କଟକ ୨୨/୧୧: ଓଡ଼ିଶାରେ ବ୍ରହ୍ମାକୁମାରୀ ସଂସ୍ଥାର ପ୍ରାଣ ପ୍ରତିଷ୍ଠାତାଙ୍କ ପରଲୋକ । ରାଜଯୋଗିନୀ ବ୍ରହ୍ମାକୁମାରୀ କମଳେଶ ଦିଦିଙ୍କ ଦେହାନ୍ତ ହୋଇଛି । ୮୬ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଓଡିଶା ଭୂମିରେ ଵ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ରାଜଯୋଗିନୀ ବ୍ରହ୍ମାକୁମାରୀ ଡକ୍ଟର କମଳେଶ ଦିଦିଙ୍କର ଆଜି ୮୬ଵର୍ଷ ବୟସରେ ପରଲୋକ ହୋଇଯାଇଛି ।

କଟକର ଝାଞ୍ଜିରୀ ମଙ୍ଗଳାସ୍ଥିତ ଵ୍ରହ୍ମାକୁମାରୀ ଆଶ୍ରମରେ ଵ୍ରହ୍ମାକୁମାରୀ କମଳେଶ ଦିଦି ଦେହତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ଵ୍ରହ୍ମାକୁମାରୀ ଡକ୍ଟର କମଳେଶ ଦିଦି କଟକ ସଵଜୋନର ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ । ୧୯୭୩ମସିହା ଅଗଷ୍ଟ ମାସରେ କଟକର ତଳ ତେଲେଙ୍ଗା ବଜାରରେ ଏକ ଛୋଟିଆ ଭଡା ଘରୁ ଵ୍ରହ୍ମାକୁମାରୀ କମଳେଶ ଦିଦି ଓଡିଶାରେ ଇଶ୍ବରୀୟ ସେଵା ଆରମ୍ଭ କରିଥିଲେ ।

ଉତ୍ତରପ୍ରଦେଶରୁ ଆସି ଵ୍ରହ୍ମାକୁମାରୀ ଡକ୍ଟର କମଳେଶ ଦିଦି ଏହି ସେଵା ଆରମ୍ଭ କରିଥିଲେ । ଯାହା ଓଡ଼ିଶାରେ ଵ୍ରହ୍ମାକୁମାରୀ ଇଶ୍ବରୀୟ ସେଵାର ଏବେ ଏକ ମହାଦୃମରେ ପରିଣତ ହୋଇଛି । ଗତ କିଛି ଦିନ ହେବ ଵ୍ରହ୍ମାକୁମାରୀ କମଳେଶ ଦିଦି ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ତେବେ ପୁରା ଅନ୍ତିମ ସମୟ ପର୍ଯ୍ୟନ୍ତ ଵ୍ରହ୍ମାକୁମାରୀ ଡକ୍ଟର କମଳେଶ ଦିଦି ସକ୍ରିୟ ଥିଲେ । ଆଜି ମଧ୍ୟ ତାଙ୍କର ଦିନଚର୍ଯ୍ୟା ସ୍ବାଭାବିକ ରହିଥିଲା ।

ଆଜି ସକାଳୁ ଦେହତ୍ୟାଗର ଅଳ୍ପ ସମୟ ପୂର୍ବରୁ ଶରୀରର ଅନ୍ତିମ ସମୟ ଜାଣିପାରିଥିଲେ । ଵ୍ରହ୍ମାକୁମାରୀ କମଳେଶ ଦିଦି ସଙ୍କେତ ଦେଵା ସହ ମତେ ଆଜି ହିଁ ଯିଵାର ଅଛି କହିଥିଵା ସୂଚନା ଦେଇଛନ୍ତି ଵ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର କଟକ ସଵଜୋନର ଅତିରିକ୍ତ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସୁଲୋଚନା ଦିଦି।