LIVE TV

ଏହି ବ୍ୟକ୍ତି ହେଲେ ଦେଶର ସବୁଠୁ ଧନୀ Youtuber, ଜାଣନ୍ତୁ ତାଙ୍କର ନେଟୱର୍ଥ କେତେ?

NEWS7
Richest Youtuber of India

ନୂଆଦିଲ୍ଲୀ ୬।୧୦: ଭାରତରେ ଆଜିକାଲି ଡିଜିଟାଲ କଣ୍ଟେଣ୍ଟ ପ୍ରସ୍ତୁତକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଖାସ କରି ୟୁଟ୍ୟୁବ ଭଳି ପ୍ଲାଟଫର୍ମରେ କଣ୍ଟେଣ୍ଟ କ୍ରିୟେସନ ଏବେ କୋଟିକୋଟି ଟଙ୍କାର ବ୍ୟବସାୟରେ ପରିଣତ ହୋଇଛି। ଏବେ ସେହି ୟୁଟ୍ୟୁବରଙ୍କ ତାଲିକା ସାମ୍ନାକୁ ଆସିଛି ଯେଉଁମାନେ ୟୁଟ୍ୟୁବରୁ ସବୁଠୁ ଅଧିକ ଆୟ କରୁଛନ୍ତି। ‘ଟେକ୍ ଇନଫର୍ମର’ ରିପୋର୍ଟ ଅନୁସାରେ କମେଡିୟାନ ତନ୍ମୟ ଭଟ୍ଟ ଦେଶର ସବୁଠୁ ଅଧିକ ଆୟକରୁଥିବା ୟୁଟ୍ୟୁବର ପାଲଟିଛନ୍ତି।

ଏହି ଡିଜିଟାଲ ଯୁଗରେ ତନ୍ମୟ ସବୁଠୁ ସଫଳ ଚେହେରା ଭାବେ ଉଭା ହୋଇଛନ୍ତି। ତାଙ୍କର ମୋଟ ଆନୁମାନିକ ସମ୍ପତ୍ତି ପାଖାପାଖି ୬୬୫ କୋଟି ଟଙ୍କା ବୋଲି କୁହାଯାଉଛି। ତନ୍ମୟ ତାଙ୍କର ମଜାଦାର ବ୍ୟଙ୍ଗ, ପଡକାଷ୍ଟ ଓ ଅନ୍ୟ କ୍ରିଏୟଟର୍ସଙ୍କ ସହିତ କରୁଥିବା କୋଲାବରେସନ ଲାଗି ଜଣାଯାଆନ୍ତି। ସେ କବେଳ ମନୋରଞ୍ଜନ ନୁହେଁ ବରଂ ଡିଜିଟାଲ ମିଡିଆକୁ ଏକ ମଜଭୁତ ବିଜନେସ୍ ମଡେଲରେ ପରିବର୍ତ୍ତିତ କରିବାରେ ବଡ଼ ଭୂମିକା ନିର୍ବାହ କରିଛନ୍ତି।

ତନ୍ମୟ ଭଟ୍ଟଙ୍କ ପରେ ଭାରତରେ ଟପ ଡିଜିଟାଲ କ୍ରିୟେଟର୍ସଙ୍କ ଲିଷ୍ଟର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌରବ ଚୌଧୁରୀ। ଲୋକେ ତାଙ୍କୁ ଟେକ୍ ରିଭ୍ୟୁ ଚ୍ୟାନେଲ ‘ଟେକ୍ନିକାଲ ଗୁରୁଜୀ’ ପାଇଁ ଚିହ୍ନନ୍ତି। ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୩୫୬ କୋଟି ଟଙ୍କା ବୋଲି ଅନୁମାନ କରାଯାଉଛି। ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ସମୟ ରୈନା, ଯିଏ ଷ୍ଟାଣ୍ଡଅପ କମେଡି ସହିତ ଚେସ୍ ଷ୍ଟ୍ରିମିଂ ଲାଗି ମଧ୍ୟ ଜଣାଶୁଣା। ତାଙ୍କ ନେଟୱର୍ଥ ପାଖାପାଖି ୧୪୦ କୋଟି ଟଙ୍କା। ତାଙ୍କ ପଛକୁ ଚତୁର୍ଥ ସ୍ଥାନରେ ଅଛନ୍ତି ଅଜୟ ନାଗର, ଯାହାଙ୍କୁ ଇଣ୍ଟରନେଟ୍ ରେ ‘କ୍ୟାରି ମିନାଟି’ ନାମରେ ଲୋକେ ଜାଣନ୍ତି। ତାଙ୍କର ଆୟ ପାଖାପାଖି ୧୩୧ କୋଟି ଟଙ୍କା।

ଭାରତର ଟପ୍ ଟେନ୍ ୟୁଟ୍ୟୁବରଙ୍କ ତାଲିକାରେ ଅନେକ ନାମ ଅଛନ୍ତି, ଯେଉଁମାନେ ଅଲଗା ଅଲଗା ପ୍ରକାର କଣ୍ଟେଣ୍ଟ କ୍ୟାଟଗରୀରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଆଜି ଡିଜିଟାଲ କଣ୍ଟେଣ୍ଟ କ୍ରିୟେସନ ଏଣ୍ଟରଟୈନମେଣ୍ଟ ୱାର୍ଲଡର ଛବି ବଦଳେଇ ଦେଇଛି। ଆଜିକା କ୍ରିୟେଟରମାନେ କେବଳ ୟୁଟ୍ୟୁବ ଅଥବା ସୋସିଆଲ ମିଡିଆରେ ଭିଡିଓ କରି ନୁହେଁ ବରଂ ଆଡସ୍, ବ୍ରାଣ୍ଡପାର୍ଟନରସିପ୍, ଲାଇଭ ସୋ, ମର୍ଚାଣ୍ଡାଇଜ ବିକ୍ରି ଓ ଅନ୍ୟ ଅନଲାଇନ ଉପାୟରେ ବେଶ୍ ଭଲ ଉପାର୍ଜନ କରୁଛନ୍ତି।

ଏକ ରିପୋର୍ଟ ଅନୁସାରେ ଭାରତରେ ଡିଜିଟାଲ ଇନଫ୍ଲୁଏନ୍ସରଙ୍କ ବଜାର ୨୦୨୬ ସୁଦ୍ଧା ୩,୦୦୦ କୋଟି ଟଙ୍କାରୁ ଅଧିକ ହୋଇପାରେ। ଏହି ତଥ୍ୟ ଏହି ଇଣ୍ଡଷ୍ଟ୍ରିର ବଢୁଥିବା ଲୋକପ୍ରିୟତା ଓ ଆର୍ଥିକ ଦୃଢତାକୁ ସ୍ପଷ୍ଟ ପ୍ରମାଣ କରୁଛି।