ନୂଆଦିଲ୍ଲୀ: ଭାରତରେ ପାର୍ବଣ ଋତୁ ଚାଲିଥିବା ବେଳେ ଟିଭିଏସ ଏହାର ରାଇଡର ଡୁଲଆଲ ଡିସ୍କ ଭ୍ୟାରିଏଣ୍ଟ ଲଞ୍ଚ କରିଛି। ପୂର୍ବ ଭ୍ୟାରିଏଣ୍ଟ ଅପେକ୍ଷା କମ୍ପାନୀ ଏଥିରେ ଏକାଧିକ ନୂଆ ଫିଚର୍ସ ଯୋଡ଼ିଥିଲେ ବି ବିଶେଷ ମେକାନିକାଲ କିମ୍ବା କସମେଟିକ ଚେଞ୍ଜ କରାଯାଇ ନାହିଁ। ତେବେ ଏଥିରେ ଯେଉଁ ନୂଆ ଫିଚର୍ସ ସବୁ ଯୋଡ଼ାଯାଇଛି, ତାହା ୧୨୫ ସିସି ସେଗମେଣ୍ଟରେ ଅନ୍ୟ କୌଣସି ମୋଟରସାଇକେଲ ପାଖରେ ନାହିଁ।

ଆସନ୍ତୁ ଫଟାଫଠ ଏହି ନୂଆ ଫଚିର୍ସଗୁଡ଼ିକ ଉପରେ ନଜର ପକାଇବା।

ଡୁଆଲ୍ ଡିସ୍କ ବ୍ରେକ୍- ଏଥରେ ଡୁଆଲ ଡିସବ୍ରେକ ସହିତ ଏକ ସିଙ୍ଗଲ୍-ଚ୍ୟାନେଲ୍ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍ ମଧ୍ୟ ଅଛି। ରିୟର ଡିସ୍କ ବ୍ରେକ୍ ରହିବା ଦ୍ୱାରା ଷ୍ଟପିଂ ପାୱାର ବୃଦ୍ଧି କରିବାରେ ସାହାଯ୍ୟ ହେବ। ଏଥିରେ ଥିବା ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍ ଯୋଗୁ ବ୍ରେକ୍ ମାରିଲେ ଆଗ ଚକା ଲକ୍ ହେବନି। ଫଳରେ ଚକ ଖସଡିବାର ଭୟ ରହିବ ନାହିଁ।

iGo ଆସିଷ୍ଟ ସହିତ ବୁଷ୍ଟ ମୋଡ୍- iGo ଆସିଷ୍ଟ ଟେକ୍ନୋଲୋଜୀ ୦.୫୫ ଏନଏମ ଅତିରିକ୍ତ ଟର୍କ ବୃଦ୍ଧି ପ୍ରଦାନ କରିବ ଯାହା ଦ୍ରୁତ ଓଭରଟେକିଂ ପରିସ୍ଥିତିରେ ଉପଯୋଗୀ ହୋଇପାରେ। ଏହା ଇଣ୍ଟିଗ୍ରେଟେଡ୍ ଷ୍ଟାର୍ଟର୍ ଜେନେରେଟରକୁ ଏକ ଅଟୋ ଷ୍ଟାର୍ଟ/ଷ୍ଟପ୍ ସିଷ୍ଟମ୍ ଫଙ୍କସନ୍ ସହିତ ଯୋଡ଼ିଥାଏ, ଯାହା ଷ୍ଟପ୍ ସମୟରେ ଇଞ୍ଜିନକୁ ବନ୍ଦ କରିଦିଏ ଏବଂ ଏହାକୁ ସ୍ୱୟଂଚାଳିତ ଭାବରେ ପୁନଃଆରମ୍ଭ କରେ। ଫଳରେ ଏଥିରେ ମାଇଲେଜ୍ ଅଧିକ ହୋଇଥାଏ।  

ଫଲୋ ମି ହୋମ୍ ହେଡଲ୍ୟାମ୍ପ- ନୂଆ ଭ୍ୟାରିଏଣ୍ଟରେ ଏକ ଫଲୋ-ମି ହୋମ୍ ହେଡଲ୍ୟାମ୍ପ ମଧ୍ୟ ରହିଛି। ଏହି ଫିଚର୍ସ ସାଧାଣତଃ କାର୍‌ରେ ଓ ଏବେ ଏବେ କିଛି ସ୍କୁଟରରେ ଦିଆଯାଉଛି। ଏହା ମୂଳତଃ ଇଗ୍ନିସନ୍ ଏବଂ ଇଞ୍ଜିନ୍ ବନ୍ଦ ହେବା ପରେ ମଧ୍ୟ କମ୍ ସମୟ ପାଇଁ ହେଡଲ୍ୟାମ୍ପକୁ ଆଲୋକିତ ରଖିଥାଏ, ଯାହା ଆରୋହୀଙ୍କୁ ଅନ୍ଧାର ଏବଂ ପାର୍କିଂ ପରିସ୍ଥିତିରେ ସାହାଯ୍ୟ କରିଥାଏ। ସେହିପରି ଗ୍ଲାଇଡ୍ ଥ୍ରୋ ଟେକ୍ନୋଲୋଜି ଫିଚର୍ସ ମଧ୍ୟ ଏଥିରେ ଦିଆଯାଇଛି।

କସମେଟିକ ପରିବର୍ତ୍ତନରେ ବାଇକ୍‌ଟି ମେଟାଲିକ ସିଲଭର ବଡିୱର୍କ କରାଯାଇଛି। ସ୍ପ୍ଲିଟ୍ ଶିଟ ସେଟଅପ ଓ ରେଡ ଆଲଏ ଶିଟ ସାଂଗକୁ ଓସାରିଆ ଚକ ଦିଆଯାଇଛି। ନୂଆଦିଲ୍ଲୀରେ ଟିଭିଏସ ରାଇଡର ଏକ୍ସ ଶୋ ରୁମ ମୂଲ୍ୟ ୯୫,୬୦୦ ଟଙ୍କା ରଖାଯାଇଛି। ସେହିପରି ଟିଏଫ୍‌ଟି ଡିଡି ଭ୍ୟାରିଏଣ୍ଟର ଏକ୍ସ ଶୋ ରୁମ ମୂଲ୍ୟ ୯୩,୮୦୦ ଟଙ୍କା ରହିଛି।