ଷ୍ଟପ୍-ଷ୍ଟାର୍ଟ ଭଳି ଥିଲା ବିରାଟ୍‌ଙ୍କ ପ୍ରାରମ୍ଭିକ କ୍ୟାରିୟର; କୋହଲିଙ୍କୁ ପୁଣି ସମାଲୋଚନା କଲେ ଗାଭାସ୍କର

Published By : Prameya-News7 Bureau | May 18, 2024 IST

ମୁମ୍ବାଇ: ପୂର୍ବତନ ଭାରତୀୟ ଅଧିନାୟକ ଲିଟିଲ୍ ମାଷ୍ଟର ସୁନିଲ୍ ଗାଭାସ୍କର ଓ ବିରାଟ୍ କୋହଲିଙ୍କ ମଧ୍ୟରେ ଶୀତଳ ଯୁଦ୍ଧ । ବିରାଟ୍‌କୁ ନେଇ ପୁଣି ଥରେ ବୟାନ ଦେଇଛନ୍ତି ଗାଭାସ୍କର । ସେ କହିଛନ୍ତି, ବିରାଟ୍ କୋହଲିଙ୍କୁ ବିରାଟ୍ ବନେଇବାରେ ମହେନ୍ଦ୍ର ସିଂହ ଧୋନିଙ୍କ ଭୂମିକା ରହିଛି । ବର୍ତ୍ତମାନ ସମୟରେ କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ କୋହଲିଙ୍କ ରାଜୁତି ଚାଲୁଛି । ମାତ୍ର ସୁନିଲ୍ ଗାଭାସ୍କରଙ୍କ କହିବା କଥା ବିରାଟ୍ କୋହିଲ ପ୍ରାରମ୍ଭରୁ ଷ୍ଟପ୍-ଷ୍ଟାର୍ଟ ଭଳି ଚାଲୁଥିଲା । ସେ ସମୟରେ ଧୋନି ତାଙ୍କୁ ଅତିରିକ୍ତ ସୁଯୋଗ ଦେଇଥିଲେ । ତେଣୁ ଏବେ କୋହିଲଙ୍କ ବିରାଟ୍ ରୂପ ଦେଖିବାକୁ ମିଳୁଛି ।

ଗାଭାସ୍କରଙ୍କ କହିବା ଅନୁଯାୟୀ, ବିରାଟ୍ ନିଜ କ୍ୟାରିୟର ଆରମ୍ଭରେ ଏବେ ବଡ଼ ଖେଳାଳି ନଥିଲେ । ପ୍ରାରମ୍ଭରୁ ଏକ ଷ୍ଟପ୍-ଷ୍ଟାର୍ଟ କ୍ୟାରିୟର ତାଙ୍କର ଚାଲୁଥିଲା । ଏମଏସ ଧୋନି ତାଙ୍କୁ ଅଧିକ ସମୟ ଦେଇ ଏହାକୁ ମ୍ୟାନେଜ୍ କରିଥିଲେ ଏବଂ କୋହଲିଙ୍କୁ ବିରାଟ୍ କ୍ରିକେଟ୍ ଭାବେ ଗଢ଼ି ତୋଳିଥିଲେ । ଫଳରେ ବର୍ତ୍ତମାନ ସମୟରେ ବିରାଟ୍ ଏତେ ବଡ଼ ଖେଳାଳି ହୋଇ ପାରିଛନ୍ତି । ବିରାଟ କୋହଲି ଗତ ବର୍ଷ ଦିନିକିଆ ଫର୍ମାଟରେ ଶତକର ଅର୍ଦ୍ଧଶତକ ମାରିଥିଲେ । ଓ୍ବାନଡେ’ କ୍ରିକେଟରେ ତାଙ୍କ କ୍ୟାରିୟର ଦେଖିଲେ, ସେ ୧୩, ୮୪୮ ରନ, ଟେଷ୍ଟରେ ୮, ୮୪୮ ରନ ଏବଂ ଟି-ଟ୍ବେଣ୍ଟିରେ ୪, ୦୩୭ରନ କରି ରେକର୍ଡ କରିଛନ୍ତି । ତିନୋଟି ଫର୍ମାଟରେ କିଙ୍ଗ କୋହଲିଙ୍କ ନାମରେ ୮୦ ଶତକ ରହିଛି । 

ସୂଚନା ଅନୁଯାୟୀ, ସୁନିଲ୍ ଗାଭାସ୍କର ଟି-୨୦ରେ ବିରାଟ୍ କୋହଲିଙ୍କ ଷ୍ଟ୍ରାଇକ୍ ରେଟ୍‌କୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ, ବିରାଟ୍ ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ୧୪-୧୫ ଓଭର ପର୍ଯ୍ୟନ୍ତ ତାଙ୍କ ଷ୍ଟ୍ରାଇକ୍ ରେଟ୍ ମାତ୍ର ୧୧୮ ରହୁଛି। ଏହାକୁ ଆଲୋଚନା ମଧ୍ୟ ହୋଇଥିଲେ । ହେଲେ ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକରେ ୧୬୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ବ୍ୟାଟିଂ କରି ସମୀକ୍ଷଙ୍କୁ ଏହାର ଜବାବ ଦେଇଥିଲେ ।      

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.