News7 Logo

MIG-21କୁ ରିଟାୟାର ପରେ ଏପରି ବ୍ୟବହାର କରିବ ଭାରତ, ଛାନିଆ ହେବ ଶତ୍ରୁ

NEWS7
MIG-21 Fighter jet

ନୂଆଦିଲ୍ଲୀ ୩।୯: ମିଗ୍-୨୧କୁ ଏକ ଭବ୍ୟ ଉତ୍ସବରେ ୧୬ ସେପ୍ଟେମ୍ବର ୨୦୨୫ରେ ଭାରତୀୟ ବାୟୁସେନା (ଆଇଏଏଫ)ରୁ ଅବସର ଦିଆଯିବ। ଏଥି ମଧ୍ୟରେ ଖବର ଆସୁଛି ଏହି ସୁପରସୋନିକ ଯୁଦ୍ଧ ବିମାନକୁ ରିଟାୟାରମେଣ୍ଟ ପରେ କାମିକାଜେ ଡ୍ରୋନ ଅଥବା ଭୂ-ପୃଷ୍ଠରୁ ଆକାଶ (ସର୍ଫେସ ଟୁ ଏୟାର)କୁ ନିକ୍ଷେପ ହୋଇ ପାରୁଥିବା କ୍ଷେପଣାସ୍ତ୍ରର ପରୀକ୍ଷଣ ପାଇଁ ଡ୍ରୋନରେ ବଦଳାଯାଇ ପାରେ। ଯଦି ସବୁ ଠିକଠାକ ରହିଲା ଅବସର ପରେ ମଧ୍ୟ ଏହି ଯୁଦ୍ଧବିମାନ ଶତ୍ରୁ ପାଇଁ କାଳ ହୋଇ ଉଭା ହେବ।

ମିଗ୍-୨୧ ବାଇସନକୁ ୧୯୬୩ରେ ଆଇଏଏଫରେ ସାମିଲ କରାଯାଇଥିଲା। ଏହା ଭାରତର ପ୍ରଥମ ସୁପରସୋନିକ୍ ଫାଇଟର ଜେଟ୍ ଥିଲା। ଆଇଏଏଫ ସେପ୍ଟେମ୍ବର ୨୦୨୫ରେ ଏକ କାର୍ଯ୍ୟକ୍ରମରେ ମିଗ୍ ସ୍କ୍ୱାଡ୍ରନକୁ ଗୁଡବାୟ କହିବ। ଏହି ସ୍କ୍ୱାଡ୍ରନ ରିଟାୟାୟାର୍ଡ ହେଲେ ଆଇଏଏଫର ସ୍କ୍ୱାଡ୍ରନ ସଂଖ୍ୟା ୨୯କୁ ଖସି ଆସିବ। ମିଗ୍ ର ଜାଗା ସ୍ୱଦେଶୀ ଲାଇଟ୍ କମ୍ବାଟ ଏୟାରକ୍ରାଫ୍ଟ ତେଜସ୍ ମାର୍କ ୧ଏ ନେବ।

୧୦ ନଭେମ୍ବର ୨୦୨୦ରେ ୟୁରେସିୟାନ ଟାଇମ୍ସରେ ଏକ ରିପୋର୍ଟ ଛପିଥିଲା। ଏଥିରେ ଭିଏତନାମ ଓ ଭାରତ ଭଳି ଦେଶ ସେମାନଙ୍କ ମିଗ୍-୨୧କୁ ଅନମ୍ୟାନଡ କମ୍ବାଟ ଏରିୟଲ ଭେଇକଲ ଅର୍ଥାତ ଯୁଦ୍ଧ ଡ୍ରୋନ ଭାବେ ପରିବର୍ତ୍ତିତ କରିପାରନ୍ତି। ଏହା ପୂର୍ବରୁ ଭିଏତନାମ ୨୦୧୦ ମସିହାରୁ ମିଗ୍ ସ୍କ୍ୱାଡ୍ରନକୁ ବାୟୁସେନାରୁ ଅବସର ଦେଇ ସାରିଛି। ଭାରତ ଏବେ ୨୦୨୫ ମସିହାରେ ଏହି ବିମାନକୁ ବାୟୁସେନାରୁ ବାହାର କରିବ । ତେବେ ଭାରତ ଏହି ଯୁଦ୍ଧ ବିମାନଗୁଡିକୁ କଣ କରିବା ସେ ନେଇ କିଛି ନିଷ୍ପତ୍ତି ହୋଇନି।

ଆମେରିକା ବାୟୁସେନାରୁ ରିଟାୟାର ଏଫ-୧୬ ଯୁଦ୍ଧ ବିମାନଗୁଡିକୁ କ୍ୟୁଏଫ-୧୬ ନାମକ ଡ୍ରୋନ ଭାବେ ଉପଯୋଗ କରୁଛି। ଏହି ଡ୍ରୋନ ଗୁଡିକୁ ମିଜାଇଲ ଟେଷ୍ଟିଂରେ ଟାର୍ଗେଟ୍ ଭଳି ବ୍ୟବହାର କରାଯାଉଛି। ତେବେ ମିଗ୍-୨୧କୁ ଡ୍ରୋନରେ ପରିବର୍ତ୍ତିତ କରିବାରେ ସବୁଠୁ ଯାହା ମୁଖ୍ୟ ସମସ୍ୟା ତାହା ହେଉଛି ‘ଫ୍ଲାଏ ବାଏ ୱେର’ ଫ୍ଲାଇଟ୍ କଣ୍ଟ୍ରୋଲ ସିଷ୍ଟମ। ଏହା ଏକ ଏପରି ସିଷ୍ଟମ ଯାହା କମ୍ପ୍ୟୁଟର ଉପଯୋଗ କରି ବିମାନର ଇନପୁଟ୍ କୁ ଆନାଲାଇଜ କରିଥାଏ। ଏହି ଇନପୁଟ ମାନୁଆଲ ପାଇଲଟ ଅଥବା ଅଟୋ ପାଇଲଟରେ ହୋଇପାରେ।

ତେବେ ମିଗ୍-୨୧ ସହିତ ସମସ୍ୟା ହେଉଛି ଏହା ୧୯୫୦ ଦଶକରେ ନିର୍ମିତ ଯୁଦ୍ଧ ବିମାନ। ସମୟ ସହିତ ଏହାକୁ ଅଧିକ ଆଡଭାନ୍ସ କରାଯାଇଥିଲେ ବି ଏହାର ଅଧିକାଂଶ ସିଷ୍ଟମ ଏବେବି ଅଟୋମ୍ୟାଟିକ୍ ନୁହେଁ ମାନୁଆଲ ମୋଡରେ କାମ କରୁଛି। ଏଣୁ ଏହାକୁ ମୋଡିଫାଏ କରିବା ପାଇଁ ବ୍ୟୟ କିପରି ହ୍ରାସ କରାଯାଇ ପାରିବ ଏହାର ନିଷ୍ପତ୍ତି ବୈଜ୍ଞାନିକ ଓ ଟେକ୍ନିସିୟାନଙ୍କ ଉପରେ ନିର୍ଭର କରୁଛି। ​​​​​​​