ବଲାଙ୍ଗୀର ୨୯।୦୯ : ବଲାଙ୍ଗିର ସହର ଭିତରେ କଣ୍ଟେନର ଟ୍ରକର ଉନ୍ମତ୍ତ କାଣ୍ଡ। ନୋ ଏଣ୍ଟ୍ରିରେ ଏଣ୍ଟ୍ରି କରି ଛିଣ୍ଡାଇଲା ବିଦ୍ୟୁତ୍ ତାର। କେଉଁଠି ତାର ତ ଆଉ କେଉଁଠି ଲୋକଙ୍କ ଘର ତାର ଟାଣିନେଇ ମିଟର ମଧ୍ୟ ଉପାଡି ଦେଲା। ରବିବାର ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି ।

ବଲାଙ୍ଗିର ସହର ମୁଖ୍ୟ ଡେଲିମାର୍କେଟ ବିକ୍ରମ ଛକ ଠାରୁ ରେଳ ଷ୍ଟେସନକୁ ଯାଉଥିବା ରାସ୍ତାରେ ଏକ କଣ୍ଟେନର ଟ୍ରକ ପଶିଥିଲା। ଯାହାର ନମ୍ବର ହରିୟାଣା ର ରହିଥିଲା। ଜନବସତି ଭିତରେ ଏଭଳି ଟ୍ରକ ପଶିବା ଫରେ ଲୋକଙ୍କ ଘରକୁ ସଂଯୋଗ କରୁଥିବା ବିଦ୍ୟୁତ୍ ତାର ଲାଗି ଟାଣିନେଇଥିଲା। ଯାହାର ସର୍ଟସର୍କିଟ ହୋଇ ନିଆଁ ଭଳି ଜଳି ଛିଣ୍ଡି ଯାଇଥିଲା। ଏନେଇ ବିଦ୍ୟୁତ୍ ସେବା ଠପ ହୋଇଯାଇଥିଲା। ତେବେ ଏତେ ଜୋର ତାର ଟାଣିଥିଲା ଯେ କିଛି ଘର ମିଟର ମଧ୍ୟ ଉପାଡି ନେଇଥିଲା। ସମଗ୍ର ଅଞ୍ଚଳ ବିଦ୍ୟୁତ୍ ରାତି ତମାମ ଯୋଗାଣ ବିଚ୍ଛିନ୍ନ ହୋଇଥିଲା। ସବୁଠୁ ବଡ କଥା ଏଭଳି ପରିସ୍ଥିତିରେ କିଛି ଘରେ ସର୍ଟସର୍କିଟ ଲାଗି ନିଆଁ ଲାଗିବା ଭୟ ଥିଲା।

ସେପଟେ ଏତେ ବଡ଼ ଅଘଟଣ ପରେ ସ୍ଥାନୀୟ ଲୋକେ ଟ୍ରକକୁ ଭଗତସିଂ କ୍ଲବ୍ ଠାରେ ଅଟକାଇଥିଲେ। ଗାଡି ଡ୍ରାଭର ନିଶାସକ୍ତ ଅବସ୍ଥାରେ ଥିବା ଦେଖି ଉତ୍ତମ ମଧ୍ୟମ ମଧ୍ୟ ଦେଇଥିଲେ।  ଏହି ଘଟଣା ପାଇଁ ପୋଲିସ ଏବଂ କିଛି ଅସାଧୁ ବ୍ୟବସାମୀମାନ ଦାୟୀ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ​​​​​​​