗାଡ଼ି: ଦୁଇ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର

Published By : Prameya-News7 Bureau | April 27, 2025 IST

ସାଲେପୁର ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ମୃତ । ଜଣେ ଗୁରୁତର । ମୃତକ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି । ୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ସହରାଞ୍ଚଳ ଥାନା ବନ୍ତ ଚକ ବ୍ରିଜ୍ ଉପରେ ଦୁର୍ଘଟଣା ଘଟିଛି । ତେବେ ବାଇକ୍‌ର କିଛି କ୍ଷତି ହୋଇନଥିବାରୁ ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ କରାଯାଉଛି । ତେବେ ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ପଶ୍ଚିମବଙ୍ଗର ପୂର୍ବ ମେଦିନପୁର ଅଞ୍ଚଳର ଆସେଦ ଅଲ୍ଲୀ ବୋଲି ସୂଚନା ମିଳିଥିବା ବେଳେ ଅନ୍ୟ ମୃତକ ଓ ଗୁରୁତରଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

You Can Read:

ବ୍ରହ୍ମପୁର ଛାଡିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌, ୪ ଦିନରେ ୧୪ ଜଣଙ୍କୁ ହୋଇଛି ଜେରା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.