ମୁମ୍ଵାଇ ୦୧।୦୯: ହୀରାମଣ୍ଡି ଫେମ୍ ଅଦିତି ରାଓ ହାଇଦରୀ । କିଛି ମାସ ପୂର୍ବରୁ ଅଭିନେତା ସିଦ୍ଧାର୍ଥଙ୍କ ସହ ନିର୍ବନ୍ଧ କରିଥିଲେ। ସୋସିଆଲ ମିଡିଆରେ କପଲ ରିଙ୍ଗର ଏକ ଫଟୋ ସେୟାର କରିଥିଲେ। ଯାହା ପରେ ସେମାନେ ପ୍ରଶଂସକଙ୍କ ସହ ଖୁସି ହୋଇଯାଇଥିଲେ। ବର୍ତ୍ତମାନ ଏହି କପଲ ସାତ ଜନ୍ମର ସାଥୀ ହେବାକୁ ଯାଉଛନ୍ତି ।ନିକଟରେ ଖବର ଆସିଛି ଯେ ସିଦ୍ଧାର୍ଥ ଏବଂ ଅଦିତି ୪୦୦ ବର୍ଷ ପୁରୁଣା ମନ୍ଦିରରେ ବିବାହ କରିବେ। ଏହା ସହିତ ସିଦ୍ଧାର୍ଥ କିପରି ଅଭିନେତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ଅଦିତି ମଧ୍ୟ ପ୍ରକାଶ କରିଛନ୍ତି।
ଅଦିତି ଆହୁରି କହିଛନ୍ତି, 'ମୁଁ ସବୁବେଳେ ମୋ ଜେଜେମା’ଙ୍କ ସହ ଅତି ନିକଟତର ଥିଲି। 'ମୋ ଜେଜେମା ହାଇଦ୍ରାବାଦରେ ଏକ ସ୍କୁଲ ଆରମ୍ଭ କରିଥିଲେ। ସେହି ବିଦ୍ୟାଳୟରେ ସିଦ୍ଧାର୍ଥ ମୋତେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ମୁଁ ଏ ବିଷୟରେ ଜାଣି ନଥିଲି। ଦିନେ ଆମେ ସେହି ସ୍କୁଲ୍କୁ ଗଲୁ, ସିଦ୍ଧାର୍ଥ ହଠାତ୍ ଆଣ୍ଠୁରେ ବସିଗଲେ, ମୁଁ ଭାବିଲି ସେ ଜୋତା ସଜାଡୁଛନ୍ତି । କିନ୍ତୁ ସେ ମୋତେ ବିବାହ ପ୍ରୋପୋଜାଲ ଦେଲେ। ହେଲେ ଏବେ ମୋ ଜେଜେମା ଏ ଦୁନିଆରେ ଆଉ ନାହାନ୍ତି।
ଅଦିତି ଏବଂ ସିଦ୍ଧାର୍ଥ ଫିଲ୍ମ 'ମହା ସମୁଦ୍ରମ'ର ସେଟରେ ଭେଟିଥିଲେ। ଦୁହେଁ ବନ୍ଧୁ ହେଲେ ଏବଂ ପରେ ପ୍ରେମ ବଢିବାରେ ଲାଗିଲା। ଏହା ପରେ, ଦୁହେଁ ୨୦୨୧ରେ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ । ତିନି ବର୍ଷ ପରେ ଅଦିତି ଏବଂ ସିଦ୍ଧାର୍ଥ ନିର୍ବନ୍ଧ କରିଥିଲେ।ରିପୋର୍ଟ ଅନୁଯାୟୀ, ଏହି କପଲ ଚଳିତ ବର୍ଷ ବିବାହ କରିବେ। କିନ୍ତୁ ବିଳାସପୂର୍ଣ୍ଣ ହୋଟେଲ କିମ୍ବା ଡେଷ୍ଟିନେସନ ୱେଡି ନୁହେଁ ବରଂ ୪୦୦ ବର୍ଷ ପୁରୁଣା ମନ୍ଦିରରେ ସାତଫେରା ନେବେ।