ମାଲକାନଗିରି: ଛତିଶଗଡ଼ ସୀମାନ୍ତ ବୀଜାପୁର ୧୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଉପରେ ୨୩ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ବୀଜାପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ରବିବାର ପଶ୍ଚିମ ବସ୍ତର ମାଓ ଡିଭିଜନର ଏହି ୧୩ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ଏସିଏମ କ୍ୟାଡର, ଡିଭିସିଏମ କ୍ୟାଡର ଏବଂ ମାଓ ସଦସ୍ୟ ଏବଂ ମିଲିସିଆ ସଦସ୍ୟ ରହିଛନ୍ତି।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ୮ ମହିଳା ଓ ୫ ପୁରୁଷ ମାଓବାଦୀ । ସମସ୍ତ ଆତ୍ମସମର୍ପଣକାରୀଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ସହ ଆଗାମୀ ଦିନରେ ସରକାରୀ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଅଞ୍ଚଳରେ ଦିନକୁ ଦିନ ମାଓ ସଙ୍ଗଠନ ଦୁର୍ବଳ ହେଉଥିବା ବେଳେ ନିଜର ନୀତି ଆଦର୍ଶ ହରାଉଛି। ଏହା ସହ ଦିନକୁ ଦିନ ମାଓ ଦମନ ପାଇଁ ସୁରକ୍ଷା ବଳ ପକ୍ଷରୁ ଅପରେସନକୁ ବଢାଇ ଦିଆଯାଇଥିବାରୁ ଏମାନେ ମାଓ ସଙ୍ଗଠନରୁ ଓହରି ସାଧାରଣ ଜୀବନ ଯାପନ କରିବାକୁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି।