'ମୁଁ ସେମାନଙ୍କୁ ସଂଘର୍ଷ କରୁଥିବା ଦେଖିଲି' ଅସହାୟ ମା' ଆଗରେ ଚାଲିଗଲେ ୩ ଜୀବନ

NEWS7
champions-trophy-tournament-will-be-held-hybrid-model-jay-shah-pcb-

ଟେକ୍ସାସ ୨୮/୦୧: ସବୁ ଆଡେ ବରଫ ଆଉ ବରଫ । ଯୁଆଡେ ଚାହିଁଲେ ବରଫର ଧଳା ଚାଦର । ଆମେରିକାରେ ଗତ ଜାନୁଆରୀ ୨୫ତାରିଖରୁ ଆରମ୍ଭ ହୋଇଥିବା ବରଫ ଝଡ ଏବେ ଅଧିକ ଘାତକ ହେବାରେ ଲାଗିଲାଣି । ଏହା ଏବେସୁଦ୍ଧା ୪୨ଟି ଜୀବନ ନେଇ ସାରିଥିବା ବେଳେ ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି । ଲୋକେ ଅନ୍ଧାରରେ ରହିଛନ୍ତି । ଏପରିକି ପେଟ୍ରୋଲ-ଡିଜେଲ ମଧ୍ୟ ସଠିକ ଭାବେ ମିଳୁନାହିଁ ।

ଏହି ବରଫ ଝଡରେ ୪୨ ଜୀବନ ଭିତରେ ପ୍ରାଣ ହରାଇଛନ୍ତି ୩ ଭାଇ । ପୋଖରୀରେ ବୁଡ଼ି ଯିବାରୁ ତିନି ଭାଇ ଦୁଃଖଦ ମୃତ୍ୟୁ ହୋଇଛି । ସୋମବାର, ଜାନୁଆରୀ ୨୬ ତାରିଖରେ ଟେକ୍ସାସରେ ରହୁଥିବା ୩ ଭାଇଙ୍କର ହୋଇଥିଲା ଦୁଃଖଦ ମୃତ୍ୟୁ । ଏମାନଙ୍କର ବୟସ କ୍ରମାଗତ ଭାବେ ୬, ୮ ଓ ୯ ବର୍ଷ ହେବ । ତା ପୁଣି ଘର ଠାରୁ କିଛି ଦୂରରେ । ବରଫାବୃତ ପୋଖରୀ ଖସିପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମାଆ ଚେଏନ୍ ହାଙ୍ଗାମାନ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ତଥାପି ବଞ୍ଚାଇପାରିନଥିଲେ । ଆଉ ଆଖି ଆଗରେ ଦେଖିଥିଲେ ୩ ପିଲାଙ୍କର ଅକାଳ ମୃତ୍ୟୁ ।

ଚେଏନ୍ କହିଛନ୍ତି ମୁଁ ସେହି ହତଭାଗା ମାଆ ଯିଏକି ନିଜ ପିଲାଙ୍କୁ ପାରିଲିନି ବଞ୍ଚାଇ । ନିଜେ ବରଫ ପାଣିରେ ପଡିଲି, ତଥାପି ଚେଷ୍ଟା ମୋର ଫେଲ୍ ମାରିଗଲା । ତାଙ୍କ କହିବା କଥା ସେଓ ତାଙ୍କ ତାଙ୍କ ପିଲାମାନେ ବରଫ ପୋଖରୀର ରାସ୍ତା ଆରପଟେ ଜଣେ ବନ୍ଧୁଙ୍କ ଘରେ ରହୁଥିଲେ । ସେ ଆହୁରି କହିଛନ୍ତି ପୂର୍ବରୁ ସେ ବାରମ୍ୱାର ସେମାନଙ୍କୁ ପୋଖରୀରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ ।ହାଙ୍ଗାମାନ୍ କହିଛନ୍ତି ସୋମବାର ସାନ ଝିଅ ହଠାତ୍ ଆସି କହିଥିଲେ କି, ଭାଇମାନେ ପାଣିରେ ପଡିଯାଇଛନ୍ତି ।

ସେ ସଂଗେ ସଂଗେ ଦୌଡି ଆସିଥିଲେ ଘରୁ । କାରଣ ପିଲାମାନେ ସେଠାରେ ପଡି କେବଳ ଚିତ୍କାର କରୁଥିଲେ । ମୋତେ ସାହାଯ୍ୟ ମାଗୁଥିଲେ ବଞ୍ଚାଇବାକୁ । ହେଲେ ମୁଁ ଥିଲା ନାଚାର । ମୋତେ ଚାହିଁ ବି ପିଲାଙ୍କୁ ଗଭୀର ଗାତରୁ ପାରିନଥିଲି ବଞ୍ଚାଇ । ଖାଲି ସେମାନଙ୍କ ଜୀବନକୁ ବଞ୍ଚାଇବାର ସଂଘର୍ଷ ଦେଖିବା ମୋ ପାଇଁ ସାର ଥିଲା । ମୁଁ ସମସ୍ତଙ୍କୁ ଲଢ଼ୁଥିବା ଦେଖିଥିଲି । ସେ ଆହୁରି କହିଛନ୍ତି ଯେ ପୁଅମାନଙ୍କ ବରଫ ଗାତରୁ ଉପରକୁ ଉଠାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ।

କିନ୍ତୁ ନିଜେ ପଡ଼ିଗଲେ, ସେହି ଥଣ୍ଡା ପାଣିରେ । ତାଙ୍କ ଶରୀରକୁ ଚକିତ କରି ଦେଇଥିଲା। ହାଙ୍ଗାମାନ ବର୍ଣ୍ଣନା କରିଛନ୍ତି ଯେ ସେ କିପରି ତାଙ୍କର ଗୋଟିଏ ପୁଅକୁ ବରଫ ପାଣିରୁ ଉଠାଇ ଉପରକୁ ଆଣିଥିଲେ । ହେଲେ ବିଧିର ବିଧାର ଥିଲା ଅଲଗା । ଭାଙ୍ଗିପଡିଥିଲା ସେହି ବରଫର ବାଡ । ଥରେ ନୁହେଁ ବାରମ୍ୱାର ଏପରି କରି ନିରାଶ ହୋଇଥିଲେ ହତଭାଗିନୀ ମାଆ ।