ଭୁବନେଶ୍ୱର ୧୮/୦୩: ବର୍ଷିଲେ ବିଜେଡି ବିଧାୟକ ଦେବୀ ତ୍ରିପାଠୀ । ଆସିଥିବା ସୋ କଜ୍ ନୋଟିସ୍ ପ୍ରସଙ୍ଗରେ ଜବାବ ରଖିଛନ୍ତି ସେ । କହିଛନ୍ତି Bjdର ପ୍ରାଥମିକ ସଦସ୍ୟତା ପଦ ଛାଡିବା ପ୍ରଶ୍ନ ଉଠୁ ନାହିଁ । ମୁଁ ବିଜେଡି ନେତା, ସାଧାରଣ ସମ୍ପାଦକ ରହିଛି । ମୁଁ ବିଶ୍ୱାସଘାତ କରିନାହିଁ । ଯାହା ମତେ ଠିକ ଲାଗିଛି ମୁଁ ତାହା କରିଛି ।

ମୁଁ ବିଜୁ ବାବୁଙ୍କ ଆଦର୍ଶରେ ଏବେ ବି bjdରେ ଜଡିତ ଅଛି । ମାର୍ଚ୍ଚ ୨୦ ସୁଦ୍ଧା କାରଣ ଦର୍ଶାଓ ନୋଟିସ ପାଇଁ ଜବାବ ରଖିବି । ଅପେକ୍ଷା କର କଣ ହେଉଛି ଦେଖିବ । ଆଇନ ଅନୁଯାୟୀ ଜବାବ ରଖିବି ବୋଲି ସେ ରୋକ୍‌ଠୋକ୍ ଶୁଣାଇଛନ୍ତି । ସେ ଓଲଟା ପ୍ରଶ୍ନ କରିଛନ୍ତି, ପ୍ରତ୍ୟାଖିତ ସଂତୃପ୍ତ ମିଶ୍ରଙ୍କୁ ବିଜେଡି କାହିଁକି ପ୍ରାର୍ଥୀ କଲା । ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମଧ୍ୟ ସିଧାସଳଖ ମୁଖିଆଙ୍କୁ ଟାର୍ଗେଟ୍ କରିଛନ୍ତି ଦେବୀ ।

​​​​​​​also read...Biju Naveen inspiration foundation: ବିରୋଧୀଙ୍କୁ ରୋକ୍‌ଠୋକ୍ ଶୁଣାଇଦେଲେ ନବୀନ, କହିଲେ ନଜାଣି ପ୍ରଚାର କରନି କିଛି

ପୂର୍ବରୁ ୨୦ ବିଧାୟକଙ୍କ ଉପସ୍ଥିତିରେ କହିଥିଲେ ଟ୍ରଷ୍ଟ ବିଷୟରେ ଜାଣିନାହାନ୍ତି । ଏନେଇ ପ୍ରଭାତ ବିଶ୍ବାଳଙ୍କ ଅଭିଯୋଗକୁ ଭିତ୍ତିହୀନ କହିଥିଲେ ମୁଖିଆ । ମୁଁ ବିଜେଡିର ନୀତି ଆଦର୍ଶ ସହ ରହିଛି, ମାତ୍ର ନିଷ୍ପତ୍ତି ସହିତ ନାହିଁ । ବିଜେଡିର ଅଣକଂଗ୍ରେସ ଚିନ୍ତାଧାରା ସହ ଅଛି, ଚାଟୁକାରଙ୍କ ସହ ନାହିଁ ।