ମୁମ୍ଵାଇ ୦୧।୦୯: କୋଲକାତାର ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା ପାଇଁ ନ୍ୟାୟ ଦାବି ଜାରି ରହିଛି । ଏବେ ପୀଡିତାଙ୍କୁ ନ୍ୟାୟ ପାଇବା ଅଭିଯାନରେ ଗାୟିକା ଶ୍ରେୟା ଘୋଷାଲ ମଧ୍ୟ ଯୋଗ ଦେଇଛନ୍ତି। ପ୍ରସିଦ୍ଧ ଗାୟିକା ଶ୍ରେୟା ସେପ୍ଟେମ୍ବରରେ କୋଲକାତାରେ ଅନୁଷ୍ଠିତ ହେବାକୁ ଥିବା ଲାଇଭ୍ ମ୍ୟୁଜିକ୍ କନ୍ସର୍ଟକୁ ବାତିଲ କରିବାକୁ ଘୋଷଣା କରିଛନ୍ତି। ଏନେଇ ସେ ଶନିବାର ଏହି ସୂଚନା ଦେଇଛନ୍ତି। ଶ୍ରେୟା ଘୋଷାଲ ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍ରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସେପ୍ଟେମ୍ବର ୧୪ରେ କୋଲକାତାରେ ଆୟୋଜିତ ହେବାକୁ ଥିବା ଲାଇଭ୍ ମ୍ୟୁଜିକ୍ କନ୍ସର୍ଟ ଅକ୍ଟୋବର ପାଇଁ ଘୁଞ୍ଚାଯାଇଛି।
🙏🏻❤️🩹 pic.twitter.com/Pk0QfsI6CM
— Shreya Ghoshal (@shreyaghoshal) August 31, 2024
ସେ ଆହୁରି କହିଛନ୍ତି, “ନିକଟରେ କୋଲକାତାରେ ଘଟିଥିବା ଜଘନ୍ୟ ଘଟଣା ମୋତେ ଗଭୀର ଆଘାତ ଦେଇଛି। ଜଣେ ମହିଳା ହୋଇଥିବାରୁ ତାଙ୍କ ପ୍ରତି ହୋଇଥିବା ନିଷ୍ଠୁରତା ବିଷୟରେ ଭାବିବା କଳ୍ପନା ଯୋଗ୍ୟ ନୁହେଁ ଏବଂ ଏହା ମୋତେ ଥରାଇ ଦେଇଛି। ” “ମୁଁ ଏହି ଜଗତ ତଥା ଆମ ଦେଶରେ ମହିଳାଙ୍କ ସମ୍ମାନ ଏବଂ ନିରାପତ୍ତା ପାଇଁ ପ୍ରାର୍ଥନା କରୁଛି। ମୋର ଆଶା ଯେ ମୋ ବନ୍ଧୁ ଏବଂ ପ୍ରଶଂସକମାନେ ଏହି କନସର୍ଟ ସହିତ ଆଗକୁ ଘୁଞ୍ଚାଇବାର ନିଷ୍ପତ୍ତି ଗ୍ରହଣ କରିବେ ଏବଂ ବୁଝିବେ। ଶ୍ରେୟାଙ୍କ ଅନୁଯାୟୀ ସମସ୍ତେ ଉତ୍ସାହର ସହିତ ଏହି କନ୍ସର୍ଟକୁ ଅପେକ୍ଷା କରିଥିଲେ। କିନ୍ତୁ, ଏହି ପ୍ରସଙ୍ଗରେ ଏକଜୁଟ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ସହ ଛିଡା ହେବା ସେମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।