ସମସ୍ତ ଡେଲିଭରୀ ସଂସ୍ଥାକୁ ତାଗିଦ୍; ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଏଥର ଡେଲିଭରୀ ବୟଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ

Published By : Prameya-News7 Bureau | July 31, 2025 IST

ଭୁବନେଶ୍ୱର : ଡେଲିଭରୀ ବୟ ... ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଏମାନେ ଶୀଘ୍ର ଜିନିଷ ଗ୍ରାହକଙ୍କ ନିକଟରେ ପହଁଞ୍ଚାଇବା ପାଇଁ ସବୁବେଳେ ଚାହାନ୍ତି। ସେଥିପାଇଁ ଗାଡ଼ିକୁ ଦ୍ରୁତ ଗତିରେ ଚଳାଉଥାନ୍ତି । କିନ୍ତୁ ସଡକ ସୁରକ୍ଷା ଆଇନ୍ ସମସ୍ତଙ୍କ ପାଇଁ ସମାନ । ଯିଏ ଦ୍ରୁତ ଗତିରେ ଯିବ ତାକୁ ଫାଇନ ପଡ଼ିବ । କାହିଁକିନା ସମସ୍ତଙ୍କ ପାଇଁ ଗୋଟିଏ ନିୟମ। ସଡକ ସୁରକ୍ଷା ଏବେ ଚିନ୍ତାର କାରଣ ପାଲଟିଛି। ସେଥିପାଇଁ ଡେଲିଭରି ବୟମାନଙ୍କୁ ଜିନିଷ ପହଞ୍ଚାଇବା ପାଇଁ ସମୟ ସୀମା ନିର୍ଦ୍ଧାରଣ କରିବାର ଆବଶ୍ୟକତା ନାହିଁ। କାରଣ ପ୍ରତିଯୋଗିତାର ମନବୃତି ଅନ୍ୟ ପାଇଁ ବିପଦ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏହି ପ୍ରସଙ୍ଗ ରେ ରାଜ୍ୟ ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି । ସମସ୍ତ ଡେଲିଭରି ସଂସ୍ଥାକୁ ଏଥିପ୍ରତି ଯତ୍ନବାନ ହେବା ପାଇଁ ତାଗିଦ୍ କରାଯାଇଛି । ଏହାର ବ୍ୟତିକ୍ରମ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

Blinkit,  sugi, zomato, big basket, jio mart ଭଳି ସଂସ୍ଥା ର fast delivery କୁ ନେଇ ଚିନ୍ତାରେ ପରିବହନ ବିଭାଗ। କାହିଁକି ନା ଅର୍ଡର ଦେବାର କମ୍ ସମୟ ଭିତରେ ଡେଲିଭରୀ କରାଯିବ ବୋଲି ସଂସ୍ଥା ଗୁଡିକ ଗ୍ରାହକଙ୍କୁ ଦାବି କରୁଛନ୍ତି। ଯାହାକି ଟ୍ରାଫିକ୍ ବ୍ୟବସ୍ଥା ପ୍ରତି ଚାଲେଞ୍ଜ ସୃଷ୍ଟି କରୁଥିବା ଅନୁଭବ କରୁଛି ପରିବହନ ବିଭାଗ। ଅନେକ ସମୟରେ ଶୀଘ୍ର ଡେଲିଭରୀ ବାହାନାରେ  ଡେଲିଭରୀ ବୟର ଜୀବନ ଚାଲିଯିବା ଭୟ ମଧ୍ୟ ରହିଛି। ତେଣୁ ଏହି ସଂସ୍ଥାର ମୁଖ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଖୁବଶୀଘ୍ର ଆଡଭାଇଜରୀ ଜାରି କରିବ ପରିବହନ ବିଭାଗ। ଏସବୁ ସଂସ୍ଥାର ଡେଲିଭରି ବୟଙ୍କୁ ସ୍ଵତନ୍ତ୍ର ଟ୍ରେନିଂ ଓ ସଚେତନ କରିବାକୁ ଶ୍ରମ ବିଭାଗକୁ ଚିଠି ଲେଖିଛି ରାଜ୍ୟ ପରିବହନ ବିଭାଗ। PMO ରେ ଅଭିଯୋଗ ପରେ ଏନେଇ ସବୁ ରାଜ୍ୟ ସରକାରଙ୍କୁ ସଜାଗ କରିଛି କେନ୍ଦ୍ର ସରକାର ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.