LIVE TV

କଟକରେ ଭସାଣି ବେଳେ ଗଣ୍ଡଗୋଳ, ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସର ଲାଠି ଚାର୍ଜ

NEWS7
ctc

କଟକ ୦୪।୧୦ : କଟକରେ ଭସାଣ ବେଳେ ଗଣ୍ଡଗୋଳ । ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଯାହାଫଳରେ ବାଧ୍ୟ ହୋଇ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ପୋଲିସ ପକ୍ଷରୁ ଲାଠି ଚାର୍ଜ ହୋଇଛି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କଟକ ଦାରଘା ବଜାର ହାତୀପୋଖରୀ ପାଖରେ ଝାଞ୍ଜିର ମଙ୍ଗଳା ମେଢ ଯାଉଥିବା ବେଳେ ଛାତ ଉପରୁ ଅଚାନକ ହୋଇଥିଲା ଢେଲା ଓ ବୋତଲ ମାଡ଼। ଯାହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଧୀରେ ଧୀରେ ପରିସ୍ଥିତି ବିଗିଡ଼ିବାକୁ ଲାଗିଥିଲା ।  ଗଣ୍ଡଗୋଳ ଏତେ ବଢିଗଲା ଯେ, ପୋଲିସ ନାକେଦମ ହୋଇଥିଲା । ଆଉ ବାଧ୍ୟ ହୋଇ ପୋଲିସ ପକ୍ଷରୁ ଲାଠିଚାର୍ଜ କରିଥିଲା । ଯେଉଁଥିରେ ପୋଲିସ ଓ ଗଣ୍ଡଗୋଳକାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଡିସିପିଙ୍କ ମୁହଁରେ ବି ଆଘାତ ଲାଗିଛି ।  ସେହିପରି ଦରଘବଜାର ଥାନା ଉପରେ ବି ଢେଲା ମାଡ଼ ହୋଇଛି। ଗଣ୍ଡଗୋଳ ଚାଲିଥିଲା ବେଳେ ଭୀଷଣ ବର୍ଷା ହେବାରୁ ଟିକିଏ ଗଣ୍ଡଗୋଳ ଥମିଛି କିନ୍ତୁ ଏବେବି ଛକାଚ୍ଛକି ହୋଇ ଉଭୟ ଗୋଷ୍ଠୀ ରହିଛନ୍ତି । ପାଖାପାଖି ୬୦ରୁ ୭୦ମେଢ଼ ବିସର୍ଜନ ପାଇଁ ବାକିଥିବା ବେଳେ କିଛି ପୂଜା କମିଟି ରାସ୍ତାରେ ମେଢ଼ ଛାଡ଼ି ଚାଲିଯାଇଛନ୍ତି