LIVE TV

SI ପରୀକ୍ଷା କେଳେଙ୍କାରୀ ମାମଲା, ପ୍ରେସ୍‌ମିଟ୍‌ କରି ବର୍ଷିଲା କଂଗ୍ରେସ

NEWS7
cong

ଭୁବନେଶ୍ୱର ୦୪।୧୦ : ଏସ୍‌ଆଇ ପରୀକ୍ଷା ଘୋଟାଲା ମାମଲା । ରାଜ୍ୟ କଂଗ୍ରେସର ପ୍ରେସମିଟ୍‌ । ଛାତ୍ର କଂଗ୍ରେସ ନେତା କହିଛନ୍ତି ଯେ, ଭୁବନେଶ୍ୱରର ଏକ ଅନୁଷ୍ଠାନ ଏହି ସ୍କାମ୍‌ର ମାଷ୍ଟରମାଇଣ୍ଡ । ଅନେକ ପିଲାଙ୍କ ନାଁ ଏହି ସ୍କାମରେ ରହିଛି । ସେହି ଅନୁଷ୍ଠାନର ମାଲିକ ଜଣେ ବିଜେଡି ନେତା । ତାଙ୍କୁ ଯାଞ୍ଚ କରିବେ କି ସରକାର ?

ସେହିପରି ଫିଲ୍ମ ଡାଇଲଗ ସମତୁଲ୍ୟ କରି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଯେଉଁଭଳ ଭାବେ ସେହି ଫିଲ୍ମରେ ୩ଟି କଥା ଏଣ୍ଟରଟେନମେଣ୍ଟ, ଏଣ୍ଟରଟେନମେଣ୍ଟ, ଏଣ୍ଟରଟେନମେଣ୍ଟ ଚାଲୁଥିଲା । ସେହିଭଳି ଓଡ଼ିଶାରେ ୩ଟି ସ୍କାମରେ ଚାଲୁଛି । ପ୍ରଥମେ ସରକାରୀ ସ୍କାମ, ପରେ ବିଜେପି ସ୍କାମ, ପରେ ଆର୍‌ଏସ୍‌ଏସ୍‌ ସ୍କାମ ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ନିଜ ପିଲାଙ୍କୁ ଚାକିରି କରାଇଦେବାକୁ ଏଭଳି ପ୍ରୟାସ ଚାଲିଥିଲା ।

ସେହିପରି ଓଟିଇଟି ପରୀକ୍ଷା ୪ ଥର ଲିକ୍‌, ଅମିନ ପରୀକ୍ଷା ୨ ଥର ବାତିଲ ହୋଇଛି । ବିଜେପି ନେତାଙ୍କ କାଫେରୁ ପ୍ରଶ୍ନପତ୍ର ଲିକ୍‌ ହେଲା, ହେଲେ ସରକାର ଚୁପ୍‌ ରହିଲେ। ୨୦୨୨ରେ ଓ୍ୱାର୍ଡେନ ନିଯୁକ୍ତରେ ସେହି ବ୍ୟକ୍ତିଙ୍କର ହାତ ଥିଲା ଅଭିଯୋଗ ଆସିଛି । ଏପିରିକି ଶିକ୍ଷାନୁଷ୍ଠାନ ସିଲିକନ୍‌ ଭଳି ସଂସ୍ଥା ସହିତ ବିଜେପିର ସଂପର୍କ ମଜବୁତ ରହିଛି । ବରିଷ୍ଠ ନେତାଙ୍କ ସହିତ ତାଙ୍କର ଫଟୋ ରହିଛି । ଏପିରିକି ପରୀକ୍ଷାର୍ଥୀଙ୍କୁ ୨୫ ଲକ୍ଷ ଟଙ୍କା ଦିଅ ଚାକିରି ନିଅ ବୋଲି ଚାଲିଥିଲା । କିଏ ଏହି ସ୍କାମ ଚଳାଉଥିଲା । ତାହାର ଖୋଳତାଡ଼ କରାଯାଉ । ଘଟଣାର ସିବିଆଇ ତଦନ୍ତ ହେବା ଦରକାର । ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ୧ କୋଟି ଟଙ୍କାର ଅନୁକମ୍ପା ରାଶି ଦେବା ଦରକାର ବୋଲି କହିଛନ୍ତି କଂଗ୍ରେସ ନେତ୍ରୀ ସୋନାଲି ସାହୁ । ​​​​​​​