News7 Logo

ମୁମ୍ବାଇକୁ ଥରାଇବାକୁ ଧମକ, ୪୦୦ କିଲୋ RDX ନେଇ ମୁମ୍ବାଇରେ ପଶିଲେ ୩୪ ଆତ୍ମଘାତୀ ଆକ୍ରମଣକାରୀ

NEWS7
mumbai

ନୂଆଦିଲ୍ଲୀ ୦୫।୦୯: ମୁମ୍ବାଇକୁ ଥରାଇବାକୁ ମିଳିଲା ଧମକ । ଫୋନ୍‌ କରି ୩୪ଟି ବିସ୍ଫୋରଣ କରିବାର ଧମକ ଦେଲା ଆକ୍ରମଣକାରୀ ।  ଏବେ ସତର୍କରେ ରହିଛି ମୁମ୍ବାଇ ପୋଲିସ । କୁହାଯାଉଛି କି ଏହି ଧମକ ଏକ ଫୋନ୍ କଲ୍ ମାଧ୍ୟମରେ ଦିଆଯାଇଛି ।

ମୁମ୍ବାଇ ପୋଲିସ ଅନୁଯାୟୀ ଏକ ଧମକପୂର୍ଣ୍ଣ କଲ ମିଳିବା ପରେ ହାଇ ଆଲର୍ଟରେ ରହିଛି ପୋଲିସ । କଲ କରିଥିବା ବ୍ୟକ୍ତି ଦାବି କରିଛନ୍ତି ଯେ ୩୪ଟି ଗାଡ଼ିରେ ୩୪ଟି "ମାନବ ବୋମା" ରଖାଯାଇଛି ଏବଂ ସେଥିରେ "୪୦୦ କିଲୋଗ୍ରାମ RDX" ରହିଛି । ଏହି ବୋମା ବିସ୍ଫୋରଣ ସାରା ସହରକୁ ଥରାଇ ଦେବ।

ପୋଲିସ କହିଛି ଯେ ଏହି ଧମକପୂର୍ଣ୍ଣ କଲ ମୁମ୍ବାଇ ଟ୍ରାଫିକ ପୋଲିସର ହେଲ୍ପଲାଇନ୍ ନମ୍ବରକୁ ଆସିଥିଲା। ଅନନ୍ତ ଚତୁର୍ଦ୍ଦଶୀ ପୂର୍ବରୁ ଲସ୍କର-ଏ-ଜିହାଦି ନାମକ ଏକ ସଂଗଠନ ଦ୍ୱାରା ଏହି ଧମକ ଦିଆଯାଇଛି । ଏହି ଧମକ ପରେ କେବଳ ମୁମ୍ବାଇ ନୁହେଁ ବରଂ ସାରା ରାଜ୍ୟକୁ ସତର୍କ କରାଯାଇଛି ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ସୁରକ୍ଷା ବଢାଇ ଦିଆଯାଇଛି ।  

ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ୪୦୦ କିଲୋଗ୍ରାମ RDX ବିସ୍ଫୋରଣ ପାଇଁ ୩୪ଟି ମାନବ ବୋମା ବହନ କରୁଥିବା କାର ବ୍ୟବହାର କରାଯିବ । ଏହି ବୋମା ବିସ୍ଫୋରଣରେ ଅତି କମରେ ଏକ କୋଟି ଲୋକଙ୍କ ମୃତ୍ୟୁ ହେବ ବୋଲି ଦାବି କରାଯାଇଛି ।