ପୁରୀ ୨୮।୦୬ : ରାତିପାହିଲେ ପବିତ୍ର ସ୍ନାନଯାତ୍ରା। ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ପ୍ରସିଦ୍ଧ ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦେଇଛି ପ୍ରଶାସନ।

ତେବେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ଏବଂ ୭୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୪ ଜଣ ଏସପି ତଥା କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀ, ୧୪ ଜଣ ଅତିରିକ୍ତ ଏସପି, ୮୩ ଜଣ ଇନ୍ସପେକ୍ଟର, ୩୪୦ ସବ୍ ଇନ୍ସପେକ୍ଟର ଏବଂ ଏଏସଆଇ ନିୟୋଜିତ ହେବେ। ସୋମବାର ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ଦଇତାପତିମାନେ ଆଜି ମହାପ୍ରଭୁଙ୍କ ସେନାପଟା ଲାଗି କାର୍ଯ୍ୟ କରୁଛନ୍ତି। ସେହିପରି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାରୁ ପାଇଁ ତିନି ରଥର ବିଶ୍ବକର୍ମା ମହାରଣା ମାନେ ରଥ ନିର୍ମାଣ କାର୍ଯ୍ୟକୁ ସାରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

Also Read:-ଗର୍ଭସ୍ଥ ଶିଶୁର DNA ଟେଷ୍ଟ ମାଗିଲା ସ୍ୱାମୀ, ଅପମାନ ସହି ନପାରି ଗର୍ଭବତୀ ପତ୍ନୀର ନେଲା ଚରମ ନିଷ୍ପତ୍ତି !