LIVE TV

ଖୁଣ୍ଟୁଣୀ ଥାନାରେ ରୁଜୁ ହୋଇଥିଲା ଦୁର୍ଘଟଣା ଜନିତ ମୃତ୍ୟୁ, ପରିବାର କହିଲେ ସୁପରିକଳ୍ପିତ ହତ୍ୟା

NEWS7
aprana

ଭୁବନେଶ୍ୱର ୧୯/୦୯: କନଷ୍ଟେବଳ ଶୁଭମିତ୍ରା ସାହୁ ମୃତ୍ୟୁ ପରେ ସାମ୍ନାକୁ ଆସୁଛି ରୋଚକ ତଥ୍ୟ । କ୍ରାଇମ ମାଷ୍ଟର ଗୋଗୋ ପାଲଟିଥିବା ଦୀପକ ରାଉତର ଏତଲା ଏବେ ସାମ୍ନାରେ । ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ଥିଲେ ଢେଙ୍କାନାଳ ପର୍ଜଙ୍ଗ ସ୍ଥିତ କନ୍ଦରସିଂହାର ରାଜସ୍ବ ନିରୀକ୍ଷକ । ଯାହାଙ୍କୁ ୨୦୧୮, ଏପ୍ରିଲ୍ ୨୫ରେ ପ୍ରେମ ବିବାହ କରିଥିଲା ଦୀପକ। କିନ୍ତୁ ୪ ବର୍ଷ ତଳେ ଯେଉଁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଇଥିଲା, ତାକୁ ନେଇ ଏବେ ଉଠିଛି ପ୍ରଶ୍ନ।

କାରଣ ଦୁର୍ଘଟଣା ନୁହେଁ, ହତ୍ୟା କରାଯାଇଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ଅପର୍ଣ୍ଣାଙ୍କ ପରିବାର ଲୋକେ। ୨୦୨୨, ମାର୍ଚ୍ଚ ୧୭। ଦୀପକ ଏତଲାରେ ଦର୍ଶାଇଥିଲେ, ପତ୍ନୀ ଅପର୍ଣ୍ଣାଙ୍କ ସହ ଭୁବନେଶ୍ବରରୁ ଢେଙ୍କାନାଳ ଯିବାବେଳେ ଟ୍ରକ ଦୁର୍ଘଟଣା ଘଟାଇଥିବା ଏତଲାରେ ଉଲ୍ଲେଖ।  ଖୁଣ୍ଟୁଣି ଥାନାରେ ଦୁର୍ଘଟଣାକୁ ଜନିତ ମୃତ୍ୟୁକୁ ନେଇ ୭୨/୨୨ ରେ ଏକ ମାମଲା ରୁଜୁ କରାଯାଇଥିଲା । କିନ୍ତୁ ଆଜି ଅପର୍ଣ୍ଣାଙ୍କ ପରିବାର ଏହା ଦୁର୍ଘଟଣା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ ଆଣିବା ପରେ ଖୁବଶୀଘ୍ର ହୋଇପାରେ  ଏହି କେସ ରିଓପନ ।

ସେପଟେ ଭୁବନେଶ୍ୱର ଆସିଛି କନଷ୍ଟେବଳଙ୍କ ମୃତଦେହର ନମୂନା । ସଠିକ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଭୁବନେଶ୍ବର ଅଣାଯାଇଛି ନମୂନା । ଭୁବନେଶ୍ୱର ଫରେନସିକ୍ ଲ୍ୟାବକୁ ଆସିଲା ନମୂନା । କାରଣ କେନ୍ଦୁଝରରେ ନାହିଁ ସଠିକ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା। ସମ୍ବେଦନଶୀଳ କେସ ହୋଇଥିବାରୁ ଫରେନସିକ ଲ୍ୟାବରେ ହେବ ପରୀକ୍ଷା । କେନ୍ଦୁଝର କୁସୁନପୁରରୁ ମିଳିଥିଲା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ।