News7 Logo

ସୁସ୍ଥ ନାରୀ ସଶକ୍ତ ପରିବାର: ଓଡ଼ିଶାର ଦେଢ଼ କୋଟି ମହିଳା ଓ ଝିଅ ଅଭିଯାନରେ ସାମିଲ ହେବେ-ମୁଖ୍ୟମନ୍ତ୍ରୀ

NEWS7
mohan majhi

ଭୁବନେଶ୍ୱର: ମଧ୍ୟପ୍ରଦେଶରୁ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ବିନା ସଙ୍କୋଚରେ କ୍ୟାମ୍ପ ଯାଇ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ମହିଳାଙ୍କୁ ଅପିଲ୍ କରିଛନ୍ତି । କ୍ୟାମ୍ପରେ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଔଷଧ ସଂପୂର୍ଣ୍ଣ ମାଗଣା । ଅଧିକରୁ ଅଧିକ ମହିଳାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ପରିବାରର ପୁରୁଷମାନଙ୍କୁ ଆହ୍ଵାନ ଦେଇଛନ୍ତି । ଶିଶୁ, ମାତୃ ମୃତ୍ୟୁହାର କମାଇବା ପାଇଁ ଏହି ଅଭିଯାନରେ ସାମିଲ ହେବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି । ଆଦିବାସୀ ଅଞ୍ଚଳରେ ସିକିଲସେଲ ଓ ଅମେନିଆ ଭଳି ସମସ୍ୟା ଅଧିକ ଦେଖାଦେଉଛି । ଏଭଳି କାର୍ଯ୍ୟକ୍ରମ ଦ୍ଵାରା ତାହା ଦୂର କରାଯାଇ କରିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୨ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଓଡ଼ିଶାର ୩୦ ଜିଲ୍ଲାରେ ଦେଢ଼ କୋଟି ମହିଳା ଓ ଝିଅମାନେ ଏହି ଅଭିଯାନରେ ସାମିଲ ହେବେ । ଉଚ୍ଚ ରକ୍ତଚାପ, ମଧୁମେହ, ସିକିଲସେଲ, ରକ୍ତ ହୀନତା ଭଳି ରୋଗର ସ୍କ୍ରିନିଂ କରି ଚିକିତ୍ସ କରାଯିବ । ମହିଳାମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ସେବା ଏବଂ ଔଷଧ ଦେବେ ସରକାର । ପୋଷଣ ଓ ସ୍ୱାସ୍ଥ୍ୟ ପାଇଁ ମହିଳାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ୨୨ଟି ହେଲ୍ଥ ସ୍କ୍ରିନିଂ ଷ୍ଟଲ୍ କରାଯାଇଛି । ଏହାସହ ସାରା ରାଜ୍ୟରେ ୯୬୩ ଜାଗାରେ କ୍ୟାମ୍ପ କରାଯାଇଛି ।  ୮୦ଟି ସ୍ଥାନରେ ରକ୍ତ ଦାନ ଶିବିର କରାଯାଇଛି ।  ହଜାରରୁ ଅଧିକ ସୁବିଧା ଯୋଗାଇ ଦିଆଯାଇଛି । ଏବେ ସୁଦ୍ଧା ୭୦ ହଜାରରୁ ଅଧିକ ମହିଳା ଓ ଶିଶୁ ମାନଙ୍କୁ ସ୍କ୍ରିନିଂ ସୁବିଧା ଯୋଗାଇ ଦିଆଯାଇଛି । ଏଥିରେ ଓଡ଼ିଶା ପୁରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି ।

ଅକ୍ଟୋବର ୨ ଭିତରେ ୪୦ ହାଜର ଜେନେରାଲ ହେଲ୍ଥ କ୍ୟାମ୍ପ, ୫୦୪୭ ସ୍ପେଶାଲ କ୍ୟାମ୍ପ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି । ରାଜ୍ୟରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନକୁ ନିଜେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ତତ୍ତ୍ଵାବଧାନ କରିବେ । ଆଗାମୀ ଦିନରେ ନାରୀ ଓ ଶିଶୁଙ୍କ କ୍ଷେତ୍ରରେ ସୂଚକାଙ୍କରେ ସୁଧାର ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି କଟକ ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟର ସ୍ୱାସ୍ଥ୍ୟ ସେବା ମାନଚିତ୍ରରେ ବିରାଟ ପରିବର୍ତ୍ତନ ଆସିବାକୁ ଯାଉଛି । ଆଗାମୀ ୧୫ ଦିନ ଭିତରେ ପ୍ରତ୍ୟେକ ମହିଳା ନିଜ ସ୍ୱାସ୍ଥ୍ୟ ବାବଦରେ ସଜାଗ ହେବେ ଏବଂ ସେମାନଙ୍କୁ ମାଗଣାରେ ସବୁ ପ୍ରକାର ଅତ୍ୟାଧୁନିକ ସେବା ଯୋଗାଇ ଦିଆଯିବ ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି । ​​​​​​​