ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି ବ୍ୟାନର୍ ତଳେ ସଂସଦ ଘେରାଉ ଉଦ୍ୟମ ବେଳେ ପୋଲିସ ଆକ୍ସନ ଏବଂ ହିଂସାକୁ ନେଇ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି । ସୁପ୍ରିମକୋର୍ଟ ଏକ ଆବେଦନ ଉପରେ ଶୁଣାଣି କରି ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟିର ଅଧ୍ୟକ୍ଷତା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆର୍.ସୁଭାଷ ରେଡ୍ଡୀ କରିବେ ।

ସୁପ୍ରିମକୋର୍ଟ ଜାରି କରିଥିବା ଆଦେଶ ଅନୁସାରେ ଏହି କମିଟିରେ ଅନ୍ୟ ସଦସ୍ୟଙ୍କ ମଧ୍ୟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ରବିଶଙ୍କର ଝା, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ଜଜ୍ ଜଷ୍ଟିସ୍ ଶାଲିନ୍ଦର କୌର, ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଋଷି କୁମାର ଶୁକ୍ଲା ଏବଂ ମେଘାଳୟର ପୂର୍ବତନ ଡିଜିପି ଏଲ୍.ଆର୍ ବିଷ୍ନୋଇ ସାମିଲ ଅଛନ୍ତି ।

 

ଲାଇଭ ଲ୍’ ରିପୋର୍ଟ ଅନୁସାରେ, ଏହି କମିଟି ମାର୍ଚ୍ଚ ୨୦ରେ ହୋଇଥିବା ଆନ୍ଦୋଳନ ସମୟରେ ପେଲେଟ୍ ଗନ୍, ଇଲେକ୍ଟ୍ରିକ୍ ବ୍ୟାଟନ, ଲାଠି ଚାର୍ଜ ଏବଂ ଲୁହ ବୁହା ଗ୍ୟାସର ମାତ୍ରାଧିକ ପ୍ରୟୋଗ ପାଇଁ ତଦନ୍ତ କରିବେ । ଏହା ବ୍ୟତୀତ ମହିଳା ପ୍ରଦର୍ଶନକାରୀଙ୍କ ସହ ପୋଲିସର ହିଂସା, ଭିଡ଼ ନିୟନ୍ତ୍ରଣ କରିବାର ପ୍ରକ୍ରିୟା ଉପରେ ପଚରାଉଚରା କରାଯିବ ।

ଏହା ପୂର୍ବରୁ ମଙ୍ଗଳବାର ହୋଇଥିବା ଶୁଣାଣି ସମୟରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଭି.ମୋହନଙ୍କ ଖଣ୍ଡପୀଠ ପୂରା ଘଟଣାକ୍ରମର ଭିଡିଓ ଫୁଟେଜକୁ ନେଇ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଖଣ୍ଡପୀଠ କହିଥିଲେ ଯେ ଜୁଲାଇ ୨୦ରେ ହୋଇଥିବା ପ୍ରଦର୍ଶନର ସମସ୍ତ ଭିଡିଓ ଫୁଟେଜକୁ ଉଚ୍ଚସ୍ତରୀୟ କମିଟିକୁ ହସ୍ତାନ୍ତର କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ଏହି ପୂରା ମାମଲା କକ୍ରୋଚ୍ ଜନତା ପାର୍ଟି ଦ୍ୱାରା ଜୁଲାଇ ୨୦ରେ ସଂସଦ ମାର୍ଚ୍ଚ ହିଂସାକୁ ନେଇ ରହିଛି । ପ୍ରଦର୍ଶନକାରୀ ଏବଂ ବିରୋଧୀ ଦଳଗୁଡ଼ିକର ଅଭିଯୋଗ ଯେ ଆନ୍ଦୋଳନକୁ ରୋକିବା ପାଇଁ ଦିଲ୍ଲୀ ପୋଲିସ ଏବଂ ଅର୍ଦ୍ଧସାମରିକ ମାତ୍ରାଧିକ ବଳ ପ୍ରୟୋଗ କରିଥିଲେ । ଏହା ବ୍ୟତୀତ ଏପରି ବି ଭିଡିଓ ସାମନାକୁ ଆସିଥିଲା, ଯେଉଁଥିରେ ମହିଳାମାନଙ୍କୁ ଆପତ୍ତିଜନକ ଭାବେ ନିୟନ୍ତ୍ରଣ କରାଯାଉଥିଲା ।