ରେଜଲ୍ଟ ପରେ କ୍ରାସ, ବୁଧବାର ବଜାରରେ କମ୍ପନ: ସେନସେକ୍ସ ଡେଇଁଲା ୬୦୦ ପଏଣ୍ଟ

Published By : Prameya-News7 Bureau | June 05, 2024 IST

ମୁମ୍ୱାଇ ୦୫/୦୬: ଲୋକସଭା ନିର୍ବାଚନ ଫଳାଫଳ ଦିନ ଷ୍ଟକ୍ ମାର୍କେଟରେ ଦେଖିବାକୁ ମିଳିଥିଲା ବଡ଼ ଭୂକମ୍ପ । ଏହି ସମୟରେ, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦-ସେୟାର ସେନ୍ସେକ୍ସ ୬୦୦୦ ପଏଣ୍ଟରୁ ଅଧିକ ସଂଖ୍ୟା ବୃଦ୍ଧି ପାଇଛି । ଏଥି ସହିତ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫୦ ୧୯୯୦ ପଏଣ୍ଟ ପର୍ଯ୍ୟନ୍ତ ଖସି ଯାଇଥିଲା । 

ଅବଶ୍ୟ, ବଜାର ବନ୍ଦ ହେବା ବେଳକୁ ପ୍ରାୟ ୨୦୦୦ ପଏଣ୍ଟର ପୁନରୁଦ୍ଧାର ଦେଖିବାକୁ ମିଳିଥିଲା । ସକାଳୁ ବଜାର ଖୋଲିବା ସହ ଲାଭ ଦେଖିବାକୁ ମିଳିଥିଲା । ଉଭୟ ସେନସେକ୍ସ-ନିଫ୍ଟି ଇଣ୍ଡେକ୍ସ ସବୁଜ ମାର୍କରେ କାରବାର ଆରମ୍ଭ କଲା । ଯେତେବେଳେ ସକାଳ ୯.୧୫ ରେ ବଜାର ଖୋଲିଥିଲା । 

ସେନସେକ୍ସ ୭୨,୭୫୧ରେ ୬୭୨.୮୪ପଏଣ୍ଟ କିମ୍ବା ୦.୯୩ ପ୍ରତିଶତ ବୃଦ୍ଧି ସହିତ ଖୋଲିଥିବାବେଳେ ନିଫ୍ଟି ୧୭୦.୨୦ ପଏଣ୍ଟ ବୃଦ୍ଧି ସହିତ ଖୋଲିଥିଲା । କହିବାକୁ ଗଲେ ସେୟାର ବଜାରରେ ମଙ୍ଗଳବାର ୯.୧୫ରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ସେନ୍ସେକ୍ସ ୧୭୦୦ ପଏଣ୍ଟରେ ଖୋଲିଥିବାବେଳେ ନିଫ୍ଟି ଅଫ୍ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ୪୦୦ ପଏଣ୍ଟ ସ୍ଲିପ୍ ସହିତ ଖୋଲିଛି । ତା’ପରେ ନିର୍ବାଚନ ଫଳାଫଳ ଆସିବା ଆରମ୍ଭ କରି ବଜାର ଅଲଗା ହେବାକୁ ଲାଗିଲା । 

ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ସେନସେକ୍ସ ୬୦୯୪ ପଏଣ୍ଟକୁ ଖସି ଆସିଥିଲା ଏବଂ ନିଫ୍ଟି ମଧ୍ୟ ୧୯୦୦ ପଏଣ୍ଟକୁ ଖସି ଆସିଥିଲା । ଅବଶ୍ୟ, ବଜାର ବନ୍ଦ ହେବା ବେଳକୁ ସେଠାରେ ପୁନରୁଦ୍ଧାର ହୋଇଥିଲା । ସେନସେକ୍ସ ୪୩୮୯.୭୩ ପଏଣ୍ଟ କିମ୍ବା ୫.୭୪ ପ୍ରତିଶତ ହ୍ରାସ ପାଇ ୭୨,୦୭୯.୦୫ରେ ବନ୍ଦ ହୋଇଯାଇଥିଲା । ନିଫ୍ଟି ୧୩୭୯.୪୦ ପଏଣ୍ଟ କିମ୍ବା ୫.୯୩ ପ୍ରତିଶତ ହ୍ରାସ ପାଇ ୨୧,୮୮୪.୫୦ ସ୍ତରରେ ବନ୍ଦ ହୋଇଯାଇଥିଲା । ଷ୍ଟକ୍ ମାର୍କେଟରେ ନିବେଶକମାନେ ଏହି ସୁନାମିରେ ୩୦ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.