ଅନ୍ତ୍ୟୋଦୟ ଗୃହ ଯୋଜନାରେ ଦିଆଯବ ୫ଲକ୍ଷ ଘର, ୨ ମାସ ଭିତରେ ଲକ୍ଷେ ଘର ଦିଆଯିବା ନେଇ ଟାର୍ଗେଟ୍ : ରବି ନାଏକ

Published By : Prameya-News7 Bureau | April 27, 2025 IST

ଭୁବନେଶ୍ବର : ଅନ୍ତ୍ୟୋଦୟ ଗୃହ ଯୋଜନା ରାଜ୍ୟରେ ଥିବା ବିଜେପି ସରକାରଙ୍କ ଏକ ବଡ ଯୋଜନା । ଲୋକ ଘର ଖଣ୍ଡିଏ ପାଇଁ କେତେ କଷ୍ଟ ପାଉଛନ୍ତି ତାହା ଅନୁଭବ କରିଛନ୍ତି । ପୂର୍ବରୁ ଯୋଗ୍ୟ ଲୋକ ଘର ପାଇନାହାନ୍ତି । ପଲିଥିନରେ ରହିବାର ମଧ୍ୟ ନଜିର ରହିଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।

ଏହି ଯୋଜନାରେ ୫ ଲକ୍ଷ ଘର ଦିଆଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ୬୦ ହଜାର ଗୃହ ବଣ୍ଟନ ସରିଛି । ଦୁଇ ମାସ ଭିତରେ ଏକ ଲକ୍ଷ ଘର ଦିଆଯିବା ନେଇ ଟାର୍ଗେଟ୍ ରଖାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁମାନେ ବଞ୍ଚିତ ହୋଇଛନ୍ତି, ଯେଉଁମାନେ ପୂର୍ବ ସରକାରରେ ନିଷ୍ପେସିତ ହୋଇଥିଲେ, ଦଳିତ, ଦିବ୍ୟାଙ୍ଗ, ଯେଉଁମାନେ ବଞ୍ଚିତ ସେମାନେ ଥିଲେ ସମସ୍ତଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା ସାମିଲ କରାଯିବ ।

You Can Read:

ସ୍ତ୍ରୀକୁ ମାରି ଶବକୁ ବକ୍ସ ଖଟରେ ଲୁଚେଇ ଫେରାର ହୋଇଯାଇଥିଲା, ଅଭିଯୁକ୍ତ ସ୍ୱାମୀ ଗିରଫ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.