ଧନଶ୍ରୀଙ୍କ ସହ ଛାଡପତ୍ରକୁ ଉପରେ ମୁହଁ ଖୋଲିଲେ ଚହଲ, କହିଲେ-ବିରକ୍ତ ହୋଇଯାଇଥିଲି…ବଞ୍ଚିବାକୁ ଚାହୁଁନଥିଲି

Published By : Prameya-News7 Bureau | August 01, 2025 IST

ମୁମ୍ଵାଇ ୦୧।୦୭; ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ । ଚଳିତ ବର୍ଷ ମାର୍ଚ୍ଚ ମାସରେ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ହୋଇଥିଲା। ଏବେ ଚହଲ ଧନଶ୍ରୀ ବର୍ମାଙ୍କ ଠାରୁ ଛାଡପତ୍ରକୁ ନେଇ ମୁହଁ ଖୋଲିଛନ୍ତି। ଏହି ବିବାହରେ କ’ଣ ଭୁଲ ହୋଇଛି ସେ ବିଷୟରେ ଚହଲ ଖୋଲାଖୋଲି ଭାବେ କହିଥିଲେ। ୟୁଜଭେନ୍ଦ୍ର ଚହଲ କହିଛନ୍ତି ଯେ ଯେତେବେଳେ ଏହି ବର୍ଷ ଆରମ୍ଭରେ ତାଙ୍କ ଉପରେ ପ୍ରତାରଣାର ଅଭିଯୋଗ ଆସିଥିଲା । ଏହାକୁ ନେଇ ଛାଡପତ୍ର ଖବର ଚର୍ଚ୍ଚାକୁ ଆସିଥିଲା । ସେହି ସମୟରେ ସେ ମାନସିକ ଚାପ ଦେଇ ଗତି କରିଥିଲେ।

ୟୁଜଭେନ୍ଦ୍ର ଚହଲ କହିଛନ୍ତି ଯେ ତାଙ୍କ ମନରେ ଆତ୍ମହତ୍ୟା କରିବାର ଚିନ୍ତାଧାରା ଆସିବା ଆରମ୍ଭ ହୋଇଥିଲା। ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, 'ଏହା ବହୁତ ଦିନ ଧରି ଚାଲିଥିଲା। ଆମେ ନିଷ୍ପତ୍ତି ନେଇଥିଲୁ ଯେ ଆମେ ସେହି ପରିସ୍ଥିତିରେ ନପହଞ୍ଚିବା ପର୍ଯ୍ୟନ୍ତ କିଛି କହିବୁ ନାହିଁ। ସେପର୍ଯ୍ୟନ୍ତ ଆମେ ସୋସିଆଲ ମିଡିଆରେ ଏକ ସାଧାରଣ ଦମ୍ପତି ପରି ରହିବୁ। ଯେତେବେଳେ ଚହଲଙ୍କୁ ପଚରାଗଲା ଯେ ସେହି ସମୟରେ ସେ କେବଳ ମିଛରେ ଅଭିନୟ କରୁଥିଲେ କି, ସେ ହଁ କହିଥିଲେ। ଚହଲ କୁହିଥିଲେ 'ସମ୍ପର୍କ ଏକ ଚୁକ୍ତିନାମା ପରି। ଯଦି ଜଣେ ବ୍ୟକ୍ତି ରାଗିଯାଏ, ତେବେ ଅନ୍ୟ ଜଣଙ୍କୁ ଶୁଣିବାକୁ ପଡ଼ିଥାଏ। କେତେକ ସମୟରେ ଦୁଇ ଜଣଙ୍କ ସ୍ୱଭାବ ମେଳ ଖାଏ ନାହିଁ। ମୁଁ ଭାରତ ପାଇଁ ଖେଳୁଥିଲି, ସେ ମଧ୍ୟ ତାଙ୍କର କାମ କରୁଥିଲେ।' ଏହା ୧-୨ ବର୍ଷ ଧରି ଚାଲିଥିଲା।

'ପ୍ରତ୍ୟେକଙ୍କ ନିଜସ୍ୱ ଜୀବନ ଅଛି'

ଚହଲ ଆହୁରି କହିଥିଲେ, 'ମୁଁ ଏଠି ସମୟ ଦେଉଥିଲି ସେଠି ମଧ୍ୟ, କିନ୍ତୁ ସମ୍ପର୍କ ବିଷୟରେ ଚିନ୍ତା କରିବା ପାଇଁ ସମୟ ନଥିଲା। ଏବଂ ତା'ପରେ ପ୍ରତିଦିନ ମୁଁ ଭାବୁଥିଲି ଯେ ଏହାକୁ ଛାଡିଦିଅ। ସମସ୍ତଙ୍କର ନିଜସ୍ୱ ଜୀବନ ଏବଂ ଲକ୍ଷ୍ୟ ଅଛି। ଜଣେ ପାର୍ଟନର ଭାବରେ, ଆପଣଙ୍କୁ ସମର୍ଥନ କରିବାକୁ ପଡିବ। ଯେତେବେଳେ ମୋର ଛାଡପତ୍ର ହେଲା, ଲୋକମାନେ ମୋତେ ଧୋକେବାଜ ବୋଲି କହିଥିଲେ। କିନ୍ତୁ ମୁଁ ମୋ ଜୀବନରେ କେବେ କାହାକୁ ଧୋକା ଦେଇନାହିଁ। ମୋର ଦୁଇଟି ଭଉଣୀ ଅଛି ଏବଂ ମୁଁ ମୋ ବାପାମାଙ୍କ ଠାରୁ ମହିଳାମାନଙ୍କୁ ସମ୍ମାନ କରିବା ଶିଖିଛି। 

ଚହଲ କ୍ରିକେଟରୁ ବିରତି ନେବାକୁ ଚାହୁଁଥିଲେ

ଭାବପ୍ରବଣ ହୋଇ ଚହଲ କହିଥିଲେ, 'ମୋର ଆତ୍ମହତ୍ୟା କରିବାକୁ ମନରେ ଚିନ୍ତାଧାରା ଆସୁଥିଲା। ମୁଁ ବହୁତ ବିରକ୍ତ ହୋଇଯାଇଥିଲି।୨ ଘଣ୍ଟା କାନ୍ଦୁଥିଲି ଆଉ ୨ ଘଣ୍ଟା ଶୋଇଥିଲି। ଏହା ୪୦-୪୫ ଦିନ ଧରି ଚାଲିଥିଲା। ଏତିକି ହିଁ ନୁହେଁ କ୍ରିକେଟରୁ ବିରତି ନେବାକୁ ଚାହୁଁଥିଲି। କାହିଁକି ନା କ୍ରିକେଟରେ ଏତେ ବ୍ୟସ୍ତ ଥିଲି ଯେ ମୁଁ ଧ୍ୟାନ ଦେଇ ପାରୁ ନଥିଲି। ପରେ ମୁଁ ଏହି କଥାଗୁଡ଼ିକ ମୋ ବନ୍ଧୁଙ୍କ ସହ ସେୟାର କରିଥିଲି।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.