କେନ୍ଦୁଝର୧୧କେନ୍ଦୁଝର ବନଖଣ୍ଡର ତେଲକୋଇ ରେଞ୍ଜରେ ଦୀର୍ଘ ୩ ମାସ ଧରି ଅସୁସ୍ଥ ହୋଇ ବୁଲୁଥିବା ୩୦ ବର୍ଷର ମାଖନା ହାତୀ ଧିରେ ଧିରେ ସୁସ୍ଥ ହେଉଥିବା ନେଇ ସୂଚନା ଦେଲେ ଡିଏଫ୍ଓ । ହାତୀ ଦଳରେ ଥିବା ଦନ୍ତା ହାତୀ ମାନଙ୍କର ଏକାଧିକବାର ଆକ୍ରମଣ ଯୋଗୁଁ ହାତୀଟିର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଓ ଘା’ ହୋଇ ଯାଇଥିଲା । ଫଳରେ ହାତୀଟି ଅସୁସ୍ଥ ହୋଇ ପଡିଥିଲା । ପିସିସିଏଫ ୱାଇଲ୍ଡ ଲାଇଫଙ୍କ ନିର୍ଦ୍ଦେଶରେ ଏସିଏଫ ସୁଦୀପ୍ତ ପଣ୍ଡା ପଶୁ ଚିକିତ୍ସକ, ଶିମିଳିପାଳ ଡବ୍ଲୁଟିଆଇ ଟିମ୍, ସେନ୍ଟରପାର ଫର ୱାଇଲଡ ଲାଇଫ ହେଲ୍ଥ ଡଃ ଇନ୍ଦ୍ରମଣୀ ନାଗଙ୍କ ତତ୍ତ୍ବାବଧାନରେ କେତେବେଳେ ଟ୍ରାଙ୍କୁଲାଇଜ କରି ହାତୀଟିର ଚିକିତ୍ସା ଚାଲିଥିଲା । ଅନ୍ୟ ହାତୀଙ୍କ ଠାରୁ ମଧ୍ୟ ତାକୁ ୨୪ ଘଣ୍ଟିଆ ସୁରକ୍ଷା ଦିଆଯାଉଥିଲା । ଆଉ ଖୁସିର ଖବର ଏବେ ହାତୀଟି ସୁସ୍ଥ ହେବା ସହ ପାଣିରେ ଗାଧୋଉଛି, ମାଟି ଓ କାଦୁଅରେ ଖେଳୁଛି ଓ ପାଦ ମଧ୍ୟ ପକାଇ ଚାଲୁଛି ଆଉ କିଛି ଦିନ ମଧ୍ୟରେ ହାତୀଟି ସଂପୂର୍ଣ୍ଣ ସୁସ୍ଥ ହୋଇଯିବା ନେଇ ଆଶା କରାଯାଉଛି ବୋଲି ଡିଏଫଓ ସୂଚନା ଦେଇଛନ୍ତି ।