ବରଗଡ଼ ୧୮।୧୧ : ବହୁ କଳ୍ପନା ଜଳ୍ପନାର ହେଲା ଅନ୍ତ । ଶେଷରେ ବରଗଡ଼ ଧନୁଯାତ୍ରାର କଂସ ମହାରାଜଙ୍କ ଚରିତ୍ର ପାଇଁ ହୋଇ ଚୟନ । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପ୍ରଥମ ଥର ପାଇଁ କଂସ ହେବାକୁ ଯାଉଛନ୍ତି ବରଗଡ଼ ଜିଲ୍ଲା ଭେଡେନ୍‌ ବ୍ଲକ ଚିଚିଣ୍ଡା ଗାଁର ସୁଶୀଲ ମେହେର । ୩୬ ଜଣ କଳାକାରଙ୍କୁ ପଛରେ ପକାଇ କଂସ ଚରିତ୍ର ପାଇଁ ଚୟନ ହୋଇଛନ୍ତି ସୁଶୀଲ। ଆଗାମୀ ୩ ବର୍ଷ ଯାଏଁ ସୁଶୀଲ କଂସ ଚରିତ୍ରରେ ଅଭିନୟ କରିବ ବୋଲି ସୂଚନା ମିଳିଛି । 

ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ୧୧ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଧନୁଯାତ୍ରା ୨୦୨୬ ମସିହା ଜାନୁଆରୀ ମାସ ୩ ତାରିଖରେ ଶେଷ ହେବ। ଏହାପୂର୍ବରୁ କଳାକାର ଚୟନ ହୋଇଛି। ୧୫ ତାରିଖ ଦେବକୀ, ନାରଦ, ଚାଣୁର , ମୁଷ୍ଟିକ, ସାର୍ତ୍ତକି, ବସୁଦେବ , ଅକ୍ରୁର ଏବଂ ଉଗ୍ରସେନ, ୧୬ ତାରିଖ ମହାମନ୍ତ୍ରୀ ଓ ସେନାପତି ଏବଂ ୧୭ ତାରିଖ ଦିନ ମହାରାଜ କଂସ ଅଭିନୟ ପାଇଁ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ମହାରାଜ କଂସଙ୍କ ଚରିତ୍ର ପାଇଁ ୩୬ କଳାକାରଙ୍କ ନାଁ ସାମ୍ନାକୁ ଆସିଥିଲା । ହେଲେ ସେଥିରୁ ସୁଶୀଲ ମେହେରଙ୍କୁ ବାଛିଛନ୍ତି ବିଚାରକ ମଣ୍ଡଳୀ । ହୃଷୀକେଶ ଭୋଇ ଓ ଆର୍ତ୍ତତ୍ରାଣ ସୁନାନି କଂସ ଚରିତ୍ର ପାଇଁ ଆବେଦନ କରିଥିଲେ । ହେଲେ କାଗଜପତ୍ର ଯାଞ୍ଚ ସମୟରେ ହୃଷୀକେଶ ଭୋଇଙ୍କ ନାଁରେ କେସ୍ ଚାଲୁଥିବାରୁ ଓ ଆର୍ତ୍ତତ୍ରାଣ ସୁନାନିଙ୍କ ବୟସ ପରିସୀମାରୁ ଅଧିକ ହୋଇଯାଇଥିଲା । ସେଥିପାଇଁ ଉଭୟଙ୍କ ନାଁ କଂସ ଚରିତ୍ରରୁ ବାଦ୍‌ ପଡିଥିଲା। ଏବେ ସୁଶୀଲ ମେହେରଙ୍କୁ କଂସ ଚରିତ୍ର ପାଇଁ ଚୟନ କରାଯାଇଛି । ଯାହାକି ଆଗାମୀ ୩ ବର୍ଷ ଯାଏଁ କଂସ ଭୂମିକାରେ ନଜର ଆସିବେ