ମୁମ୍ବାଇ: ସୁନ୍ଦର ଦିଶିବାକୁ କିଏ ବା ନ ଚାହାନ୍ତି। ଏଥିରୁ ପଛରେ କେମିତି ପଡିବେ ସେଲିବ୍ରିଟି। ଫିଟ୍, ଫାଇନ୍ ଓ ଗର୍ଜିଅସ୍ ଦିଶିବାକୁ କେତେ କଣ ଉପାୟ ଆପଣାଉଛନ୍ତି। କିଏ ବିଭିନ୍ନ ପ୍ରକାରର କସମେଟିକର ବ୍ୟବହାର କରୁଛନ୍ତି ତ କିଏ ପ୍ଲାଷ୍ଟିକ୍ ସର୍ଜରୀ କରିବାକୁ ବି ପଛାଉ ନାହାନ୍ତି। କିନ୍ତୁ ସାଉଥ୍ ସୁନ୍ଦରୀ ତମନ୍ନା ଭାଟିଆ ସୁନ୍ଦରତାର ରାଜ୍ ଜାଣିଲେ ଚମକି ଯିବେ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।
ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ବ୍ରଣ ଭଳି ଚର୍ମ ସମସ୍ୟା ଦୂର କରିବା ପାଇଁ ସକାଳର ପ୍ରଥମ ଛେପ ବ୍ୟବହାର କରିଥାନ୍ତି । ସେ କହିଛନ୍ତି, ଏହା ଶୁଣିବାକୁ ଅଜବ ଲାଗୁଥିବ, କିନ୍ତୁ ସତକଥା ହେଉଛି ଏହା ବ୍ରଣକୁ ଭଲ ମଧ୍ୟ କରିଦିଏ । ଆଉ ତ୍ୱଚାରେ ଚମକ ଆଣିଥାଏ। ସେ ଏକଥା ବି କହିଛନ୍ତି ଯେ, ସେ ଡାକ୍ତର ନୁହନ୍ତି , ଏହା ତାଙ୍କର ବ୍ୟକ୍ତିଗ ମତ। ତେବେ ସେ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଯଦି ଚର୍ମ ସମସ୍ୟା ଲାଗି ରହେ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ ।
ଲାଳରେ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଅଛି। ଏହା ବ୍ରଣ ସୃଷ୍ଟିକାରୀ ବ୍ୟାକ୍ଟେରିଆ ସହ ଲଢ଼ିବାରେ ସାହାଯ୍ୟ କରିପାରେ । ଏହାସହ ସକାଳର ଲାଳରେ pH କ୍ଷରୀତ ହୋଇଥାଏ, ଯାହା ସଂକ୍ରମଣ ଯୋଗୁଁ ଅମ୍ଳୀୟ ହୋଇଯାଇଥିବା ଚର୍ମର pH ସ୍ତରକୁ ସନ୍ତୁଳିତ କରେ। କିଛି ଅଧ୍ୟୟନ ଅନୁଯାୟୀରେ କୁହାଯାଇଛି , ଲାଳରେ ଥିବା ହିଷ୍ଟାଟିନ୍ସ ଭଳି ପେପ୍ଟାଇଡ୍ କ୍ଷତକୁ ଶୀଘ୍ର ଶୁଖାଇବାରେ ସହାୟକ ହୋଇଥାଏ। କିନ୍ତୁ ଏସବୁ ମାତ୍ର ଏକ ତଥ୍ୟ ଉପରେ ଆଧାରିତ। ଛେପ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।