ଶୁଭମନ ଗିଲ୍‌ଙ୍କୁ ଇର୍ଷା କରୁଥିଲେ ଧଓ୍ୱନ, କାରଣ କହିଲେ ଗବ୍ବର

Published By : Prameya-News7 Bureau | August 31, 2024 IST

ନୂଆଦିଲ୍ଲୀ ୩୧/୦୮: ଇଣ୍ଡିଆନ୍ ଟିମ୍‌ର ଦିଗ୍ଗଜ ଓପନର । ସେ ଆଉ କେହି ନୁହେଁ ସେ ହେଉଛନ୍ତି ଶିଖର ଧଓ୍ୱନ । ୨୦୧୦ରେ ଟିମ୍ ଇଣ୍ଡିଆରେ ପାଦ ଦେଇଥିଲେ। ୧୫ ବର୍ଷ ପାଇଁ ଦଳର ଦାୟିତ୍ୱ ନେବା ପରେ ସେ ୨୪ ଅଗଷ୍ଟରେ ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ତାଙ୍କର ଅବସପ ଘୋଷଣା କରିଥିଲେ । ଅବସର ପରେ, ଧୱନ୍ ନିଜେ ଏକ ଆଶ୍ଚର୍ଯ୍ୟ ଚକିତ ତଥ୍ୟ ପ୍ରକାଶ କରିଛନ୍ତି । 

ଭେଟେରାନ୍ ଓପନର୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତର ଏବେର ଉପ-ଅଧିନାୟକ ଶୁଭମନ ଗିଲ୍‌ଙ୍କୁ ଇର୍ଷା କରୁଥିଲେ। ଆଉ ତାଙ୍କର ଏହି ସୂଚନା  ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଧଓ୍ୱନ ଏହା ପଛରେ ଏକ ବଡ଼ କାରଣ ଦେଇଥିଲା । ଭାରତୀୟ ଟିମ୍‌ରେ ଶିଖର ଧଓ୍ୱନଙ୍କ ଥିଲା ଦବ୍‌ଦବା । ରୋହିତ ଶର୍ମାଙ୍କ ସହ ସେ ଦଳ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଜିତିଥିଲେ । ବିଶେଷକରି ଆଇସିସି ଟୁର୍ଣ୍ଣାମେଣ୍ଟରେ, ତାଙ୍କର ପ୍ରଦର୍ଶନ ଭଲ ଥିଲା । 




ତଥାପି, ୨୦୧୯ରେ ଶୁଭମନ ଗିଲଙ୍କ ଆସିବା ପରେ, ତାଙ୍କର ଗୁରୁତ୍ୱ ଧୀରେ ଧୀରେ କମିଥିଲା । ଗିଲ୍ ପ୍ରଥମେ ଓଡିଆଇରେ ଡେବ୍ୟୁ କରିବା ପରେ ୨୦୨୦ରେ ମଧ୍ୟ ଟେଷ୍ଟ ଦଳର ନିୟମିତ ସଦସ୍ୟ ହୋଇଥିଲେ । ଏହା ସମୟରେ, ସେ ଶତକ କରିଥିଲେ । ଅନ୍ୟପଟେ,  ଧୀରେ ଧୀରେ ଦଳରୁ କମିବାରେ ଲାଗିଥିଲା ଧଓ୍ୱନଙ୍କ ପତା । 

ଅବସର ପରେ, ସେ ନିଜେ ଏନେଇ ଖୁଲାସା କରିଛନ୍ତି । ନିଜେ କହିଛନ୍ତି ସେ କାହିଂକି ଇର୍ଷା କରୁଥିଲେ । କାରଣ ସେ ୨ ଟି ଫର୍ମାଟରେ ନିଜର ସ୍ଥାନ ପକ୍କା କରିଥିଲେ । ଲମ୍ୱା ଲମ୍ୱା ସେଞ୍ଚୁରୀ ବି ମାରିଥିଲେ । ଯେତେବେଳେକି ଧଓ୍ୱନ ଗୋଟିଏ ଫର୍ମାଟରେ ଖେଳୁଥିଲେ । ଅଧା ସେଞ୍ଚୁରୀରେ ଅଟକି ଯାଉଥିଲେ । ଅବଶ୍ୟ, ପରେ, 'ଗବ୍ବର' ଗିଲ୍‌ଙ୍କ  କାର୍ଯ୍ୟଦକ୍ଷତା ପ୍ରଶଂସା କରିବା ସହ ତାଙ୍କୁ ସୁଯୋଗ ଦେବା ପାଇଁ କହିଥିଲେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.