ଗୁରୁବାର ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦିଲ୍ଲୀପ ରାୟ, ପୂରା ସମର୍ଥନ ଦେବ ବିଜେପି

NEWS7
the-young-man-took-the-madness

ଭୁବନେଶ୍ବର ୩।୩: ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ମନମୋହନ ସାମଲ ଓ ସୁଜିତ କୁମାରଙ୍କ ନାଁ ଘୋଷଣା କରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ବଡ଼ ଖବର ସାମ୍ନାକୁ ଆସିଛି । ଆସନ୍ତା ୫ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ନେତାଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ଥରେ ବିଜେଡିକୁ ଚକ୍‌ମା ଦେଇ ସେ ରାଜ୍ୟସଭାକୁ ଯାଇଥିବା ନଜିର ରହିଛି । ତେଣୁ ଏଥର ମଧ୍ୟ ସ୍ବାଧୀନ ପ୍ରାର୍ଥୀ ଭାବେ ସେ ନିର୍ବାଚନ ବୈତରଣୀ ପାର ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏ ଖବର ବି ପଢ଼ନ୍ତୁ:- ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ମନମୋହନ ଏବଂ ସୁଜିତ୍ କୁମାରଙ୍କ ନାଁରେ ମୋହର

ସେପଟେ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଦେବ ବୋଲି ବିଜେପି ସ୍ପଷ୍ଟ କରିଛି । ଦିଲ୍ଲୀପ ରାୟଙ୍କୁ ସମର୍ଥନ ଦେବା ନେଇ ରାଜ୍ୟ କାର୍ଯ୍ୟାଳୟରେ ଘୋଷଣା କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ଦଳ ନୀତିଗତ ଭାବେ ସମର୍ଥନ ଦେବାକୁ ନିଷ୍ପତ୍ତି ହୋଇଛି । ଦିଲ୍ଲୀପ ନିଜେ ଉଦ୍ୟମ କରିବେ, ଦଳ ମଧ୍ୟ ପୂରା ସମର୍ଥନ ଦେବ । ଦିଲ୍ଲୀପ ନିଶ୍ଚିତ ବିଜୟୀ ହେବେ ବୋଲି ମନମୋହନ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ୩ୟ ଏବଂ ୪ର୍ଥ ଆସନ ପାଇଁ କମ୍ପିଟିସନ : ସମର୍ଥନ ମିଳିଲେ ସବୁ ଆସନ ମଧ୍ୟ ବିଜେପି ଜିତିପାରିବ

ସେପେଟ ବିଜେଡି ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ବିଜେଡି କମନ୍ ପ୍ରାର୍ଥୀ ଭାବେ ଘୋଷଣା କରିଛି । କଂଗ୍ରେସ ମଧ୍ୟ ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରୁଛି । ରାଜ୍ୟସଭାକୁ ଓଡ଼ିଶାରୁ ୪ ଜଣଙ୍କୁ ନିର୍ବାଚିତ ହେବେ । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପିର ୨ ଓ ବିଜେଡିର ଜଣେ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ । ତେଣୁ ଚତୁର୍ଥ ଆସନ ପାଇଁ ଦିଲ୍ଲୀପ ରାୟ ଓ ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ ମୁକାବିଲା ହେବାର ସମ୍ଭାବନା ରହିଛି ।