ସୁଧୁରୁନି ପାକିସ୍ତାନ, LoC ନିକଟରେ କରୁଥିଲା ନିର୍ମାଣ କାର୍ଯ୍ୟ, ସେନାର ଫାୟାରିଂ ପରେ ବନ୍ଦ କଲା କାମ

Published By : Prameya-News7 Bureau | August 31, 2024 IST

File

ନୂଆଦିଲ୍ଲୀ: ପାକିସ୍ତନର ପୁଣି ଏକ ବଡ଼ ଷଡ଼ଯନ୍ତ୍ର ସାମନାକୁ ଆସିଛି । ନୌସହରାନାଡରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପକ୍ଷରୁ ନିର୍ମାଣ କାର୍ଯ୍ୟ କରାଯାଉଥିବା ସୂଚନା ମିଳିଛି । ନିୟନ୍ତ୍ରଣ ରେଖା ନିକଟରେ ନୌହସରାନାଡରେ ପାକିସ୍ତାନ ସେନା ଦ୍ୱାରା କରାଯାଇଥିବା ନିର୍ମାଣ କାର୍ଯ୍ୟକୁ ରୋକିବା ପାଇଁ ଭାରତୀୟ ସେନା ପକ୍ଷରୁ ଚେତାବନୀ ଭାବେ ଫାୟାରିଂ କରିବାକୁ ପଡ଼ିଛି । ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଫାୟାରିଂରେ ଭୟଭୀତ ହୋଇ ପାକିସ୍ତାନ କଥିତ ରୂପେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛି । ଶନିବାର ଜାମ୍ମୁ କାଶ୍ମୀରର ଗୁରେଜ ସେକ୍ଟରରେ ଗୁଳିମାଡ଼ ଘଟଣା ମଧ୍ୟ ସାମନାରୁ ଆସିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହା ଉପରେ ଅଧିକ ସୂଚନା ମିଳିପାରି ନାହିଁ ।

ସେନା ସହ ଜଡ଼ିତ ସୂତ୍ରକୁ ନେଇ ଟିଭି 9 ହିନ୍ଦୀର ରିପୋର୍ଟ ଅନୁସାରେ ବାଦିପୋରା ଜିଲ୍ଲାର ନୌସହରାନାଡରେ ନିୟନ୍ତ୍ରଣ ରେଖା ନିକଟରେ ପ୍ରାୟ ୩୦ରୁ ୪୦ ପାକିସ୍ତାନୀ ସୈନିକ ଥିବା ଭରାତୀୟ ଯବାନ ଦେଖିବାକୁ ପାଇଥିଲେ । ସେମାନଙ୍କ ନିକଟରେ ବଡ଼ ପରିମାଣରେ ନିର୍ମାଣ ସାମଗ୍ରୀ ଥିବା ନଜର ଆସିଥିଲା । ସାମଗ୍ରୀ ଦେଖି ସେଠାରେ ବଙ୍କର ନିର୍ମାଣ କରାଯାଉଥିବା ଯବାନମାନେ ଅନୁମାନ କଲେ । ପାକିସ୍ତାନୀ ସେନା ଏହି ନିର୍ମାଣ କାର୍ଯ୍ୟରେ ଲିପ୍ତ ଥିଲେ ।

ସ୍ଥିତିର ଗମ୍ଭୀରତାକୁ ଦେଖି ଭାରତୀୟ ସେନା ପ୍ରଥମେ ପାକିସ୍ତାନ ସେନାକୁ ଚେତାବନୀ ଦେଇଥିଲେ ଏବଂ ତୁରନ୍ତ କାମ ବନ୍ଦ କରିବାକୁ କହିଥିଲେ । ପାକିସ୍ତାନୀ ସେନାକୁ ପ୍ରଥମେ ଲାଲ୍ ପତାକା ଦେଖାଇ ଚେତାବନୀ ଦିଆଯାଇଥିଲା । ଏହାପରେ ମଧ୍ୟ ପାକିସ୍ତାନ ନିର୍ମାଣ କାର୍ଯ୍ୟ ବନ୍ଦ ନକରିବା ଯୋଗୁଁ ଦୁଇ ରାଉଣ୍ଡ ଫାୟାରିଂ କରାଯାଇଥିଲା । ଏହାପରେ ସେଠାରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ପାକିସ୍ତାନ ଯବାନ ଫେରି ଯାଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.