News7 Logo

ସେପ୍ଟେମ୍ବର ୦୭ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

NEWS7
horoscope

ମେଷ ରାଶି - କର୍ମକ୍ଷେତ୍ରରେ ଆପଣଙ୍କର ପଡ଼ି ରହିଥିବା କାମ ଏବେ ସଂପୂର୍ଣ୍ଣ ହେବା ଆରମ୍ଭ ହୋଇ ପାରେ। ଆପଣ ନିଜର ମଧୁର କଥା ଏବଂ ବ୍ୟବହାର ଦ୍ୱାରା ଯେକୌଣସି କଷ୍ଟକର ପରିସ୍ଥିତିକୁ ସ୍ୱାଭାବିକ କରି ପାରିବେ। ବ୍ୟବସାୟରେ ନୂତନ ସମ୍ପର୍କ ସ୍ଥାପନ ହୋଇ ପାରେ, ଯାହା ଭବିଷ୍ୟତରେ ଲାଭ ଦେବାରେ ସମ୍ଭାବନା ଅଛି। ଆପଣଙ୍କ ଜୀବନସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ ଏବଂ ଆପଣ ନିଜର ପିଲାମାନଙ୍କ ଠାରୁ କିଛି ଆଶା କରାଯାଇଥିବା ଖବର ଶୁଣି ପାରନ୍ତି।

ବୃଷ ରାଶି - ଏହି ଦିନଟି ଆପଣଙ୍କ ପାଇଁ ଆରାମ ଏବଂ ଶାନ୍ତି ପୂର୍ଣ୍ଣ ହେବ। ରାଜନୈତିକ କ୍ଷେତ୍ର ସହ ସଂପୃକ୍ତ ଲୋକେ ଏବେ ସେମାନଙ୍କ ପ୍ରୟାସରୁ ସଫଳତା ପାଇ ପାରିବେ। ସରକାର ଏବଂ କ୍ଷମତା ସହ ମେଣ୍ଟରୁ ଲାଭ ପାଇବାର ସମ୍ଭାବନା ମଧ୍ୟ ଅଛି। କର୍ମକ୍ଷେତ୍ରରେ ନୂତନ ଚୁକ୍ତି ଯୋଗୁଁ, ଆପଣଙ୍କର ପଦରେ ବୃଦ୍ଧି ହୋଇ ପାରେ, ଯେଉଁଥିରେ ଆପଣଙ୍କର ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବଆପଣଙ୍କ ନିଜ ପିଲାମାନଙ୍କ ସହିତ ସମୟ ବିତାଇବାରେ ଭଲ ଅନୁଭବ କରିବେ।

ମିଥୁନ ରାଶି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଅଧାରେ ରହି ଯାଇଥିବା କାମ ପୂରା ହୋଇ ପାରେ। ଯେଉଁଥିରେ ଶାନ୍ତି ଅନୁଭବ କରିବେ। କିନ୍ତୁ କାର୍ଯ୍ୟ ପାଇଁ ଯାତ୍ରା କରିବା ସମୟରେ ସତର୍କ ରହିବାକୁ ପଡିବ, କାରଣ କିଛି ମୂଲ୍ୟବାନ ଜିନିଷ ହଜି ଯିବା କିମ୍ବା ଚୋରି ହେବାର ଭୟ ଥାଏ। ଚାକିରି କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ ଏବଂ ସେମାନେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଠିକ୍ ସମୟରେ ସମାପ୍ତ କରିବେ। ପିଲାମାନଙ୍କ ଠାରୁ ଆପଣଙ୍କୁ କିଛି ଭଲ ଖବର ମିଳିପାରେ।

କର୍କଟ ରାଶି - ସମାଜରେ ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ଘଟିବ, ଯେଉଁଥିରେ ମନ ପ୍ରସନ୍ନ ରହିବ। କୌଣସି ଉତ୍ତମ ସଂପତ୍ତି ପ୍ରାପ୍ତ ହେବାର ଯୋଗ ସୃଷ୍ଟି ହେବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ ଓ ଆପଣ ସବୁ ଦାୟିତ୍ୱକୁ ପୂରା କରିବେ। ସନ୍ଧ୍ୟା ସମୟରେ ଆପଣ ନିଜର ପ୍ରିୟଜନଙ୍କ ସହ ସାକ୍ଷାତ କରି ପାରନ୍ତି।

