ଭୁବନେଶ୍ୱର ୦୩।୦୮: ଶ୍ରାବଣ ମାସରେ ମହାବିଭ୍ରାଟ । ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଏଣେ ଏକାମ୍ରକ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିରରେ ଗମ୍ଭୀର ନୀତି ବିଭ୍ରାଟ ଦେଖାଦେଇଛି। ଶ୍ରାବଣ ପାଉଣା ବଣ୍ଟନକୁ ନେଇ ବ୍ରାହ୍ମଣ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବାରୁ ରବିବାର ସନ୍ଧ୍ୟାରୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି। ଆଜି ସକାଳୁ ବଡୁ ସେବକମାନେ ଆସି ନିଜର ନୀତି ସମ୍ପାଦନ କରିଥିଲେ ବି ପୂଜାପଣ୍ଡା ସେବାୟତମାନେ ଅନୁପସ୍ଥିତ ରହିବାରୁ ପୂଜାର୍ଚ୍ଚନା ହୋଇପାରିନାହିଁ; ଫଳରେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଓ କାଉଡ଼ିଆମାନେ ବିନା ପୂଜାରେ କେବଳ ଜଳ ଲାଗି କରି ଫେରୁଛନ୍ତି।

Also Read:-'ମୁଁ ଯାହା କହିଥିଲି, ମୁଁ ଅଟଳ': ଛାତ୍ର ପ୍ରତିବାଦ ମନ୍ତବ୍ୟ ଉପରେ ଟ୍ରୋଲରଙ୍କୁ ଜବାବ ଦେଲେ ମୋହନଲାଲଙ୍କ ଝିଅ