ନୂଆଦିଲ୍ଲୀ,୨୫ /୦୩: ଚେସ୍ ର ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ 'ଫିଡେ'ରୁ ଓହରି ଯାଇଛନ୍ତି ଭାରତୀୟ ଗ୍ରାଣ୍ଡ୍ ମାଷ୍ଟର୍ କୋନେରୁ ହମ୍ପି । ସେ ଟୁର୍ଣ୍ଣାମେଣ୍ଟରୁ ହଟିବା ନେଇ ନିଷ୍ପତ୍ତି ନେଇଛନ୍ତି । ତେବେ କୋନେରୁଙ୍କ ଏହି ନିଷ୍ପତ୍ତିକୁ ଅନୁଚିତ ବୋଲି କହିଛି ସାଇପ୍ରସ ଚେସ୍ ମହାସଙ୍ଘ । 

ସାଇପ୍ରସ୍ ଚେସ୍ ମହାସଙ୍ଘ ବା ସିସିଏଫ କହିଛି ଯେ, ଏପରି ନିଷ୍ପତ୍ତି ଆଦୌ ଠିକ୍ ନୁହେଁ । ଏହା ଉତ୍ତମ ଚିନ୍ତାଧାରା ବୟାନ କରୁନାହିଁ । ଏହା ଅନ୍ୟ ଖେଳାଳି ଏବଂ ଆୟୋଜକଙ୍କ ପ୍ରତି ଅନାଦାରକୁ ସୂଚାଉଛି । ତେବେ କୋନେରୁ ସୁରକ୍ଷା କାରଣରୁ ଟୁର୍ଣ୍ଣାମେଣ୍ଟରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ସିସିଏଫର ଅଧ୍ୟକ୍ଷ ଟୋନିରିଟିସ୍ ମଧ୍ୟ ସମାଲୋଚନା କରିଛନ୍ତି । ଏପରି ନିଷ୍ପତ୍ତି ଖେଳକୁ କ୍ଷତି ପହଁଚାଇଥାଏ ବୋଲି ସେ କହିଛନ୍ତି ।

ଟୋନିରିଟିସ୍ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସେ କୋନେରୁଙ୍କ ନିଷ୍ପତ୍ତିରେ ସେ ନିରାଶ ହୋଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ମହିଳା ଚେସର ଏକ ପ୍ରମୁଖ ପ୍ରତିଯୋଗିତା ଅଟେ । କୋନେରୁ ଯେପରି ନିଷ୍ପତ୍ତି ନେଇଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍ । ସେ ଯେଉଁ ବିଚାର ରଖନ୍ତି ତାହା ଖେଳକୁ କ୍ଷତି ପହଁଚାଇବ । ଏହା ଅନ୍ୟ ଖେଳାଳି ଏବଂ ଆୟୋଜକଙ୍କ ପ୍ରତି ଅନାଦାର ବୋଲି ସେ ପ୍ରକାଶ କରିଛନ୍ତି ।

ସୁରକ୍ଷା କାରଣରୁ ଓହରିଗଲେ

କୋନେରୁ ମଧ୍ୟପ୍ରାଚ୍ୟ ତଥା ଗଲଫ୍ ଦେଶରେ ଚାଲିଥିବା ଅସ୍ଥିରତା ଏବଂ ସଙ୍କଟ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରି ଥିବା ପ୍ରକାଶ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ୨୮ରୁ ଆରମ୍ଭ ହେବ । ସବୁଠାରୁ ବଡ କଥା ହେଉଛି ଯେ, ଇରାନ ଏବଂ ଇସ୍ରାଏଲ ସୀମାଠୁ ସାଇପ୍ରସ ବେଶି ଦୂର ନୁହେଁ ।