ସିଂହ ରାଶି - ଚାକିରି କରୁଥିବା ଲୋକଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ଆପଣଙ୍କ ପାଇଁ ଆୟର ନୂତନ ଉତ୍ସ ସୃଷ୍ଟି ହେବ, ଯାହା ଆପଣଙ୍କୁ ଖୁସି କରିବକର୍ମକ୍ଷେତ୍ରରେ ଆପଣଙ୍କ ମଧୁର କଥା ଏବଂ ବ୍ୟବହାର ଯୋଗୁଁ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ।

କନ୍ୟା ରାଶି - ଆପଣଙ୍କର ସାହସ ବୃଦ୍ଧି ପାଇବ ବ୍ୟବସାୟରେ ଆପଣଙ୍କର ପରିଶ୍ରମ ସଫଳ ହେବ। ଏହା ଆପଣଙ୍କୁ ଅକଳ୍ପନୀୟ ସଫଳତା ଆଣି ପାରେ, ଯାହା ଆପଣଙ୍କୁ ବହୁତ ଖୁସି କରିବ। ଯଦି ଆପଣ କୌଣସି ଆଇନଗତ ବିବାଦରେ ଫସି ରହିଛନ୍ତି, ତେବେ ନିଷ୍ପତ୍ତି ଆପଣଙ୍କ ପକ୍ଷରେ ଆସି ପାରେ। ଆର୍ଥିକ ଲାଭର ଶୁଭ ସମ୍ଭାବନା ରହିବ ଏବଂ ପରିବାରରେ ପିଲାଙ୍କ ଠାରୁ କିଛି ଭଲ ଖବର ଶୁଣି ପାରନ୍ତି।

ତୁଳା ରାଶି - ଏହି ଦିନଟି ଆପଣଙ୍କ ପାଇଁ ବହୁତ ଭଲ ହେବ। ଯଦି ଆର୍ଥିକ କାରବାର ସହିତ ଜଡିତ କୌଣସି ବଡ଼ ସମସ୍ୟା ଅଛି,ତ ତାହା ଏବେ ସମାଧାନ ହୋଇ ପାରିବ। ଯାହା ଦ୍ଵାରା ଆପଣ ଆରାମ ଅନୁଭବ କରିବେ। ଧନର ଆଗମନ ଯୋଗୁଁ ଆପଣଙ୍କ ଜୀବନରେ ସୁଖ -ସମୃଦ୍ଧି ଆସିବ। ବ୍ୟବସାୟ ମାମଲାରେ ମଧ୍ୟ ଆପଣଙ୍କୁ ଲାଭ ପାଇବାର ସୁବର୍ଣ୍ଣ ସୁଯୋଗ ମିଳିବ ଏବଂ ପରିବାର ସହ ଖୁସିରେ ସମୟ ବିତାଇବେ।

ବିଛା ରାଶି - ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ଠାରୁ କମ୍ ରହି ପାରେ। ଏହାର ପ୍ରଭାବ କାମ ଉପରେ ମଧ୍ୟ ଦେଖିବାକୁ ମିଳିବ ଏବଂ ଆପଣ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କମ୍ ସମୟ ଦେଇ ପାରିବେ। ଏହି ସ୍ଥିତିରେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ନିହାତି ଜରୁରୀ। କୌଣସି ବିପଦପୂର୍ଣ୍ଣ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ ଏବଂ ଆର୍ଥିକ ମାମଲାରେ ମଧ୍ୟ ସତର୍କ ରୁହନ୍ତୁ।

