ସମ୍ବଲପୁର ୨୭।୧୧: ବିଗ୍ ଇନଭେଷ୍ଟମେଣ୍ଟ । ବିଗ୍ ରିଟର୍ଣ୍ଣର ପ୍ରଲୋଭନ । ତା`ପରେ ବିଗ୍ ଫ୍ରଡ୍ । ୫୦କୋଟି ଟଙ୍କାର ଠକେଇ । ଟ୍ରେଡିଂରେ ଇନଭେଷ୍ଟମେଣ୍ଟ କଲେ ମାସକୁ ୧୦ ପ୍ରତିଶତ ରିଟର୍ଣ୍ଣ ଲୋଭ ଦେଖାଇ ସମ୍ବଲପୁରରେ AA ଏଣ୍ଟରପ୍ରାଇଜେସ୍ ୫୦କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ନିବେଶକାରୀ ୫୦କୋଟି ଟଙ୍କା ଠକେଇ ଅଭିଯୋଗ କରିଥିବା ବେଳେ ୨୦କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ସାମ୍ନାକୁ ଆସିଥିବା କହିଛନ୍ତି ସମ୍ବଲପୁର ଏସପି । ଏଥିରେ ୪୭ ଜଣ ନିବେଶକାରୀ ସାମ୍ନାକୁ ଆସିଥିବା ଏସପି ସୂଚନା ରଖିଛନ୍ତି । ସମ୍ବଲପୁରରେ ଏହି ଟ୍ରେଡିଂ ମାୟା ଜାଲ ବିଛାଇଥିବା ମଧୁସୂଦନ ବରେଇଙ୍କୁ ଗିରଫ କରିଛି ପୋଲିସ | ସେପଟେ ଏହି ଠକେଇରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତା’ର ଖୋଳତାଡ଼ କରୁଛି ପୋଲିସ ।

ବିଶେଷ କରି ବଡ ବଡ଼ିଆଙ୍କୁ ଟାର୍ଗେଟ କରିଥିଲା ଠକ | ପ୍ରଥମେ ଇନ୍ଭେଷ୍ଟମେଣ୍ଟ ପାଇଁ ଏଗ୍ରିମେଣ୍ଟ ପେପର ଦେବା ସହ ପ୍ରଥମ ମାସରେ ଭଲ ରିଟର୍ଣ୍ଣ ବି ଦେଇଥିଲା । ହେଲେ ପରବର୍ତ୍ତୀ ସମୟରେ ଟ୍ରେଣ୍ଡିଂ ପରେ ଆଉ ଟଙ୍କା ଫେରାଇନଥିଲା ଠକ । ଟିଏଫ କଲେଜ ଅଂଚଳରେ ଏକ ଭଡ଼ା ଘରେ ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ଚାଲିଥିଲା ଏହି ଠକେଇ ନେଟଓ୍ବର୍କ । ଅଧିକ ଟଙ୍କା ପାଇବା ଆଶାରେ ନିବେଶ କରିଥିଲେ ସରକାରୀ ଅଧିକାରୀ, ଶିକ୍ଷକ ଓ ବଡ ବ୍ୟବସାୟୀ | ପୂର୍ବରୁ ସମାନ ଢ଼ାଞ୍ଚାରେ ସମ୍ବଲପୁରରେ MCX CT ନାଁରେ ଏକ ସଂସ୍ଥା ମଧ୍ୟ ୧୨ଶହ କୋଟି ଟଙ୍କା ଠକେଇ କରିଥିଲା ।