ଦୁନିଆର ସବୁଠୁ ଗଭୀରତମ ବ୍ଲୁ ହୋଲ୍, 'ଡ୍ରାଗନ୍' ଠାରୁ ପ୍ରାୟ ୩ ଗୁଣା ଗଭୀର

Published By : Prameya-News7 Bureau | May 02, 2024 IST

ଏ ଦୁନିଆ ରହସ୍ୟମୟ ! ଜଳ ସ୍ଥଳ କିମ୍ବା ଆକାଶ ହେଉ... ସବୁଠି ଲୁଚିରହିଛି ଅନେକ ରୋଚକ ତତ୍ତ୍ୱ। ଯାହାର ସନ୍ଧାନ ପାଇଁ ଆଜି ବି ଚାଲିଛି ଗବେଷଣା। ଏହାରି ଭିତରେ ଦୁନିଆର ସବୁଠୁ ଗଭୀରତମ ବ୍ଲୁ ହୋଲ୍ର ଆବିଷ୍କାର କରିଛନ୍ତି ବୈଜ୍ଞାନିକ। ଯାହାର ଗଭୀରତା ୧୩୮୦ ଫୁଟ। ପ୍ରିଣ୍ଟିଅର୍ସରେ ଇନ୍ ମେରାଇନ୍ ସାଇନ୍ସରେ ପ୍ରକାଶିତ ହୋଇଛି ଏହି ସମ୍ବନ୍ଧୀୟ ଏକ ଆର୍ଟିକିଲ୍ । ଏହି ହୋଲ୍ ଡ୍ରାଗନ୍ ହୋଲ୍ ଠାରୁ ପ୍ରାୟ ତିନି ଗୁଣା ଗଭୀର।

ମେକ୍ସିକୋର ଚେଟୁମାଲ୍ ବେ’ରେ ସନ୍ଧାନ ମିଳିଛି ଦୁନିଆର ଗଭୀରତମ ଟାମ୍ ଜା ’ ବ୍ଲୁ ହୋଲ୍। ଏହାର ବୃହତ ଆକାର ବିଷୟରେ ଫଣ୍ଟିୟର୍ସ ଇନ୍ ମେରାଇନ୍ ସାଇନ୍ସରେ ସୂଚନା ଦିଆଯାଇଛି। ଗତ ଡିସେମ୍ବରରେ ଏକ ଡ୍ରାଇଭିଂ ଅଭିଯାନ ସମୟରେ ଏହାର ଗଭୀରତା ମାପ କରାଯାଇଥିଲା।

ବ୍ଲୁ ହୋଲ୍କୁ ମାପିବା ପରେ ଡାଇଭରମାନେ କହିଥିଲେ ଯେ ଏହି ଗର୍ତ୍ତଟି ଭୂପୃଷ୍ଠରୁ ୧୩୮୦ ଫୁଟ ବା ୪୨୦ମିଟର ଗଭୀର। ଏହି ଗଭୀରତା ଚିକାଗୋର ଆଇକନିକ୍ ଟ୍ରମ୍ପ ଟାୱାର ସହିତ ସମାନ। ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ବ୍ଲୁ ହୋଲ୍ ସାମୁଦ୍ରିକ ଜୀବଙ୍କ ଆଶ୍ରୟସ୍ଥଳୀ ହୋଇପାରେ।

ମେକ୍ସିକୋରେ ଏହି ବ୍ଲୁ ହୋଲ୍ ପାଇବା ପରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ନୂତନ ଆବିଷ୍କୃତ ବ୍ଲୁ ହୋଲ୍ ୧୩୮୦ ଫୁଟ ଗଭୀର। ଏହାପୂର୍ବରୁ ଦକ୍ଷିଣ ଚୀନ୍ ସାଗରରେ ଅବସ୍ଥିତ ୟଙ୍ଗଲ ବ୍ଲୁ ହୋଲ୍ ୪୮୦ ଫୁଟ ଗଭୀର ବୋଲି ବିବେଚନା କରାଯାଉଥିଲା। ଏହି ବ୍ଲୁ ହୋଲ୍ ଡ୍ରାଗନ୍ ହୋଲ୍ ଭାବରେ ମଧ୍ୟ ଜଣାଶୁଣା। 

କିନ୍ତୁ ବର୍ତ୍ତମାନ ମେକ୍ସିକୋରେ ମିଳିଥିବା ନୂତନ ବ୍ଲୁ ହୋଲ୍ ଡ୍ରାଗନ୍ ବ୍ଲୁ ହୋଲ୍ର ରେକର୍ଡକୁ ଭାଙ୍ଗିଛି। କାରଣ ଏହା ଡ୍ରାଗନ୍ ହୋଲ୍ ଠାରୁ ପ୍ରାୟ ତିନି ଗୁଣା ଗଭୀର।

ପାଣି ତଳେ ଏତେ ଗଭୀର ଗର୍ତ୍ତକୁ ଭୂତଳ ଚମତ୍କାର ବୋଲି କହିଛନ୍ତି ବୈଜ୍ଞାନିକ। ହଜାର ହଜାର ବର୍ଷ ଧରି ହୀମନଦୀ ଦ୍ୱାରା ସୃଷ୍ଟି ହୋଇଥିବା ବ୍ଲୁ ହୋଲ୍ ସମୁଦ୍ରରେ ବୁଡ଼ି ରହିଥିବା ବିରାଟକାୟ ଗୁମ୍ଫା। ସବୁ ଆଶ୍ଚର୍ଯ୍ୟକର କଥା, ଏହା ଭବିଷ୍ୟତରେ ଆହୁରି ବଡ଼ ହୋଇପାରେ। ନିମ୍ନଭାଗରେରେ ଶହ ଶହ ଫୁଟର ଗୁମ୍ଫା ସୃଷ୍ଟି କରିପାରେ।

ଏହିପରି ଏକ ହୋଲ୍ ଖୋଜିବା ଅତ୍ୟନ୍ତ କଷ୍ଟକର। କାରଣ ତଳେ ଅମ୍ଳଜାନର ଅଭାବ ରହିଛି ଏବଂ କ୍ଷତିକାରକ ହାଇଡ୍ରୋଜେନ୍ ସଲଫାଇଡ୍ ଗ୍ୟାସ ରହିଛି। ଏହି ଗଭୀର ବ୍ଲୁ ହୋଲ୍ ଯିବାକୁ ହେଲେ ଟେକ୍ନିକାଲ ଉପକରଣ ଏବଂ ଦକ୍ଷ ଗବେଷକ ଜରୁରୀ।

ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ନିମ୍ନଭାଗରେ ଗୁମ୍ଫା ଏବଂ ଟନେଲରେ ମଲ୍ଟିପଲ୍ ନେଟୱର୍କ ଥାଇପାରେ, ଯାହା ପରସ୍ପର ସହିତ ସଂଯୁକ୍ତ। ଏହି ଅଦୃଶ୍ୟ ଦୁନିଆରେ ଜୀବନ ମଧ୍ୟ ଥାଇପାରେ। ଏହା ଅନେକ ପ୍ରକାରର ପ୍ରାଣୀମାନଙ୍କ ପାଇଁ ଏକ ଆଶ୍ରୟସ୍ଥଳ ହୋଇପାରେ। ଏହି ବ୍ଲୁ ହୋଲ୍ର ଆବିଷ୍କାର ୨୦୨୧ ମସିହାରେ ଆରମ୍ଭ ହୋଇଥିଲା, ଏହା ଉପରେ ଏବେବି ଗବେଷଣା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.