LIVE TV

ଗୋଟି ଗୋଟି କରି ଫାଟିଲା ୨୦୦ ସିଲିଣ୍ଡର... ତରଳିଗଲା ପୁରା ଟ୍ରକ୍

NEWS7
truck

ନୂଆଦିଲ୍ଲୀ ୦୮।୧୦: ଜୟପୁର-ଆଜମେର ରାଜପଥ ସାନଭର୍ଦା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଏଲପିଜି ସିଲିଣ୍ଡର ବୋଝେଇ ଏକ ଟ୍ରକ୍ ଧକ୍କା ପରେ ହୁତୁହୁତୁ ହୋଇ ଜଳିଗଲା । ମଙ୍ଗଳବାର ରାତିରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପାଖାପାଖି ୩ ଘଣ୍ଟା ଧରି ଲାଗି ରହିଥିଲା ବିସ୍ଫୋରଣ । ୨୦୦ ସିଲିଣ୍ଡର ଗୋଟିଏ ପରେ ଗୋଟିଏ ଫାଟି ଟ୍ରକ୍‌ଟି ସମ୍ପୂର୍ଣ୍ଣ ତରଳିଗଲା। ଏହି ଭୟଙ୍କର ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି

ବାସ୍ତବରେ ଏଲପିଜି ସିଲିଣ୍ଡର ବୋଝେଇ ଟ୍ରକ୍‌ଟି ରାସ୍ତା ସାଇଟରେ ଥିବା ଏକ ବେଆଇନ ରାସ୍ତାରେ ବୁଲିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ପଛରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ୟାଙ୍କର ଏହାକୁ ଧକ୍କା ଦେଇଥିଲା । ଟ୍ରକଟିରେ ତୁରନ୍ତ ନିଆଁ ଲାଗିଗଲା ଏବଂ ସିଲିଣ୍ଡରଗୁଡ଼ିକ ଫାଟିବାକୁ ଲାଗିଲା। ଏହି ସିଲିଣ୍ଡର ବିସ୍ଫୋରଣର ଶବ୍ଦ ୧୦ କିଲୋମିଟର ଦୂର ଯାଏଁ ଶୁଣାଯାଇଥିଲା ।  ନିକଟରେ ଥିବା ହୋଟେଲଗୁଡ଼ିକରେ ଆତଙ୍କ ଖେଳିଯାଇଥିଲା ଏବଂ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରାୟ ୭ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ହୋଇଥିଲା।

ସୂଚନା ପାଇବା ମାତ୍ରେ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା କିନ୍ତୁ ବିସ୍ଫୋରଣ ଯୋଗୁଁ ନିଆଁ ଲିଭାଇବା କଷ୍ଟକର ହୋଇଥିଲା ନିଆଁ ଏତେ ତୀବ୍ର ଥିଲା ଯେ ଟି ଗାଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ଦୁର୍ଘଟଣାରେ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । କୁହାଯାଉଛି କି ଦୁର୍ଘଟଣାଗ୍ରସ୍ତ ଟ୍ରକରେ ମୋଟ ୩୩୦ ସିଲିଣ୍ଡର ଥିଲା ।  ଏଥିମଧ୍ୟରୁ ପ୍ରାୟ ୨୦୦ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା।