LIVE TV

‘ସରକାର ସେତେବେଳେ କଣ ଅନ୍ଧ ଥିଲେ , ଏମିତି କିଏ ଆଇଏସଆଇ ଏଜେଣ୍ଟ ହୋଇ ଯାଏ କି ’ : ଖୁବ୍‌ ବର୍ଷିଲେ ସୋନମ ୱାଙ୍ଗଚୁକ୍‌ଙ୍କ ପତ୍ନୀ

NEWS7
Sonam Wangchuk's wife

ଲେହ : ରାଷ୍ଟ୍ରୀୟ ସୁରକ୍ଷା ଆଇନ୍‌ ଅନୁସାରେ, କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରାଯାଇଛି। ଗତ ସପ୍ତାହରେ ଲଦ୍ଦାଖରେ ହୋଇଥିବା ହିଂସାକାଣ୍ଡରେ ୪ଜଣ ଲୋକଙ୍କ ମୃତ୍ୟୁ ହୋଇ ଥିଲା ଏବଂ ପାଖାପାଖି ଦୁଇ ଡର୍ଜନ ଲୋକ ଆହତ ହୋଇ ଥିଲେ। ଏହି ହିଂସା ପାଇଁ ଲୋକଙ୍କୁ ଉସୁକାଇବା ଅଭିଯୋଗ ସୋନମ ୱାଙ୍ଗଚୁକଙ୍କ ଉପରେ ଲାଗିଥିଲା। ଏହି ମାମଲାରେ ତାଙ୍କ ବିରୋଧରେ ଅନେକ ଥିଓରୀ ମଧ୍ୟ ଚାଲୁଛି। ତାଙ୍କର ପାକିସ୍ତାନ ଯାତ୍ରା ମଧ୍ୟ ପ୍ରଶ୍ନ ଘେରରେ ଏବଂ ଏହାର ଯାଞ୍ଚ କରାଯାଉଛି। ଅନ୍ୟପଟେ ତାଙ୍କର ପତ୍ନୀ ଗୀତାଞ୍ଜଳି ଜେ.ଆଙ୍ଗମୋ ସ୍ୱାମୀଙ୍କୁ ସୁରକ୍ଷା ଦେଇ କହିଛନ୍ତି ଯେ,ସେ ପାକିସ୍ତାନ କେବଳ ଏକ କ୍ଲାଇମେଟ୍‌ ସମ୍ମିଳନୀରେ ଭାଗ ନେବାକୁ ଯାଇଥିଲେ। ସେ କହିଛନ୍ତି ଯେ, ଏହି ସମିଟିର ଆୟୋଜନ ଜାତିସଂଘ ଓ ପାକିସ୍ତାନର ଏକ ମିଡ଼ିଆ ହାଉସ୍‌ କରିଥିଲା।

ଗୀତାଞ୍ଜଳି କହିଛନ୍ତି ଯେ, ଏକ କ୍ଲାଇମେଟ୍‌ ସମିଟିରେ ଭାଗ ନେବାରେ କେହି ବ୍ୟକ୍ତି କେମିତି ଆଇଏସଆଇର ଏଜେଣ୍ଟ ହୋଇପାରେ। ସେ ଏହି କଥା ଲଦ୍ଦାଖ ପୁଲିସର ସେହି ଦାବିକୁ ନେଇ କହିଛନ୍ତି ,ଯେଉଁଥିରେ କୁହାଯାଇଛି ଯେ, ସେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସିର ସଂପର୍କରେ ଥିଲେ। ଗୀତାଞ୍ଜଳି କହିଛନ୍ତି ଯେ, ଏହା ସଂପୂର୍ଣ୍ଣ ରୂପେ ଭୁଲ ଓ ମୁଁ ଏହାକୁ ନିନ୍ଦା କରୁଛି। ସେ କହିଛନ୍ତି ଯେ, ସୋନମ ୱାଙ୍ଗଚୁକଙ୍କୁ ଫସାଇବା ପାଇଁ ଫେକ୍‌ ନାରେଟିଭ୍‌ ତିଆରି କରାଯାଉଛି। ସେ କହିଛନ୍ତି ,ଯେବେ ଲଦ୍ଦାଖର ସରକାର ଚାଇନା ଟାବଲେଟ୍ସ କ୍ରୟ କରୁ ଥିଲେ , ସୋନମ ୱାଙ୍ଗଚୁକଙ୍କର କହିବା ଥିଲା ଯେ, ଆମକୁ ଭାବିବାକୁ ହେବ ଯେ, କେମିତି ଚୀନର ମୁକାବିଲା ବୁଲେଟ୍ସ (ଗୁଳି) ବଦଳରେ ୱାଲେଟ୍‌ରେ କରାଯିବ। ଏମିତି ବ୍ୟକ୍ତି କେମିତି ରାଷ୍ଟ୍ର ବିରୋଧୀ ହୋଇ ପାରିବେ ?

