ଛତ୍ରପୁର ୧।୮: ପୁଣି କୂଳ ଲଙ୍ଘିଲା ଆର୍ଯ୍ୟପଲ୍ଲୀ ସମୁଦ୍ର l ପୂର୍ବରୁ ୫ କି.ମି. ଦୂରରେ ଥିବା ସମୁଦ୍ର ଏବେ ଗ୍ରାମଠୁ କିଛି ମିଟର ଦୂରରେ l ଉଚ୍ଚ ଜୁଆର ସାଙ୍ଗକୁ କୂଳ ଲଙ୍ଘିବା ଦ୍ୱାରା ସମୁଦ୍ର କୂଳରେ ଥିବା ଏକ ସେଡ୍ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି l ଏହାସହ ରାସ୍ତା ସାମୁଦ୍ରିକ ଥାନା ଠାରୁ କେ. ଆର୍ଯ୍ୟପଲ୍ଲୀ ରାସ୍ତା ମଧ୍ୟ ନଷ୍ଟ ହୋଇଛି । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ଆର୍ଯ୍ୟପଲ୍ଲୀ ଗ୍ରାମ ବାସିନ୍ଦା l ସେହିପରି ଏକ ରାସ୍ତା ମଧ୍ୟ ସମୁଦ୍ର କୂଳରେ ରହିଥିବା ବେଳେ ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ରାସ୍ତାର ଅର୍ଦ୍ଧକ ସମୁଦ୍ରରେ ଭାସିଯାଇଛି l ଏପଟେ ଯୁଦ୍ଧକାଳୀନ ଭିତ୍ତିରେ ପଥର ବନ୍ଧା କାର୍ଯ୍ୟ ଚାଲିଛି l ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ଦାବି ହୋଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନି l ଆଗାମୀ ଦିନରେ ସମ୍ପୂର୍ଣ୍ଣ ଗ୍ରାମଟି ପାଣିରେ ଭାସିଯିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି l ପୂର୍ବରୁ ଗ୍ରାମ ସମୁଦ୍ର କୂଳରେ ଥିବା ଆଉ ଏକ ସେଡ୍ ଓ ଏକ ଶ୍ମଶାନ ମଧ୍ୟ ସମୁଦ୍ରର ଉଚ୍ଚ ଜୁଆରରେ ଭାସିଯାଇଥିବା ଦେଖିବାକୁ ମିଳିଥିଲା l ଯାହାକୁ ନେଇ ମତ୍ସ୍ୟଜୀବୀ ମାନେ ଏହାର ସମାଧାନ ପାଇଁ ଦାବି କରିଥିଲେ l ଏପରିକି ସମୁଦ୍ର କୂଳ ଖାଇବା ଘଟଣା ଏହାର ବିହିତ ପଦକ୍ଷେପ ନେବା ପାଇଁ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଥିଲା । ପ୍ରଶାସନ ପକ୍ଷରୁ ଯେଉଁଭଳି ପଦକ୍ଷେପ ନେବା କଥା ସେହିପରି ନିଆ ଯାଇନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।
You Can Read:
ଲୁଲୁ ସାମଲ ବିଜେପିରେ ମିଶିବା ନେଇ ଚର୍ଚ୍ଚା, ୪ ଘଣ୍ଟା ଧରି ଚାଲିଲା ଆଲୋଚନା