ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଲା ସୁଭଦ୍ରା ଆବେଦନ ଫର୍ମ ବଣ୍ଟନ । ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳାମାନେ ଅରିଜିନାଲ ଆଧାରକାର୍ଡ଼ ଦେଖାଇ ଫର୍ମ ନେଉଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସହଜ ଜନସେବା କେନ୍ଦ୍ରରେ ମାଗଣାରେ ସୁଭଦ୍ରା ଫର୍ମ ଉପଲବ୍ଧ ହେଉଛି । ୮ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ସଂଧ୍ୟା ୫ଟା ଏବଂ ୮ ତାରିଖ ପରେ ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ ଆବେଦନକାରୀ ଏସବୁ ସ୍ଥାନରୁ ଫର୍ମ ଆଣିପାରିବେ । ଫର୍ମ ପୂରଣ କରି ଜନସେବା କେନ୍ଦ୍ର କିମ୍ବା ପ୍ରଶାସନ ତରଫରୁ ହେବାକୁ ଥିବା କ୍ୟାମ୍ପରେ ଆବେଦନକାରୀ ଉପସ୍ଥିତ ରହି ଡିଜିଟାଲ ମୋଡ଼ରେ ଆବେଦନ କରିବେ । ସୁଭଦ୍ରା ଯୋଜନାକୁ ନେଇ ମହିଳାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି ।
ସୁଭଦ୍ରା ଯୋଜନା ଫର୍ମ ପାଇଁ ଧାଡି ବାନ୍ଧିଛନ୍ତି ଯୁବତୀ ଓ ମହିଳା । ବ୍ଲକ କାର୍ଯ୍ୟାଳୟ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସହଜ ଜନସେବା କେନ୍ଦ୍ର ଗୁଡିକରେ ଫର୍ମପାଇଁ ଲାଗିଛି ଲମ୍ବା ଧାଡ଼ି । ଏହି ସବୁ ସ୍ଥାନରେ ମାଗଣାରେ ଆଜି ଠାରୁ ଉପଲବ୍ଧ ହେଉଛି ଫର୍ମ । ଅରିଜିନାଲ୍ ଆଧାର କାର୍ଡ ଦେଖାଇ ମହିଳା ମାନେ ଫର୍ମ ନେଉଛନ୍ତି । ଆଜିଠାରୁ ୮ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଫର୍ମ ସକାଳ ୯ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସବୁ ଅଙ୍ଗନବାଡି କେନ୍ଦ୍ରରେ ଏହି ଫର୍ମ ଦିଆଯିବ ।
Also read: ମଦ୍ୟପଙ୍କ ପାଇଁ ସ୍ବାସ୍ଥ୍ୟବୀମା ଦାବି କଲେ ବିଧାୟକ ସନାତନ ମହାକୁଡ, ବିଭାଗ କହିଲା- ସେ ବ୍ୟବସ୍ଥା ନାହିଁ
୮ ତାରିଖ ପରେ ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଫର୍ମ ଦିଆଯିବ । ଫର୍ମ ପୂରଣ କରି ଜନସେବା କେନ୍ଦ୍ର କିମ୍ବା ପ୍ରଶାସନ ତରଫରୁ ହେବାକୁଥିବା କ୍ୟାମ୍ପରେ ଆବେଦନକାରୀ ମହିଳା ନିଜେ ଉପସ୍ଥିତ ରହି ଡିଜିଟାଲ ମୋଡରେ ଆବେଦନ କରିବେ। ଉପସ୍ଥିତ ସରକାରୀ କର୍ମଚାରୀ ଓ ଅଧିକାରୀ ମାନେ ଏଥିରେ ସହାୟତା କରିବେ। ସୁଭଦ୍ରା ଯୋଜନାକୁ ନେଇ ମହିଳା ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି ।
ରାଜ୍ୟର ବିଭିନ୍ନ ଜିଲ୍ଲାର ସମସ୍ତ ବ୍ଲକରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି । ଅଙ୍ଗନବାଡି କର୍ମୀ ମାନେ ଫର୍ମ ନେଇ ଘରେ ଘରେ ବୁଲି ଫର୍ମ ବଣ୍ଟନ ପାଇଁ ବ୍ୟବସ୍ଥା କରୁଛନ୍ତି । ବୌଦ୍ଧ ଜିଲ୍ଲାରେ ସୁଭଦ୍ରା ଯୋଜନା ର ସଫଳ ରୂପାୟନ ପାଇଁ ଆଗମୀ ୧୭ ତାରିଖ ପର୍ଯ୍ୟନ୍ତ କୌଣସି ସରକାରୀ କର୍ମଚାରୀ ଛୁଟି ନେଇ ପାରିବେ ନାହିଁ କିମ୍ବା ଜିଲ୍ଲା ସଦର ମହକୁମା ଛାଡ଼ି ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସୁଭଦ୍ରା ଯୋଜନା କିଭଳି ସମସ୍ତ ହିତାଧିକାରୀ ଙ୍କ ନିକଟରୁ ସୁରୁଖୁରୁରେ ପହଞ୍ଚିବ ସେ ନେଇ ଆଶା ଦିଦି ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ଏ ନେଇ ତାଲିମ ଦିଆଯାଇଛି ।
ସେପଟେ ଯୋଜନାକୁ ସଫଳ ରୁପାୟନ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କହିଛନ୍ତି ସମସ୍ତ ଯୋଗ୍ୟ ହିତାଧିକାରୀମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ସହଜରେ କେମିତି ଆବେଦନ କରିପାରିବେ ସେନେଇ ଅଙ୍ଗନବାଡି କେନ୍ଦ୍ର କର୍ମଚାରୀ, ଜନସେବା କେନ୍ଦ୍ରରେ ଯୋଗାଯୋଗ କରିବା ପାଇଁ ନିବେଦନ କରିଛନ୍ତି। ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟସୀମା ନାହିଁ । ତେଣୁ ଭିଡ ନ ଜମାଇବା ପାଇଁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ।