News7 Logo

ୱାଇ-ଫାଇ ଉପରେ ପ୍ରତିବନ୍ଧକ ... ମୋବାଇଲ ଇଣ୍ଟରନେଟ୍‌ ସେବା ଚାଲୁ ରହିଛି , ଏହି ଦେଶରେ ନିଆ ଯାଇଛି ସ୍ୱତନ୍ତ୍ର ନିଷ୍ପତ୍ତି

NEWS7
-

କାବୁଲ – ଅଫଗାନିସ୍ତାନରେ ତାଲିବାନ ଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି। ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲାହ ଅଖୁନ୍ଦଜାଦାଙ୍କ ଆଦେଶରେ ଉତ୍ତରୀ ବଲଖ ପ୍ରଦେଶରେ ଫାଇବର ଅପ୍ଟିକ୍ ଇଣ୍ଟରନେଟ୍ (ୱାଇ-ଫାଇ) ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ଏହି ପ୍ରତିବନ୍ଧକ ଅନୈତିକତାକୁ ରୋକିବାର ଉଦ୍ଦେଶ୍ୟରେ ଲାଗୁ କରାଯାଇଛି। ଅଗଷ୍ଟ ୨୦୨୧ରେ ତାଲିବାନ ଦ୍ୱାରା କ୍ଷମତା ହାସଲ କରିବା ପରେ ଏହା ପ୍ରଥମ ଥର ଯେବେ ଏହିପରି ପ୍ରତିବନ୍ଧକ ଲଗାଯାଇଛି। ଏହି ନିଷ୍ପତ୍ତିର କାରଣରୁ ଉତ୍ତରୀ ବଲଖ ପ୍ରଦେଶରେ ସରକାରୀ କାର୍ଯ୍ୟାଳୟ, ଘରୋଇ କ୍ଷେତ୍ର , ସାର୍ବଜନିକ ସଂସ୍ଥା ଓ ଘର ୱାଇ-ଫାଇ ଇଣ୍ଟରନେଟ୍‌ରୁ ବଞ୍ଚିତ ହୋଇ ଯାଇଛି।

ପ୍ରଶାସନର ଜଣେ ପ୍ରବକ୍ତା ମଙ୍ଗଳବାର କହିଛନ୍ତି ଯେ, ତାଲିବାନ ନେତା ଅନୈତିକତାକୁ ରୋକିବା ପାଇଁ ଏକ ଅଫଗାନ ରାଜ୍ୟରେ ଫାଇବର ଆପ୍ଟିକ୍‌ ଇଣ୍ଟରନେଟ୍‌ ଉପରେ ରୋକ୍‌ ଲଗେଇ ଦେଇଛନ୍ତି। ହେଲେ , ମୋବାଇଲ ଇଣ୍ଟରନେଟ୍‌ ଏବେ ବି ସକ୍ରିୟ ରହିଛି। ପ୍ରାଦେଶିକ ସରକାରଙ୍କ ମୁଖପାତ୍ର ହାଜି ଅତାଉଲ୍ଲାହ ଜୈଦ କହିଛନ୍ତି ଯେ, ନେତା ହିବତୁଲ୍ଲାହ ଅଖୁନ୍ଦଜାଦାଙ୍କ ପୂର୍ଣ୍ଣ ପ୍ରତିବନ୍ଧକ ଆଦେଶରେ ବଲଖରେ ଏବେ କେବଳ ଇଣ୍ଟରନେଟ୍‌ର ସୁବିଧା ଉପଲବ୍ଧ ନାହିଁ।

ଜୈଦ ଆହୁରି କହିଛନ୍ତି , ଏହି ପଦକ୍ଷେପ ଅନୈତିକତାକୁ ରୋକିବା ପାଇଁ ନିଆଯାଇଛି। ଆବଶ୍ୟକ ହେଲେ ଦେଶ ଭିତରେ ମଧ୍ୟ ଏକ ବୈକଳ୍ପିକ ବ୍ୟବସ୍ଥା ପ୍ରସ୍ତୁତ କରାଯିବ। ବଲଖକୁ ପ୍ରତିବନ୍ଧକ ପାଇଁ କାହିଁକି ବଛା ଗଲା ଏବଂ ଏହି ପ୍ରତିବନ୍ଧକ ବି ଅନ୍ୟ ପ୍ରଦେଶରେ ମଧ୍ୟ ଲାଗୁ ହେବ, ଏନେଇ ସେ ଏହି ବିଷୟରେ ଆଉ କିଛି ସୂଚନା ଦେଇ ନାହାନ୍ତି ।