ଇନ୍ଦୋର – ଜଣେ ୧୨ ବର୍ଷିୟ ନିରୀହ ପିଲା ଫାଶୀ ଲଗେଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଘଟଣାଟି ମଧ୍ୟ ପ୍ରଦେଶର ଇନ୍ଦୋରର ଏମଆଇଜି ଥାନା ଅଞ୍ଚଳରେ ଘଟିଛି। ପରିବାର ଲୋକଙ୍କ ସୂଚନା ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଥିଲା। ଏହାପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ନିରୀହ ପିଲାର ଗତ ୩୦ ଜୁଲାଇରେ ଖୁବ୍ ଧୂମଧାମରେ ଜନ୍ମଦିନ ପାଳନ ହୋଇ ଥିଲା।
ପରିବାର ଲୋକଙ୍କ କହିବାନୁସାରେ , ଅକଳଙ୍କ ଜୈନ ନାମକ ଏହି ପିଲାଟି ୬ଷ୍ଠ ଶ୍ରେଣୀର ଛାତ୍ର ଥିଲା। ସେ ତାଙ୍କ ମାଆଙ୍କ ମୋବାଇଲରେ ଅନଲାଇନ ଗେମ୍ ଖେଳୁଥିଲା। ୩୧ ଜୁଲାଇରେ ସେ ଘରେ ବସି ଫ୍ରି ଫାୟାର ଗେମ୍ ଖେଳୁ ଥିଲେ। ଏହି ସମୟରେ ଗେମ୍ ଖେଳିବା ବେଳେ ୩୦୦୦ ଟଙ୍କା ଟଙ୍କା ମାଆଙ୍କ ଆକାଉଣ୍ଟରୁ କଟି ଯିବା ପରେ, ଅକଳଙ୍କ ରୁମ୍ ଭିତରକୁ ଯାଇ ଫାଶୀ ଲଗେଇ ଆତ୍ମହତ୍ୟା କରିଥିଲା। ଯେତେବେଳ ଅନେକ ସମୟ ଯାଏ କବାଟ ଖୋଲି ନଥିଲା ,ତ ପରିବାର ଲୋକେ କବାଟ ଭାଙ୍ଗି ଦେଖିଲେ ଅକଳଙ୍କ ଫାଶୀ ଲଗେଇ ଝୁଲୁଥିଲା। ତାକୁ ତୁରନ୍ତ ହସ୍ପିଟାଲ ନିଆଯାଇ ଥିଲା କିନ୍ତୁ ତାକୁ ବଞ୍ଚା ଯାଇ ପାରି ନଥିଲା।
ଅକଳଙ୍କର ବାପାଙ୍କ ମୋବାଇଲ ବିଜନେସ୍ ଅଛି। ବାପାଙ୍କ କହିବାନୁସାରେ ,ସରକାରଙ୍କୁ କୌଣସି ଦୃଢ ପଦକ୍ଷେପ ଉଠାଇବା ଉଚିତ୍ , ଯେଉଁଥିରେ ପ୍ଲେ ଷ୍ଟୋର କିମ୍ୱା ଅନ୍ୟ କୌଣସି ସ୍ଥାନରୁ ଅନଲାଇନ ଗେମ୍ ମୋବାଇଲରେ ଡାଉନଲୋଡ୍ ନହେଉ।
ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ମଧ୍ୟ ମଧ୍ୟ ପ୍ରଦେଶରେ ଅନେକ ଅନଲାଇନ୍ ଗେମ୍ ଯୋଗୁଁ ପିଲାମାନେ ପଦକ୍ଷେପ ଉଠାଇଛନ୍ତି। ସରକାର ଅନେକ ଅନଲାଇନ ଗେମ୍ରେ ପ୍ରତିବନ୍ଧକ ମଧ୍ୟ ଲଗାଇ ଥିଲେ। ଅନେକ ଅନଲାଇନ୍ ଗେମ୍ କାରଣରୁ ଏବେ ବି ଅନେକ ପିଲା ଲୁଚି ଛପି ଏଟିଏମ୍ ବା କେବେ କ୍ରେଡିଟ୍ କାର୍ଡରେ ସେହି ଟାସ୍କକୁ ପୂରା କରନ୍ତି ଏବଂ ଟଙ୍କା ଚାଲି ଯିବା ପରେ ମାଆ –ବାପାଙ୍କୁ ଏକଥା ନକହି , ସେମାନେ ଏହିପରି ଭୟଙ୍କର ପଦକ୍ଷେପ ଉଠାଇ ଥାନ୍ତି।