୨୦୩୦-୩୧ ଯାଏ ବଢିଲା ଅଟଳ ପେନ୍‌ସନ୍ ଯୋଜନା, ଏମ୍‌ଏସ୍‌ଏମ୍‌ଇ ସେକ୍ଟର ପାଇଁ SIDBIକୁ ୫୦୦୦ କୋଟି ଟଙ୍କା

NEWS7
this-indian-weapon-system-downed-a-pakistani-drone

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆର୍ଥିକ ମୋର୍ଚ୍ଚାରେ ଦୁଇଟି ବଡ଼ ଓ ଦୂରଗାମୀ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୈଠକରେ ସାଧାରଣ ଲୋକଙ୍କ ସାମାଜିକ ସୁରକ୍ଷାକୁ ମଜଭୁତ କରିବା ପାଇଁ ଅଟଳ ପେନ୍‌ସନ୍ ଯୋଜନା (ଏନପିୱାଇ)କୁ ୨୦୩୦-୩୧ ଯାଏ ବଢାଯାଇଛି । ଅନ୍ୟପଟେ ରୋଜଗାର ସୃଜନ ଓ ଲଘୁ ଉଦ୍ୟୋଗକୁ ପ୍ରୋତ୍ସାହିତ ଦେବା ପାଇଁ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ (ସିଡବି)ରେ ୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଏହି ନିଷ୍ପତ୍ତି ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଓ ଲଘୁ ଉଦ୍ୟୋଗକୁ ଶସ୍ତା ଦରରେ ଋଣ ପ୍ରଦାନ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

କେନ୍ଦ୍ର କ୍ୟାବିନେଟ୍ ସରକାରଙ୍କ ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନା, ଅଟଳ ପେନ୍‌ସନ୍ ଯୋଜନାକୁ ଆର୍ଥିକ ବର୍ଷ ୨୦୩୦-୩୧ ଯାଏ ଜାରି ରଖିବାକୁ ମଞ୍ଜୁରି ଦେଇଛନ୍ତି । ଏହି ବିସ୍ତାର ସହ ଯୋଜନାର ପ୍ରଚାର, ବିକାଶ ଗତିବିଧି ଓ ଗ୍ୟାପ ଫଣ୍ଡିଂ ପାଇଁ ଆର୍ଥିତ ସହାୟତାକୁ ମଧ୍ୟ ସ୍ୱୀକୃତି ମିଳିଛି ।

ଏମ୍‌ଏସ୍‌ଏମ୍‌ଇକୁ ଆଶ୍ୱସ୍ତି ପ୍ରଦାନ କରି ସରକାର ସିଡବିକୁ ୫ ହଜାର କୋଟି ଟଙ୍କାର ଇକ୍ୱିଟି ସହାୟତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ପୁଞ୍ଜି ବିତ୍ତୀୟ ସେବା ବିଭାଗ ଅର୍ଥାତ୍ ଡିଏଫଏସ୍ ଦ୍ୱାରା ତିନି କିସ୍ତିରେ ଦିଆଯିବ । ବୁଧବାର କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ସଂକେତ ଦେଉଛି ଯେ ସରକାରଙ୍କ ଫୋକସ୍ ସାମାଜିକ ସୁରକ୍ଷା ଓ ଆର୍ଥିକ ବିକାଶ ଉଭୟ ଉପରେ ରହିଛି । ଅଟଳ ପେନ୍‌ସନ୍ ଯୋଜନାକୁ ବଢାଯିବା ଦୁର୍ବଳ ବର୍ଗକୁ ସୁରକ୍ଷା କବଚ ପ୍ରଦାନ କରିବ, ଅନ୍ୟପଟେ ସିଡବି ଜରିଆରେ ପୁଞ୍ଜି ପ୍ରବାହ କ୍ଷୁଦ୍ର ଉଦ୍ୟୋଗକୁ ପ୍ରୋତ୍ସାହନ ନେଇ ନୂଆ ନିଯୁକ୍ତି ସୃଜନ ବାଟ ଖୋଲିବ ।