LIVE TV

ନୋବେଲ କମିଟି ଶାନ୍ତି ଠାରୁ ଅଧିକ ରାଜନୀତି କରୁଛି: ପୁରସ୍କାର ନ ମିଳିବା ପରେ ହ୍ୱାଇଟ ହାଉସର ତୀବ୍ର ସମାଲୋଚନା

NEWS7
white house reaction after trump snubbed for nobel 2025

ୱାଶିଂଟନ ଡିସି: ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ୧୨ ବର୍ଷର ତପସ୍ୟା ଶୁକୁଆ ଝୋଳର ସରିଛି। ଶାନ୍ତି ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିନି। ବରଂ ମିଳିଛି ଭେନେଜୁଏଲାର ମୁଖ୍ୟ ବିରୋଧୀ ଦଳର ନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ। ଫଳରେ ହ୍ୱାଇଟ୍ ହାଉସ୍‌ରେ ଖାଲି ଦୁଃଖ ହିଁ ଦୁଃଖ।

ଭାରତ ପାକିସ୍ତାନ ଯୁଦ୍ଧ ସମେତ ବିଶ୍ୱର ୮ଟି ଯୁଦ୍ଧ ବନ୍ଦ କରିଥିବା ଦାବି କରି ଟ୍ରମ୍ପ ବାରମ୍ବାର ନିଜକୁ ନୋବେଲ ଶାନ୍ତି ପୁରସ୍କାରର ଅସଲି ହକଦାର ବୋଲି ଦାବି କରୁଥିଲେ। ହେଲେ ଏବେ ତାଙ୍କୁ ଶାନ୍ତି ପୁରସ୍କାର ନ ମିଳିବାରୁ ଓଭାଲ ଅଫିସ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ନୋବେଲ କମିଟି ମାଚାଡୋଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦେଇ ଶାନ୍ତି ଠାରୁ ଅଧିକ ରାଜନୀତିକୁ ଗୁରୁତ୍ୱ ଦେଇଛି ବୋଲି ଟ୍ରମ୍ପ ପ୍ରଶସାନ କହିଛି।

୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ମାଚାଡୋଙ୍କୁ ଭେନେଜୁଏଲାର ଲୌହ ମାନବୀ ବୋଲି କୁହାଯାଏ। ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବାରେ ତାଙ୍କର କାର୍ଯ୍ୟ ପାଇଁ ତାଙ୍କୁ ଏହି ଉପାଧି ମିଳିଛି। ଏଥିପାଇଁ ମାଚାଡେ ଆମେରିକାର ଟାଇମ୍ ମାଗାଜିନର '୨୦୨୫ର ୧୦୦ ପ୍ରଭାବଶାଳୀ ବ୍ୟକ୍ତି' ତାଲିକାରେ ତାଙ୍କ ନାମ ସ୍ଥାନ ପାଇଥିଲା

ନୋବେଲ ନ ମିଳିବା ପରେ ହ୍ୱାଇଟ ହାଉସ ପ୍ରବକ୍ତା ଏନେଇ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ହତାଶା ଓ ନିରାଶା ପ୍ରକାଶ କରିଛନ୍ତି। ସେ ତାଙ୍କ ପୋଷ୍ଟ କରି ଲେଖିଛନ୍ତି “ରାଷ୍ଟ୍ରପତି ଟ୍ରମ୍ପ ପୂର୍ବପରି ଶାନ୍ତି ଚୁକ୍ତି କରିବା, ଯୁଦ୍ଧ ସମାପ୍ତ କରିବା ଏବଂ ଜୀବନ ବଞ୍ଚାଇବା କାର୍ଯ୍ୟ ଜାରି ରଖିବେ। ତାଙ୍କର ମାନବବାଦୀ ହୃଦୟ ଅଛିତାଙ୍କ ପରି ଏପରି କେହି ନାହାନ୍ତି ଯିଏ ନିଜର ଦୃଢ଼ ଇଚ୍ଛାଶକ୍ତିର ପାହାକୁ ବି ହଲାଇ ଦେଇପାରିବ।”

ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପୂର୍ବରୁ ହିଁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ ପ୍ରବଳ ବର୍ଷିଥିଲେ। ଟ୍ରମ୍ପ କହିଥିଲେ ଯେ ଓବାମା କିଛି ନ କରି, ଓଲଟି ଦେଶକୁ ନଷ୍ଟ କରି ବି ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଲା। ଓବାମା ଜଣେ ଭଲ ରାଷ୍ଟ୍ରପତି ନଥିଲେ ବୋଲି ଟ୍ରମ୍ପ କହିଥିଲେ। ଏଥିସହିତ ଶାନ୍ତି ପ୍ରତିଷ୍ଠା ପାଇଁ ସେ ନିଜର ଉପଲବ୍ଧିଗୁଡ଼ିକୁ ଗଣାଇଥିଲେ। ସେ ଗାଜାରେ ଶାନ୍ତି ଫେରାଇବା, ୮ଟି ଯୁଦ୍ଧ ବନ୍ଦ କରିବା ଆଦି କହିଥିଲେ। ତେବେ ଓବାମା ସରକାର ଚଳାଇବାର ମାତ୍ର ୮ ମାସରେ ନୋବେଲ ପୁରସ୍କାର ପାଇବା ନେଇ ଟ୍ରମ୍ପ ନିଜର ହତାଶା ପ୍ରକାଶ କରିଥିଲେ।   

ଓବାମାଙ୍କୁ ୨୦୦୦୯ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ସେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାର ମାସ ପରେ ତାଙ୍କୁ ପୁରସ୍କୃତ କରାଯାଇଥିଲାତାଙ୍କୁ ପୁରସ୍କାର ଦେବାର ଯଥାର୍ଥତା ଦର୍ଶାଇ ନରୱେଜିଆନ୍ ନୋବେଲ କମିଟି କହିଥିଲା ଯେ ଆନ୍ତର୍ଜାତୀୟ କୂଟନୀତି ଏବଂ ଲୋକଙ୍କ ମଧ୍ୟରେ ସହଯୋଗକୁ ସୁଦୃଢ଼ ​​କରିବା ପାଇଁ ଓବାମାଙ୍କ ଅସାଧାରଣ ପ୍ରୟାସ କରିଥିଲେ। ତେଣୁ ତାଙ୍କୁ ଏହି ପୁରସ୍କାର ପାଇଁ ଅସଲି ହକଦାର ବିଚାର କରାଯାଇଥିଲା।

 ​​​​​​​