LIVE TV

ରଙ୍ଗ୍‌ରୁଟ୍ ସାଜିଲା କାଳ, କଣ୍ଟେନର ଧକ୍କାରେ ଚାଲିଗଲା ୩ ଜୀବନ

NEWS7
break

ଖୋର୍ଦ୍ଧା ୦୧।୧୦ : ଭୟଙ୍କର ଦୁର୍ଘଟଣା । ରଙ୍ଗ୍‌ ରୁଟ୍‌ ହେଲା କାଳ । ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ବାଇପାସ ନିକଟରେ କଣ୍ଟେନର ଧକ୍କାରେ ଚାଲିଗଲା ୩ ଜୀବନ । ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ପିତାପଲୀ ଛକ ଠାରୁ ଜାତୀୟ ରାଜପଥର ରଙ୍ଗ ରୁଟ୍‌ରେ ବାଇକ୍‌ରେ ଆସୁଥିଲେ ୩ ଜଣ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହିତ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଗାଡ଼ିରେ ଥିବା ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତିନି ମୃତକ ଡେଲାଙ୍ଗ ଅଞ୍ଚଳର ବୋଲି ଜଣାପଡିଛି । ହେଲେ ଏବେ ଯାଏଁ ସେମାନଙ୍କ ପରିଚୟ ମିଳିପାରିନାହିଁ ।

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଶିଳ୍ପାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । ଏହାସହିତ କଣ୍ଟେନର ଗାଡ଼ିର ଡ୍ରାଇଭରଙ୍କୁ ମଧ୍ୟ ଥାନାରେ ଅଟକ ରଖିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ଶିଳ୍ପାଞ୍ଚଳ ଥାନା ପୋଲିସ ।