ବ୍ରହ୍ମପୁର ୨୭।୪: ଗଞ୍ଜାମ ଜିଲ୍ଲାରେ ଦିନକରେ ୪ଟି ହତ୍ୟାକାଣ୍ଡ । ଅପରାଧୀ ପୋଲିସକୁ ଦେଉଛନ୍ତି ଚ୍ୟାଲେଞ୍ଜ । ପୋଲିସ ଏଠି ଲାଚାର । ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମଣ୍ଡଲ ଠାରେ ୨ ଭାଇଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ୨ ଭାଇ ହେଲେ ବଡ ଭାଇ ସଞ୍ଜୟ ବାରିକ ଓ ସାନ ଭାଇ ଅଜୟ ବାରିକ ।
ସେହିପରି ଭଞ୍ଜନଗର ତାରାସିଂଙ୍ଗ ଥାନା ଅନ୍ତର୍ଗତ ବ୍ରହ୍ମଣପଦର ଗାଁରେ ପାରିବାରିକ କଳହରୁ ହତ୍ୟା ହୋଇଛି । ବଡ ଭାଇ ଓ ପୁତୁରା ଆକ୍ରମଣରେ ବଳରାମ ଗୌଡ଼ଙ୍କ ମୃତ୍ୟୁ ଘଟିଛି l ମୃତକଙ୍କ ମୃତଦେହ ଘରେ ପଡିଛି l ପୋଲିସ ପହଞ୍ଚି ତଦନ୍ତ କରୁଛି ।
ସେହିଭଳି ଆସିକା ଥାନା ଅଞ୍ଚଳରେ ମଧ୍ୟ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆସିକା ଥାନା ଅନ୍ତର୍ଗତ ଦେବଭୂମି ଗ୍ରାମର ଖଦାଳ ସାହିର ଗୋଟେ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ହେଲେ ୨୩ ବର୍ଷୀୟ ବର୍ଷା ନାୟକ । ମୃତକଙ୍କ ବାପଘର ଲୋକେ ଝିଅକୁ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଘଟଣାସ୍ଥଳରେ ଆସିକା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି l ଘଟଣାରେ ମୃତକଙ୍କ ସ୍ବାଇଁ ଗୋବିନ୍ଦ ନାୟକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।
ସେପଟେ ଶନିବାର ସାନଖେମୁଣ୍ଡି ଖଲିଙ୍ଗି ଗାଁରେ ୪ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିବା ଜିଲ୍ଲାର ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଅନୁମାନ କରାଯାଉଛି ।
You Can Read:
ଅନ୍ତ୍ୟୋଦୟ ଗୃହ ଯୋଜନାରେ ଦିଆଯବ ୫ଲକ୍ଷ ଘର, ୨ ମାସ ଭିତରେ ଲକ୍ଷେ ଘର ଦିଆଯିବା ନେଇ ଟାର୍ଗେଟ୍ : ରବି ନାଏକ