ସେ କହିଛନ୍ତି, ଫେବ୍ରୁଆରୀରେ ଆମେ ୟୁଏନ ଓ ଡନ୍‌ ମିଡ଼ିଆ ପକ୍ଷରୁ ଆୟୋଜିତ କ୍ଲାଇମେଟ୍‌ ଚେଞ୍ଜ ସମିତିରେ ଯୋଗ ନେବାକୁ ଯାଇ ଥିଲୁ। ଆପଣ ଭାବନ୍ତୁ ଯେ, ଯଦି ଚୀନ ସହ ଭାରତ କ୍ରିକେଟ୍‌ ଖେଳୁଛି ଏବଂ ଖେଳାଳି ଯାଉଛନ୍ତି ତ, ତାଙ୍କୁ ଓ କ୍ରିକେଟ୍‌ ସଂସ୍ଥା ଗୁଡ଼ିକୁ କଣ ରାଷ୍ଟ୍ର ବିରୋଧୀ କୁହାଯିବ କି ? ଆମେ ଗ୍ଲାସିୟର ଉପରେ ଆୟୋଜିତ କନଫରେନ୍ସକୁ ଯାଇ ଥିଲୁ। ସେହି ଗ୍ଲାସିୟର ଯାହା ଆଫଗାନିସ୍ତାନରୁ ବାଂଲାଦେଶ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଳ ଯୋଗାଇ ଥାଏ । ଯଦି କୌଣସି ବ୍ୟକ୍ତି ଏମିତି ଆୟୋଜନରେ ଯାଇଥାଏ ତ ସେ କଣ ଆଇଏସଆଇର ଏଜେଣ୍ଟ ହୋଇଯିବେ। ଏହାର ପ୍ରମାଣ କଣ । ସେମାନେ କହୁଛନ୍ତି ଯେ କେହି ପାକିସ୍ତାନୀ ଏଠାକୁ ଆସି ଥିଲା। ଏହାର ଜବାବ ତ ଗୃହ ମନ୍ତ୍ରଣାଳୟକୁ ଦେବାର ଅଛି।

ଗୀତାଞ୍ଜଳି କହିଛନ୍ତି ଯେ, ଦିନେ ଏହି ସରକାର ସୋନମ ୱାଙ୍ଗଚୁକ୍‌ଙ୍କୁ ସମ୍ମାନିତ କରିଥିଲେ। ତାଙ୍କୁ ତତ୍କାଳୀନ ଶକ୍ତି ମନ୍ତ୍ରୀ ଆରକେ ସିଂହ ପୁରସ୍କୃତ କରିଥିଲେ। ସେତେବେଳେ କଣ ଏହି ସରକାର ଅନ୍ଧ ହୋଇଯାଇ ଥିଲା। ଗୀତାଞ୍ଜଳି ଏହି କଥା ଲଦ୍ଦାଖର ଡିଜିପିଙ୍କ ସେହି ବିବୃତ୍ତି ଉପରେ କହିଛନ୍ତି , ଯାହା ଅନୁସାରେ ସେ କହିଥିଲେ ଯେ, ପୁଲିସ୍ ଜଣେ ପାକିସ୍ତାନୀ ହ୍ୟାଣ୍ଡଲରକୁ ଧରିଛି , ଯିଏ ସୋନମ ୱାଙ୍ଗଚୁକଙ୍କର ସଂପର୍କରେ ଥିଲା।