ଭୁବନେଶ୍ବର ୯୧୧: ନୂଆପଡ଼ା ମାହୋଲ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ । ଲୋକଙ୍କ ମତ ବି ସ୍ପଷ୍ଟ । ଜୟ ଢୋଲକିଆଙ୍କ ସପକ୍ଷରେ ବାତାବରଣ ଅଛି । ଲୋକଙ୍କ ବିପୁଳ ଜନ ସମର୍ଥନ ଅଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଆମ ମୁଖ୍ୟମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ସେଠାରେ ପ୍ରଚାରର ମଙ୍ଗ ଧରିଥିଲେ । ଲୋକେ ସମର୍ଥନ ଦେଇଛନ୍ତି । ପ୍ରତିଫଳନ ନଭେମ୍ବର ୧୪ରେ ହେବ ।

ନବୀନ ବାବୁ ଦୁଇ ଥର ଯାଆନ୍ତୁ କି ୫ ଥର ନୂଆପଡ଼ା ଯାଆନ୍ତୁ । ତାର କୌଣସି ପ୍ରଭାବ ପଡିବନି । ବିଜେଡ଼ି ନେତା ସେଠି ଯେଉଁ ସଭା ସମିତି କରୁଛନ୍ତି ସେଥିରେ ନୂଆପଡ଼ାବାସୀଙ୍କ ସମ୍ପୃକ୍ତି କେତେ ତାହା ସମସ୍ତେ ଜାଣିଛନ୍ତି ।

ସେପଟେ ବେଇମାନୀ ପ୍ରସଙ୍ଗରେ କହିଛନ୍ତି, ବିଜେଡି ଇତିହାସ ଖୋଲିବାକୁ ଚାହୁଁନାହିଁ । ଆହୁରି ଲଜ୍ଜିତ ହେବେ । ନବୀନଙ୍କ ପାଇଁ ଯିଏ ବି ବିଶ୍ବାସ ଘାତକତାର ସ୍କ୍ରିପ୍ଟ ଲେଖିଛି ଓ ଧରେଇଛି ସିଏ ନିଜେ ବୋଧେ ତାଙ୍କ ଇତିହାସ ଭୁଲିଯାଉଛନ୍ତି ଯେ ସେମାନେ କେମିତି ବିଶ୍ବାସ ଘାତକତା କରିଥିଲେ ବୋଲି ପୃଥ୍ବୀରାଜ କହିଛନ୍ତି ।