୪୩ ଛୁଇଁଲା ପାରଦ, ସାଢ଼େ ୨ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ରେକର୍ଡ

Published By : Prameya-News7 Bureau | April 29, 2024 IST

ଭୁବନେଶ୍ବର ୨।୪: ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ସୋମବାର ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ କେନ୍ଦୁଝର ସବୁଠୁ ଉତ୍ତପ୍ତ । କେନ୍ଦୁଝରରେ ୪୩, ଝାରସୁଗୁଡାରେ ୪୨.୮, ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮, ରାଉରକେଲାରେ ୪୧.୮, ବାଲେଶ୍ୱରରେ ୪୧.୪, ଭୁବନେଶ୍ୱରରେ ୪୧.୩, ଚାନ୍ଦବାଲିରେ ୪୦.୭, ପୁରୀରେ ୩୪.୬, ଗୋପାଳପୁରରେ ୩୩.୨, ପାରାଦୀପରେ ୩୩.୧ ଡିଗ୍ରୀ ରହିଛି ।

ସେହିଭଳି ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଥିଲା । ବାଲେଶ୍ୱରରେ ୪୧.୪, କେନ୍ଦୁଝରରେ ୪୧, ଭୁବନେଶ୍ୱରରେ ୪୦.୪, ଝାରସୁଗୁଡାରେ ୩୯.୮, ହୀରାକୁଦରେ ୩୯, ରାଉରକେଲାରେ ୩୯, ସମ୍ବଲପୁରରେ ୩୮.୬, ଚାନ୍ଦବାଲିରେ ୩୮.୨, ପୁରୀରେ ୩୩.୮, ଗୋପାଳପୁରରେ ୩୩.୨, ପାରାଦୀପରେ ୩୩ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ସେପଟେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ  କଟକ ସହରକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିଭଳି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ରାଜଧାନୀ ଭୁବନେଶ୍ବରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । 

You Can Read :

ଶୀତଳାପଲ୍ଲୀ ସମ୍ ହସ୍ପିଟାଲରେ ମଧୁମେହ ପରୀକ୍ଷଣ ଓ ଚିକିତ୍ସା ଶିବିର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.