କଟକ: କଟକରେ ଆୟୋଜିତ ହୋଇଯାଇଛି ଇଷ୍ଟର୍ଣ୍ଣ ଜୋନ୍ ଜେନେରାଲ ଇନସୁସାରନ୍ସ ଏମ୍ପ୍ଲଇଜ ଆସୋସିଏସନର ତ୍ରୟଵାର୍ଷିକ ସମ୍ମିଳନୀ। ଏହି ସମ୍ମିଳନୀରେ ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା, ଵିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ଶତାଧିକ ଜେନେରାଲ ଇନସୁସାରନ୍ସ କର୍ମଚାରୀ ଭାଗ ନେଇଛନ୍ତି। ଏହି ସମ୍ମିଳନୀରେ ମୁଖ୍ୟତଃ ଜୀବନ ଵୀମା ଓ ସାଧାରଣ ଵୀମାରେ ସରକାର ଶତ ପ୍ରତିଶତ ଵିଦେଶୀ ପୁଞ୍ଜି ନିବେଶ କରିବା ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଛି।

ଵୀମା କ୍ଷେତ୍ରରେ ଶତ ପ୍ରତିଶତ ଵିଦେଶୀ ପୁଞ୍ଜି ନିବେଶ ହେଲେ ନାଁ ଦେଶର କୌଣସି ଲାଭ ହେଵ ନାଁ ଵୀମା ଧାରକମାନଙ୍କର କିଛି ଲାଭ ହେବ ବୋଲି ଏହି ସମ୍ମିଳନୀରେ ମତ ପ୍ରକାଶ ପାଇଛି। ଏଭଳି ହେଲେ ଵୀମା ଧାରକ ମାନଙ୍କର ଵୀମା ଟଙ୍କା ବିପଦରେ ପଡିଵ ବୋଲି ସମ୍ମିଳନୀରେ ଵକ୍ତା ମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଏହା ସହ ଦେଶରେ ଥିବା ଚାରିଟି ଜେନେରାଲ ଇନସୁରାନ୍ସ କମ୍ପାନୀକୁ ମିଶାଇ ଗୋଟିଏ କମ୍ପାନୀ କରିଵା ପାଇଁ ଜେନେରାଲ ଇନନ୍ସୁରାନ୍ସ ଏମ୍ପ୍ଲଇଜ ଆସୋସିଏସନ୍ ଦାଵି ଉଠାଇଛି। ଏପରି ହେଲେ ଜେନେରାଲ ଇନସୁରାନ୍ସ କମ୍ପାନୀ ଵଜାରରେ ବିଭିନ୍ନ ଆହ୍ୱାନକୁ ସଫଳତାର ସହ ସମ୍ମୁଖୀନ ହୋଇପାରିଵ ବୋଲି ଏହି ସମ୍ମିଳନୀରେ ମତ ପ୍ରକାଶ ପାଇଛି।