ବିରାଟ-ରୋହିତଙ୍କ କ୍ରେଜ୍ : ଅଧିକ ଦିନିକିଆ ମ୍ୟାଚ୍ ଖଳିବ ଭାରତ, ଯୋଜନା କରୁଛି ବିସିସିଆଇ

NEWS7
todays-prediction-717

ମୁମ୍ବାଇ, ୦୪ /୦୩: ଚାଲିଛି ଟି୨୦ ବିଶ୍ୱକପ୍ । ଆଉ କିଛି ଦିନରେ ଟୁର୍ଣ୍ଣାମେଣ୍ଟ ସରିଯିବ । ଆରମ୍ଭ ହେବ ଆଇପିଏଲ । ଯାହାକୁ ଉତ୍ସାହର ସହ ଅନେଇ ବସିଛନ୍ତି ଭାରତୀୟ କ୍ରିକେଟର୍ସ । ନିଜର ଫେଭରେଟ୍ ପ୍ଲେୟାରଙ୍କୁ ସେମାନେ ଏଥିରେ ଦେଖିବେ । ରୋହିତ ଶର୍ମା ଏବଂ ବିରାଟ କୋହଲି ଆଇପିଏଲ ଖେଳୁଥିବାରୁ ଫ୍ୟାନ୍ସ ଖୁସି ହେବେ । ଏହାସତ୍ତ୍ୱେ ଦୁଇ ଭେଟେରାନଙ୍କୁ ବ୍ଲୁ ଜର୍ସିରେ ଦେଖିବାକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ତେବେ ଖୁବ୍ ଶୀଘ୍ର ଅପେକ୍ଷାର ଅନ୍ତ ହେବାକୁ ଯାଉଛି ।

ରିପୋର୍ଟ ଅନୁସାରେ, ମେ ମାସରେ ଆଇପିଏଲ ଶେଷ ହେବ । ଏହାପରେ ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ ହେଉଛି ୨୦୨୭ ଦିନିକିଆ ବିଶ୍ୱକପ୍ । ଯେଉଁଥିରେ ବିରାଟ ଏବଂ ରୋହିତ ଖେଳିବା ନେଇ ସମ୍ଭାବନା ରହିଛି । କିନ୍ତୁ ଏହା ପୂର୍ବରୁ ଟିମ୍ ଦିନିକିଆ ସିରିଜ୍ ଖେଳିବ ।

ଏହି ଖବରଟି ପଢନ୍ତୁ...

୨୦୨୬ରେ ଭାରତ ୧୫ଟି ଦିନିକିଆ ମ୍ୟାଚ୍ ଖେଳିବ । କ୍ରିକ୍ ହବ୍ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ମେନ୍ ଇନ୍ ବ୍ଲୁ ନ୍ୟୁଜିଲାଣ୍ଡ ଗସ୍ତ କରିପାରେ । ଯାହା ବିଶ୍ୱକପ୍ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ । ଅକ୍ଟୋବର ନଭେମ୍ବରରେ ଦଳ ପାଞ୍ଚୋଟି ଟି୨୦, ଦୁଇଟି ଦିନିକଆ ଏବଂ ଦୁଇଟି ଟେଷ୍ଟ୍ ମ୍ୟାଚ୍ ଖେଳିବ । ତେବେ ଓଡିଆଇ ସିରିଜ୍ ରେ ଆଉ ଦୁଇଟି ମ୍ୟାଚ୍ ସାମିଲ ହୋଇପାରେ । ବିସିସିଆଇ ଟି୨୦ର ଦୁଇଟି ମ୍ୟାଚ୍ କମାଇ ଦିନିକିଆରେ ଯୋଡିବାକୁ ଯୋଜନା କରୁଛି । ଏହାଦ୍ୱାରା ବିରାଟ ଏବଂ ରୋହିତଙ୍କୁ ଫ୍ୟାନ୍ ଅଧିକ ଦୁଇଟି ମ୍ୟାଚରେ ଦେଖିବେ ।

ଏନେଇ ବିସିସିଆଇ କିମ୍ବା ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ବିଧିବଦ୍ଧ କୌଣସି ଘୋଷଣା କରିନାହାଁନ୍ତି । କିନ୍ତୁ ଉଭୟ ବୋର୍ଡ ଦିନିକିଆ ସିରିଜରେ ପରିବର୍ତ୍ତନ କରିବା ନେଇ ସଙ୍କେତ ମିଳୁଛି ।

ଚଳିତବର୍ଷ ପ୍ରଥମେ ଜୁନରେ ଭାରତ ଆଫଗାନିସ୍ତାନ ସହ ଦିନିକିଆ ସିରିଜ୍ ଖେଳିବ । ଏହାପରେ ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଅଛି । ଏହାସହ ଓ୍ୱେଷ୍ଟ୍ ଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ସହ ଦିନିକିଆ ଖେଳିବା ନେଇ ନିର୍ଧାରିତ ହୋଇଛି ।