ଧନୁରାଶି - କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢିବ । ବିରୋଧୀ ଆପଣଙ୍କ କାମର ପ୍ରଶଂସା କରିବେ। ରାଜନୈତିକ କ୍ଷେତ୍ର ସହିତ ଜଡିତ ବ୍ୟକ୍ତିଙ୍କୁ ସଫଳତା ମିଳିବ ଏବଂ ଶାସକ ଦଳ ସହ ବନ୍ଧୁତା ହେତୁ ଆପଣଙ୍କୁ ଲାଭ ମଧ୍ୟ ମିଳିପାରେ। ଆର୍ଥିକ କ୍ଷେତ୍ରରେ ସମୟ ଅନୁକୂଳ ରହିବ ଏବଂ ଆପଣଙ୍କୁ କୌଣସି ସ୍ଥାନରୁ ଆର୍ଥିକ ଲାଭ ମିଳିପାରେ।

ମକର ରାଶି ଆର୍ଥିକ ମାମଲାରେ ଆପଣଙ୍କର ଦିନ ଭଲ ରହିପାରେ ଏବଂ ସଫଳତା ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରେ ନୂଆ ନୂଆ ଯୋଜନା ଓ ପ୍ରୟାସରେ ଲାଭ ମିଳିପାରେ। ସହକର୍ମୀଙ୍କର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବେ। କିନ୍ତୁ ଆପଣଙ୍କୁ କୌଣସି ପ୍ରକାରର ବିବାଦ ଓ ଝଗଡ଼ାରୁ ଦୂରେଇ ରହିବାକୁ ହେବ।

କୁମ୍ଭ ରାଶି ଆପଣଙ୍କୁ କିଛି ପ୍ରତିବନ୍ଧକ ଓ ମୁସ୍କିଲର ସମ୍ମୁଖିନ ହେବାକୁ ପଡ଼ିପାରେ। କାର୍ଯ୍ୟସ୍ଥଳରେ ବିରୋଧୀଙ୍କ ଠାରୁ ଲସାବଧାନ ରହିବାର ଆବଶ୍ୟକ ରହିଛି। ଏମିତି ହୋଇପାରେ ଭାବିଚିନ୍ତି ନିଆଯାଇ ଥିବା ନିଷ୍ପତ୍ତି ଓ କାର୍ଯ୍ୟରେ ଆପଣଙ୍କ ହାନି ହୋଇପାରେ। ଏଥିରେ ଧୈର୍ଯ୍ୟର ସହ କାର୍ଯ୍ୟ କରିବା ଜରୁରୀ ହେବ। କାର୍ଯ୍ୟକ୍ଷେତ୍ରରେ କୌଣସି ପ୍ରକାରର ବିବାଦରୁ ଦୂରେଇ ରୁହନ୍ତୁ ଏବଂ କ୍ରୋଧ ଭାବ ଆଣନ୍ତୁ ନାହିଁ।

ମୀନ ରାଶି- କର୍ମକ୍ଷେତ୍ରରେ ନିଜର କାମ ଶେଷ କରି ଆପଣ ପରିବାରରେ ପିଲାମାନଙ୍କ କାମରେ ବ୍ୟସ୍ତ ରହି ପାରନ୍ତି। ଆପଣ କୌଣସି ବିଷୟରେ ଚିନ୍ତିତ ମଧ୍ୟ ରହି ପାରନ୍ତି। ଏପରି ପରିସ୍ଥିତିରେ, ଆପଣଙ୍କୁ ଆର୍ଥିକ କାରବାର କରିବା ସମୟରେ ସତର୍କ ରହିବାକୁ ପଡିବ, ନଚେତ୍ ଆପଣଙ୍କୁ ବଡ଼ କ୍ଷତିର ସମ୍ମୁଖୀନ ହେବାକୁ ପଡି ପାରେ। ବ୍ୟବସାୟ ମାମଲାରେ ଆପଣଙ୍କୁ ଯାତ୍ରା ସମୟରେ ସାବଧାନ ରହିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ପାଇଁ ଏଗୁଡ଼ିକୁ ଏଡେଇବା ଉତ୍ତମ କାର୍ଯ୍ୟ ହେବ।